ବାତ୍ୟା ମୁକାବିଲା ପାଇଁ ପ୍ରଶଂସା ସାଉଁଟୁଛି ଚୌଦ୍ୱାର ପୁଲିସ

ବାତ୍ୟା ମୁକାବିଲା ପାଇଁ ପ୍ରଶଂସା ସାଉଁଟୁଛି ଚୌଦ୍ୱାର ପୁଲିସ

ବାତ୍ୟା ମୁକାବିଲା ପାଇଁ ପ୍ରଶଂସା ସାଉଁଟୁଛି ଚୌଦ୍ୱାର ପୁଲିସ


#ଚୌଦ୍ୱାର(ଏନ୍‌.ଏମ୍‌.): ବାତ୍ୟା ଦାନା ଯୋଗୁଁ କୌଣସି ଜୀବନ ହାନି ନହେବା ଉପରେ ଚୌଦ୍ୱାର ପୁଲିସ ଯଥେଷ୍ଟ ଗୁରୁତ୍ୱ ଦେଇ ସଫଳତା ମଧ୍ୟ ପାଇଛି। ବାତ୍ୟା ମୁକାବିଲା କ୍ଷେତ୍ରରେ ଚୌଦ୍ୱାର ପୁଲିସର ସଫଳତା ନେଇ ବିଭିନ୍ନ ମହଲରେ ପ୍ରଶଂସା ମିଳିଛି। ବସ୍ତି ତଥା କଚା ଘରେ ବସବାସ କରୁଥିବା ଲୋକଙ୍କୁ ଖୋଜିଖୋଜି ବାତ୍ୟା ଆଶ୍ରୟସ୍ଥକୁ ନେଇ ସେଠାରେ ସୁରକ୍ଷିତ ଭାବେ ରହିବାର ବ୍ୟବସ୍ଥା କରିଥିଲା ଚୌଦ୍ୱାର ପୁଲିସ। କେବଳ ସେତିକି ନୁହେଁ ବାତ୍ୟା ସମୟରେ ଚୋରି ତଥା ଅପରାଧିକ କାର୍ଯ୍ୟକଳାପ ଉପରେ ତୀକ୍ଷ୍ନ ନଜର ରଖିବା ସହ ଲୋକଙ୍କୁ ସହାୟତାର ହାତ ବଢ଼ାଇଥିଲା ପୁଲିସ। ଚୌଦ୍ୱାର ଥାନା ଆଇଆଇସି ବିଶ୍ୱରଞ୍ଜନ ସାହୁ ଏବଂ ଅତିରିକ୍ତ ଆଇଆଇସି ସସ୍ମିତା ଖିଲାରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଚୌଦ୍ୱାର ଥାନାର ସମସ୍ତ ଅଧିକାରୀ ଓ କର୍ମଚାରୀ ରାତିସାରା ଉଜାଗର ରହି ଲୋକଙ୍କ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିଲେ। ଏହି ସମୟରେ ଚୌଦ୍ୱାର ପୌରପାଳିକାର ୮ନମ୍ବର ୱାର୍ଡ଼ର ଓଟିଏମ କଲୋନୀ ଠାରେ ଜଣେ ପକ୍ଷାଘାତ ପୀଡ଼ିତ ଯୁବକ ଏକ ଭଙ୍ଗା ଘରେ ରହିଯାଇଥିବା ଖବର ପାଇ ଚୌଦ୍ୱାର ଥାନା ଅଧିକାରୀ ଶ୍ରୀ ସାହୁ ସଂଗେସଂଗେ ଉଦ୍ଧାର ପାଇଁ ନିର୍ଦ୍ଦେଶ ଦେବା ପରେ ଅତିରିକ୍ତ ଆଇଆଇସି ଶ୍ରୀମତୀ ଖିଲାର ଏବଂ ସବଇନ୍ସପେକ୍ଟର ସରସ୍ୱତୀ ସାହୁ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଯୁବକଙ୍କୁ ଆଣି ଓଟିଏମ ହାଇସ୍କୁଲ ଠାରେ ପ୍ରସ୍ତୁତ ହୋଇଥିବା ବାତ୍ୟା ଆଶ୍ରୟସ୍ଥଳରେ ଛାଡ଼ିଥିଲେ। ଆଜି ସକାଳେ ବାତ୍ୟା ହ୍ରାସପାଇବା ପରେ ତାଙ୍କୁ ପୁଲିସଗାଡ଼ିରେ ଆଣି ତାଙ୍କ ଘରେ ଛାଡ଼ିଥିଲେ। ସୂଚନା ଯୋଗ୍ୟଯେ, ପୌରପାଳିକା ସମସ୍ତ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ଆଣିଥିବା ଡିଣ୍ଡିମ ପିଟୁଥିବାବେଳେ ଏହି ଭିନ୍ନକ୍ଷମ ଯୁବକଙ୍କ କଥା କେମିତି ଭୁଲିଗଲା ତାହା ସମସ୍ତଙ୍କୁ ଚକିତ କରିଛି। ତେବେ ପୁଲିସର ଏଭଳି ଉଦ୍ୟମକୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ