ବାତ୍ୟା ଦାନା ମୁକାବିଲା ନେଇ ସମୀକ୍ଷା କଲେ ସିଏମସି ମେୟର, ଜିଲ୍ଲାପାଳ, କମିଶନର

ବାତ୍ୟା ଦାନା ମୁକାବିଲା ନେଇ ସମୀକ୍ଷା କଲେ ସିଏମସି ମେୟର, ଜିଲ୍ଲାପାଳ, କମିଶନର

ବାତ୍ୟା ଦାନା ମୁକାବିଲା ନେଇ ସମୀକ୍ଷା କଲେ ସିଏମସି ମେୟର, ଜିଲ୍ଲାପାଳ, କମିଶନର


କଟକ(ଏନ୍‌,ଏମ୍‌.): ସମ୍ଭାବ୍ୟ ବାତ୍ୟା ପାଇଁ କଟକ ସହରର ପ୍ରମୁଖ ସମସ୍ୟା ଜଳ ନିଷ୍କାସନର ସ୍ଥିତି ପରଖିବା ସହ ସମୀକ୍ଷା କଲେ ସିଏମସି ମେୟର ସୁବାସ ସିଂ। ଏହି ପରିପ୍ରେକ୍ଷୀରେ କଟକ ଜିଲ୍ଲାପାଳ ଦତାତ୍ରେୟ ଭଉସାହେବ ସିନ୍ଧେ ଓ କଟକ ମହାନଗର ନିଗମର କମିଶନର ଅନାମ ପାତ୍ର ଡେପୁଟି ମେୟର ଦମୟନ୍ତୀ ମାଝି ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ସହରର ସୂତାହାଟ, ପଟାପୋଲ, ଝୋଲାସାହି, ଛତ୍ରବଜାର ଆଦି ପ୍ରମୁଖ ଅଞ୍ଚଳରେ ସ୍ଥିତି ସମୀକ୍ଷା କରିଛନ୍ତି। ଛତ୍ରବଜାର ବକ୍ସ ଡ୍ରେନ ନିକଟରେ ୯୫୦ ଏଚପିର ୮ ଟି ପମ୍ପ ସେଟ ଏବଂ ୧୧ଟି ବଡ ପମ୍ପ ସେଟ ଲାଗିବ, ଯାହାକି ୧୫୦ ମିଳି ଲିଟର ବର୍ଷା ହେଲେବି ଜଳ ସଠିକ ସମୟରେ ନିଷ୍କାସିତ ହୋଇପାରିବ ବୋଲି କୁହାଯାଇଛି। ସେହିଭଳି ଶାଖା ଡ୍ରେନ ଗୁଡିକ ଯାହାକି ବକ୍ସ ଡ୍ରେନକୁ ସଂଯୋଗ କରୁଛି ତାହା ସଫାଇ କରାଯାଇ ଜଳ ନିଷ୍କାସନ ଉପଯୋଗୀ ହୋଇପାରିଛି। ପୁନଶ୍ଚ ସୂତା ହାଟ ଅଞ୍ଚଳରେ ଥିବା ସମସ୍ୟା ବୁଲି ଦେଖିବା ପରେ ତାହାର ପ୍ରତିକାର କରାଯାଇଛି।
କଟକସହରରେ ବର୍ଷା ଜଳ ନିଷ୍କାସନକୁ ସୁଗମ କରିବାକୁ ୨୮୩ ଟି ପମ୍ପ ସେଟ, ୧୫ଟି ଫାୟାର ବିଗ୍ରଡେ ପମ୍ପ ସେଟ, ୧୫ଟି ଭୋଳବୋ ପମ୍ପ ସେଟ ନିଯୋଜିତ କରାଯାଇଛି। ୧୪ ଜଣ ଜୁନିୟର ଯନ୍ତ୍ରୀ ଏହି କାର‌୍ୟ୍ୟ ସୂଚାରୁ ରୂପେ ପରିଚାଳନା କରିବାକୁ ଦାୟିତ୍ୱ ଦିଆଯାଇଛି। ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯାଇ ଏହି କାର‌୍ୟ୍ୟକୁ ତ୍ୱରନିତ୍ୱ କରିବାକୁ ବ୍ୟବସ୍ଥା କରାଯାଇଛି। ଏହି ପରିଦର୍ଶନ ସମୟରେ ୱର୍କ୍ସ କମିଟି ଅଧକ୍ଷ୍ୟ ପ୍ରଦୀପ ଖୁଣ୍ଟିଆ, କର୍ପୋରେଟର ଚନ୍ଦନ ଜେନା, ଇତିଶ୍ରୀ ଦାସ, ଯତୀନ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ସେହିଭଳି ମେୟର ଓ କମିଶନର ବସ୍ତି ଅଞ୍ଚଳ ବୁଲିବା ସହ ୫ହଜାର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳରେ ଥଇଥାନ କରାଯିବ ବୋଲି ଜଣାପଡ଼ିଛି। ତେଣୁ ଆସନ୍ତା ବାତ୍ୟାକୁ ଆଖିରେ ରଖି ୮୯ଟି ବସ୍ତି ଚିହ୍ନଟ କରାଯାଇଛି। ସିଏମସି ଅଧିନରେ ୮୧ ଟି ଥଇଥାନ କେନ୍ଦ୍ରକୁ ପ୍ରସ୍ତୁତି ରଖାଯାଇଛି। ଏହି ଅବସରରେ ସିଏମସି କର୍ତ୍ତୃପକ୍ଷ ବାଲିସାହି ବସ୍ତିକୁ ଯାଇ ସେମାନଙ୍କ ସହ ଆଲୋଚନା କରାଯାଇଛି। ତେବେ ସେମାନଙ୍କୁ ନିକଟସ୍ଥ ସ୍କୁଲରେ ଥଇଥାନ କରାଯିବାର ବ୍ୟବସ୍ଥା ହୋଇଛି। ସେହିଭଳି କାଠଯୋଡି ବିହାରରେ ୧୨୦୦୦ ଲୋକ ରହୁଛନ୍ତି। ସେମାନଙ୍କୁ ନିକଟସ୍ଥ ଡି ଏ ଭି ସ୍କୁଲରେ ଥଇଥାନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏଥି ସହିତ ଜଗତପୁର ନିମପୂର ବସ୍ତି ବାସିନ୍ଦାଙ୍କ ସହ ମେୟର୍ ଓ କମିଶନର ଆଲୋଚନା କରି ନିକଟତର ସ୍କୁଲ ଓ କଲେଜରେ ଥଇଥାନ କରାଯିବାକୁ ସ୍ଥିର କରାଯାଇଥିବା ଜଣାପଡ଼ିଛି। ବସ୍ତି ବାସିନ୍ଦାଙ୍କ ରହିବା ସ୍ଥାନ ଶୌଚାଳୟ, ପାନୀୟ ଜଳ, ବିଦ୍ୟୁତ୍‌, ରନ୍ଧା ଖାଦ୍ୟ ପ୍ରଭୁତି ପ୍ରସ୍ତୁତି ରଖିବା ସହ ନିର୍ଦ୍ଧିଷ୍ଟ ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି। ଏହି କାର‌୍ୟ୍ୟ କ୍ରମରେ ଷ୍ଟାଣ୍ଡିଂ କମିଟି ଚେୟାରମେନ ପ୍ରଦୀପ୍ତ ରାଉତ, କର୍ପୋରେଟର ପ୍ରିୟମ୍ବଦା ମହାନ୍ତି, ପ୍ରିୟମ୍ବଦା ସ୍ୱାଇଁ, ନଳିନୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ସେହିଭଳି କଟକ ସହରରେ ପାର୍ବଣ ପାଇଁ ରାସ୍ତା ଉପରେ ଥିବା ତୋରଣ ଗୁଡ଼ିକୁ ହଟାଇ ଦିଆଯିବା ସହ ଯୁଦ୍ଧକାଳୀନ ଭିତ୍ତିରେ ଗଛକଟା ମଧ୍ୟ ଚାଲିଛି।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ