ବଳରାମ ବଗର୍ତ୍ତିଙ୍କୁ ନିର୍ବାଚନ ଲଢ଼ିବାକୁ ପ୍ରାର୍ଥୀ ଘୋଷଣା କଲା କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା
ସୁଯୋଗ ମିଳିଲେ ଲୋକେଙ୍କ ମୌଳିକ ଅଧିକାରର ସ୍ୱର ବିଧାନସଭାରେ ଉଠାଇ ହେବ : ବଳରାମ ବଗର୍ତ୍ତି


#ପାଟଣାଗଡ଼ (ଏନ୍‌.ଏମ୍‌.): ଆଗାମୀ ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରି ଅଞ୍ଚଳର ସାମାଜିକ ଅର୍ଥନୈତିକ ବିକାଶ ସମ୍ଭବ ହୋଇପାରିବ ବୋଲି କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଶାରଦା ଲଜରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀର ସୂଚନା ଦିଆଯାଇଛି । ଡିଙ୍ଗର କୁମ୍ଭାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ସମ୍ମିଳନୀରେ ଜନସନ ନାଗ, ସୁବାସ ଆଚାର୍ଯ୍ୟ, ଶାନ୍ତନୁ ବୁଦ୍ଧିଆ, ବରଗଡ଼ରୁ କୋଶଳପ୍ରେମୀ ଦମଣୀ ଦନ୍ତା, ପ୍ରତିଶ ଦାସ, ଅଂଶୁମାନ ନନ୍ଦ, ନନ୍ଦନ ମହାନନ୍ଦ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମିଳନୀରେ ଦେଶ ସ୍ୱାଧୀନତା ଦୀର୍ଘ ୭୫ ବର୍ଷ ଅଞ୍ଚଳର ବିକାଶ ଯେତେ ମାତ୍ରା ହେବା କଥା ତାହା ନିର୍ବାଚିତ ଜନପ୍ରତିନିଧି ମାନଙ୍କ ଇଚ୍ଛାଶକ୍ତିର ଅଭାବ ଓ ସ୍ୱରବିହୀନ ଯୋଗୁଁ ଲୋକମାନେ ସାଧାରଣତଃ ମୌଳିକ ଅଧିକାର ବାର୍ଦ୍ଧକ୍ୟ ଭତ୍ତା, ଆବାସ, ରାସନ୍ ଭଲି ଯୋଜନାରୁ ମଧ୍ୟ ବଞ୍ଚିତ ହେଉଛନ୍ତି । ବୋଲି ଅତିଥି ମାନେ ମତ ବ୍ୟକ୍ତ କରିଥିଲେ । ମାଆ ମାଟି ର ସନ୍ତାନ ହୋଇ କେତେ ଦିନ ଆଉ ଚୁପ୍ ହୋଇ ରହିବା, ପଶ୍ଚିମ ଓଡ଼ିଶାରେ ଖଣି ଖାଦାନରେ ଭରପୁର ରହିଥିଲେ ମଧ୍ୟ, ଅଭାବୀ ବିକ୍ରି ,ଏଠାରେ ଶିଳ୍ପ କାରଖାନା ନଥିବାରୁ ଲୋକେ ଦାଦନ ଖଟିବାକୁ ବାଧ୍ୟ ହେଉଛନ୍ତି । ସ୍ୱାସ୍ଥ୍ୟସେବା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି, ଶିକ୍ଷା, ଚାକିରି କ୍ଷେତ୍ରରେ ମଧ୍ୟ ପଛୁଆ ଅଞ୍ଚଳକୁ ପାତରଅନ୍ତର କରାଯାଉଛି । ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଗଠନ ହୋଇଥିଲେ ମଧ୍ୟ ଏଠାରେ ଅଫିସ ନରଖି ଭୂବନେଶ୍ୱର ରେ ରଖାଯାଇଛି ଏବଂ ସବୁବେଳେ ଅବହେଳା କରାଯାଉଛି ବୋଲି ଅତିଥିମାନେ ତାଙ୍କ ଅଭିଭାଷଣରେ କହିଥିଲେ । ପାଟଣାଗଡ଼ ଡ଼ାକ୍ତରଖାନାରେ ଡାକ୍ତର ଅଭାବ, ବୈଷୟିକ ଶିକ୍ଷା ବା ଧନ୍ଦାମୂଳକ ଶିକ୍ଷା ସମ୍ପର୍ଣ୍ଣ ଅପହଞ୍ଚ ହୋଇଥିବାବେଳେ ସର୍ବପୁରାତନ ଜବାହରଲାଲ ମହାବିଦ୍ୟାଳୟରେ ସ୍ନାତକୋତ୍ତର ଦାବି ସତ୍ତ୍ୱେ ଖୋଲାଯାଇ ନାହିଁ । ଅନ୍ୟପକ୍ଷରେ ଅଞ୍ଚଳରେ ବହୁଳ ପରିମାଣରେ କପା ଚାଷ ହେଉଥିବା ବେଳେ ସୁତା ଫେକ୍ଟ୍ରି ନାହିଁ, ମହୁଲର ଉଚିତ ମୂଲ୍ୟ ମିଳୁନାହିଁ, ସୁପ୍ରସିଦ୍ଧ ହରିଶଙ୍କର ବୈଶାଖ ମେଳା କୁ ରାଜ୍ୟ ସ୍ତରୀୟ ମାନ୍ୟତା ମିଳିନାହିଁ, ରାନିଦର ନଦୀବନ୍ଧ ଯୋଜନାରେ ଜମି ଅଧିଗ୍ରହଣ ପରେ ମଧ୍ୟ କାର୍ଯ୍ୟକାରୀ ହେଉନାହିଁ, ଶୀତଭଣ୍ଡାର ନାହିଁ ,ଖେଳପଡିଆ ନାହିଁ ଯାହାକି ନିର୍ବାଚିତ ଜନପ୍ରତିନିଧି ମାନଙ୍କ କାର୍ପଟଦାର ମାନଙ୍କର ପାରିବାପଣ ର ଏକ ପ୍ରଶ୍ନ ଉଠୁଛି ବୋଲି କୋଶଳ ପ୍ରେମୀନେତା ମାନେ ମତ ପୋଷଣ କରିଥିଲେ । ଦୀର୍ଘ ଦିନ ରୁ ପାଟଣାଗଡ଼ ଅଞ୍ଚଳରେ ଲାଗି ରହିଥିବା ସମସ୍ୟାର ସମାଧାନ ସହ ସ୍ୱତନ୍ତ୍ର କୋଶଳ ରାଜ୍ୟ ଲାଗି ୨୦୨୪ ସାଧାରଣ ରେ ନିର୍ବାଚନ କୋଶଳ ପ୍ରେମୀ ବଳରାମ ବଗର୍ତ୍ତି ଙ୍କୁ ବିଧାୟକ ପ୍ରାର୍ଥୀ ଭାବେ ଲଢ଼ିବାକୁ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଥିଲା । ମୁଁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ଲୋକଙ୍କ ସେବା କରିବି ବୋଲି କହିଥିଲେ । ଏଥିରେ ଶତାଧିକ କୋଶଳ ପ୍ରେମୀ ଯୋଗଦେଇଥିଲେ । ଜନସନ ନାଗ ସ୍ୱାଗତ ଭାଷଣ ଦେଇଥିବାବେଳେ ସୁବାସ ଆଚାର୍ଯ୍ୟ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *