ବାଦାମପାହାଡ ଯୁବକ ସଂଘ ତରଫରୁ ୫୨ତମ ବାର୍ଷିକ କ୍ରୀଡ଼ା ଓ ନୃତ୍ୟ ପ୍ରତିଯୋଗିତା

ବାଦାମପାହାଡ ଯୁବକ ସଂଘ ତରଫରୁ ୫୨ତମ ବାର୍ଷିକ କ୍ରୀଡ଼ା ଓ ନୃତ୍ୟ ପ୍ରତିଯୋଗିତା

News by Akshya Kumar Biswal (Rairangpur)

#ରାଇରଙ୍ଗପୁର (ଏନ୍‌.ଏମ୍‌.): ମୟୂରଭଞ୍ଜ ଜିଲ୍ଲାର କୁସୁମୀ ବ୍ଲକ୍ ଅନ୍ତର୍ଗତ ବାଦାମପାହାଡର ଶିବ ମନ୍ଦିର ଯୁବକ ସଂଘ ଆନୁକୂଲ୍ୟରେ ୫୨ତମ ବାର୍ଷିକ କ୍ରୀଡ଼ା ଓ ନୃତ୍ୟ ପ୍ରତିଯୋଗିତା ଆନନ୍ଦ ଓ ଉଲ୍ଲାସର ସହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବୟସ୍କ ମାନଙ୍କର ମାରାଥନ ରେସ୍ କରାଯାଇଥିଲା । ଏଥିସହିତ ବାଳକମାନଙ୍କ ୮୦୦ ମିଟର ଦୌଡ, ବାଳିକା ମାନଙ୍କର ୪୦୦ମିଟର ଦୌଡ, ସ୍କିପିଂ ଖେଳ ପ୍ରତିଯୋଗିତା ହୋଇଥିଲା । ତେବେ ଏହି ପ୍ରତିଯୋଗିତାରେ ସବୁଠୁ ଅଧିକ ଆକର୍ଷଣୀୟ ଥିଲା ବୃଦ୍ଧ-ବୃଦ୍ଧାମାନଙ୍କ ୧୦୦ ମିଟର ଦୌଡ । ପରିଣତ ବୟସରେ ପ୍ରତିଯୋଗୀମାନେ ବେଶ ଚିତ୍ତାକର୍ଷକ କ୍ରୀଡ଼ା ପ୍ରଦର୍ଶନ କରିଥିଲେ । ପୁନଶ୍ଚ ଶିଶୁ ବାଳକମାନଙ୍କ ବେଙ୍ଗ ଡିଆଁ, ବିସ୍କୁଟ ଖିଆ, ଶିଶୁ ବାଳିକା ମାନଙ୍କର ମ୍ୟୁଜିକ୍ ଚେୟାର, ପୁଚି ଖେଳ, ବିଭାହିତ ମହିଳା ମାନଙ୍କ ବଲ୍ ଫିଙ୍ଗା, ହାଣ୍ଡି ଫଟା, ଏବଂ କୁନିକୁନି ପିଲାମାନଙ୍କ ଟାୟାର ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିସହିତ ନୃତ୍ୟ ପ୍ରତିଯୋଗିତାରେ ବୁଢିଗାଳି ଓ ବାହା ନାଚ ପରିବେଷଣ ହୋଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ବାଦାମପାହାଡ ଶିବ ମନ୍ଦିର ଯୁବକ ସଂଘର ଅଭିଷେକ ସାହୁ, ଦିଲ୍ ବାହାଦୁର, ବାବୁଲୁ, ପ୍ରଦୀପ, ରାଜୁ ଗୁପ୍ତା, ପଙ୍କଜ ଚକ୍ରବର୍ତ୍ତୀ, ସୋନୁ ସାହୁ, ଜୋନୀ, ଅମିତ୍ ଦାସ୍‌, ସତ୍ୟଜିତ ସାହୁ, ରାଜ୍ ଗାଙ୍ଗୁଲୀ, ମେହମୁଦ୍ ଭାଇ, ବିକି ପ୍ରମୁଖ ସମସ୍ତ ସଦସ୍ୟ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବାଦାମପାହାଡ ଥାନା ଅଧିକାରିଣୀ ଅମ୍ବିକା ପ୍ରସାଦ ଦାସ, ସମ୍ମାନିତ ଅତିଥି ଭାବେ ଯୁବ ସମାଜସେବୀ ଚକ୍ରଧର ହେମ୍ବ୍ରମ, ୧୦ ନମ୍ବର ଜୋନ ଜିଲ୍ଲା ପରିଷଦ ସଦସ୍ୟା ପୁତୁଲ୍ ହାଇବୁରୁ, କୁସୁମି ବ୍ଲକ ବିଜେଡି ସଭାପତି ସୁଲୋଚନା ହେମ୍ବ୍ରମ, ମହିଳା ସଭାପତି ସୁକୁମତି ଟୁଡୁ, ଧାଙ୍ଗୁଡିମୁତା ସମିତି ସଭ୍ୟା ଗୌରୀ ବାସ୍କେ, ଚୁଆପାଣି ସମିତି ସଭ୍ୟା ବାସନ୍ତୀ ମୁର୍ମୁ, ସମିତି ସଭ୍ୟ ସୁଦର୍ଶନ ହେମ୍ବ୍ରମ ପ୍ରମୁଖ ଯୋଗ ଦେଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *