ବହୁ ପ୍ରତିକ୍ଷିତ ବାସୁଦେବ ମନ୍ତେଇ ପୋଲର ଶିଳାନ୍ୟାସ

#ବାସୁଦେବପୁର(ଏନ୍.ଏମ୍.): ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର ବହୁ ପ୍ରତିକ୍ଷିତ ମନ୍ତେଇ ନଦୀରେ ବାଲିଆପାଳ ଘାଟ ଓ ଚାରିବାଟିଆ ଘାଟ ଠାରେ ନୂତନ ସେତୁ ନିର୍ମାଣ ନିମନ୍ତେ ଶିଳାନ୍ୟାସ ହୋଇ ଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଇସ୍ପାତ, ଖଣି ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ବ୍ୟୋମକେଶ୍ ରାୟ, ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ବିଧାୟକ ବିଷ୍ଣୁବ୍ରତ ରାଉତରାୟ ଯୋଗଦେଇ ଏହି ନୂତନ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ କରିଥିଲେ । ଏହି ଅବସରରେ ଅତିଥିମାନଙ୍କୁ ବାସୁଦେବପୁର ଠାରୁ ଏକ ବିରାଟ ମୋଟର ସାଇକେଲ ରାଲିରେ ସ୍ୱାଗତ ପୂର୍ବକ ପ୍ରଥମେ ବାସୁଦେବପୁର ମତାଜୀ ମଠ ଠାରୁ କରଞ୍ଜଆଡିଆ ଭାୟା (ବିଦେଇପୂର) ଏବଂ କରଞ୍ଜଆଡିଆରୁ ଚାରିବାଟିଆ ଭାୟା (ଗୋବିନ୍ଦପୁର) ଦେଇ ମୋଟର ସାଇକେଲ ଶୋଭାଯାତ୍ରାରେ ଶିଳାନ୍ୟାସସ୍ଥଳକୁ ନିଆ ଯାଇଥିଲା ।
