ବାରବାଟୀ-କଟକରେ କଂଗ୍ରେସରୁ ମୋକିମଙ୍କ ଝିଅ ଫିର୍ଦ୍ଦୋସ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା: ଉତ୍ସାହିତ କର୍ମୀ

ବାରବାଟୀ-କଟକରେ କଂଗ୍ରେସରୁ ମୋକିମଙ୍କ ଝିଅ ଫିର୍ଦ୍ଦୋସ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା: ଉତ୍ସାହିତ କର୍ମୀ

ବାରବାଟୀ-କଟକରେ କଂଗ୍ରେସରୁ ମୋକିମଙ୍କ ଝିଅ ଫିର୍ଦ୍ଦୋସ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା: ଉତ୍ସାହିତ କର୍ମୀ


#କଟକ(ଏନ୍‌.ଏମ୍‌.): କଟକ ସହରରେ ଭୋଟରଙ୍କ ମଉଳିଯିବା ଆଶା ପୁଣି ଥରେ ଉଦ୍‌ଯିବିତ ହୋଇଛି । ବାରବାଟୀ-କଟକ ନିର୍ବାଚନ ସମୟରେ ଇଂ. ମହମ୍ମଦ ମୋକିମ ନିର୍ବାଚନ ଲଢ଼ିନପାରିବା ଆଶଙ୍କା ଯୋଗୁଁ ସମର୍ଥକଙ୍କ ମଧ୍ୟରେ ଯେଉଁ ନିରାଶା ଭାବ ସୃଷ୍ଟି ହୋଇଥିଲା । ଆଜି ତାହା ଅପସରି ଯାଇଛି । ବାରବାଟୀ-କଟକରେ କଂଗ୍ରେସର ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ନିର୍ବାଚନ ଲଢ଼ିବା ବିଷୟରେ ଶୁଣିବା ପରେ ମୋକିମଙ୍କ ସମର୍ଥକମାନେ ବେଶ ଉତ୍ସାହିତ ହୋଇ ପଡ଼ିଛନ୍ତି । ପୁନଶ୍ଚ ଇଂ. ମହମ୍ମଦ ମୋକିମଙ୍କ ନିର୍ବାଚନ ଲଢ଼ିବା ଆଶା ମଉଳି ଯିବା ପରେ ତାଙ୍କ ଝିଅଙ୍କୁ ନେଇ ଆରମ୍ଭ ହୋଇଛି ଅଙ୍କକଷା । ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ଏଥର ନିର୍ବାଚନରେ ମଇଦାନକୁ ଓହ୍ଲାଇ ପାରନ୍ତି ବୋଲି ସହରରେ ଚର୍ଚ୍ଚା ଜୋର ଧରିଛି । ଏନେଇ ମୋକିମଙ୍କ ଘରେ ସମର୍ଥକଙ୍କୁ ନେଇ ଆରମ୍ଭ ହୋଇ ଯାଇଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ମୋକିମଙ୍କ ଜାଗାରେ ଝିଅ ସୋଫିଆଙ୍କୁ ପ୍ରାର୍ଥୀ କରିବାକୁ କର୍ମୀମାନେ ସହମତି ପ୍ରକାଶ କରିଛନ୍ତି । ଏନେଇ ହାଇକମାଣ୍ଡଙ୍କୁ ଜଣାଇବାକୁ ବୈଠକରେ ସହମତି ପ୍ରକାଶ ପାଇଛି । ମହମ୍ମଦ ମୋକିମ କହିଛନ୍ତି, ଲୋକଙ୍କ ସେବା କରିବାକୁ ରାଜନୀତିକୁ ଆସିଛୁ । ୨୪ ବର୍ଷ ତଳର ପୁରୁଣା କେସରେ ରାଜ୍ୟ ସରକାର ବ୍ୟଗ୍ରତା ଦେଖାଇଲେ । ମାତ୍ର ସୁପ୍ରିମକୋର୍ଟ ଦଣ୍ଡାଦେଶ ଉପରେ ରହିତାଦେଶ ଲଗାଇବା ସହ ଜାମିନ ପ୍ରଦାନ କରି ସାରିଛନ୍ତି । ମାତ୍ର ଯେଉଁ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲି ସେଥିରେ ରୋକ ଲାଗି ନଥିବାରୁ ନିର୍ବାଚନ ଲଢ଼ି ପାରିବିନି । ତେଣୁ ଏବେ କିଏ ମଇଦାନକୁ ଓହ୍ଲାଇବ ସେଥିପାଇଁ କାହା ନାମ ଫାଇନାଲ୍ ହୋଇନି । କର୍ମୀମାନେ ଝିଅ ନାଁ ଉଠାଉଥିବା ବେଳେ ସେମାନଙ୍କ ପୂର୍ଣ୍ଣ ସମର୍ଥନ ବି ରହିଛି । ଏନେଇ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରାଯିବା ପରେ ଝିଅ ସହ ବି ଆଲୋଚନା ହେବ । ତା’ ପରେ ଆମେ ଏନେଇ ପିସିସିକୁ ଜଣାଇବୁ ବୋଲି କର୍ମକର୍ତ୍ତାମାନେ କହିଛନ୍ତି । ତେବେ ଏନେଇ କଂଗ୍ରେସ କର୍ମୀମାନେ କହିଛନ୍ତି ଯେ, ସୋଫିଆ କଂଗ୍ରେସ ପାଇଁ ନୂଆ ନୁହନ୍ତି । ୨୦୧୪ ନିର୍ବାଚନରେ ସେ ଲୋକଙ୍କ ପାଖକୁ ଯାଇଥିଲେ । ୨୦୧୯ରେ ବି ସେ ଘରକୁ ଘର ବୁଲିଛନ୍ତି । ଉଭୟ ନିର୍ବାଚନରେ ସେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ତାଙ୍କର ରାଜନୈତିକ ଅଭିଜ୍ଞତା ଅଛି । କଟକର ସବୁ କଂଗ୍ରେସ କର୍ମୀ ତାଙ୍କ ସହ ଅଛନ୍ତି । ତେଣୁ ସେ ନିର୍ବାଚନ ଲଢ଼ିଲେ ଖୁବ୍ ସହଜରେ ବିଜୟ ଲାଭ କରିବେ । ଯେହେତୁ ମୋକିମ ନିର୍ବାଚନ ଲଢ଼ି ପାରିବେନି ତେଣୁ ସୋଫିଆ ନିର୍ବାଚନ ଲଢନ୍ତୁ ବୋଲି ଆମେ ଆନ୍ତରିକତା ପ୍ରକାଶ କରୁଛୁ । ତେବେ ଏନେଇ ସୋଫିଆଙ୍କ ମତାମତ ମିଳି ପାରିନି । ଓଆରଏଚଡିସି ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିବାରୁ ନିର୍ବାଚନ ଲଢିପାରିବେନି ମୋକିମ୍ । ତଳକୋର୍ଟଙ୍କ ଆଦେଶ ଉପରେ ରହିତାଦେଶ ଦେବାକୁ ମନା ସୁପ୍ରିମକୋର୍ଟ ମନା କରିଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ