ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ତାଲିମ ସେବା ଶିବିର

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ତାଲିମ ସେବା ଶିବିର

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ତାଲିମ ସେବା ଶିବିର


ଚୌଦ୍ୱାର(ଏନ୍‌.ଏମ୍‌.): ଟାଙ୍ଗି ଚୌଦ୍ୱାର ବ୍ଲକ ଅର୍ନ୍ତଗତ କୟଳପଡ଼ା ପଞ୍ଚାୟତରେ ପଞ୍ଚାୟତ ସଭାଗୃହ ପରିସରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ ନିର୍ବାହୀ ଅଧିକାରୀ ଲକ୍ଷ୍ମୀଧର ପତ୍ରୀଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ବିଷୟରେ ଆଲୋଚନା କରାଯାଇଥିଲା। କେଉଁମାନେ ଏହି ଯୋଜନାର ଲାଭ ଉଠାଇବା ସହିତ କିଭଳି ଆବେଦନ କରିବେ ଏ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରିଥିଲେ। ଯେଉଁମାନେ ଅସହାୟ, ବାସହୀନ, ଭିନ୍ନକ୍ଷମ, ବିଧବା, କଚା ଘର ହୋଇଥିବ ଏଥିସହିତ ବାର୍ଷିକ ୧୫ହଜାର ଆୟ ରହିଥିବ ତଥା ଯୋଗ୍ୟ ହିତାଧିକାରୀ ଯେଭଳି ଏହି ଯୋଜନାର ସୁଫଳ ପାଇପାରିବ ସେ ବିଷୟରେ ସମସ୍ତଙ୍କୁ ଅବଗତ କରାଯାଇଥିଲା ।କିଭଳି ଅନଲାଇନ ମାଧ୍ୟମରେ ଆବେଦନ କରାଯିବ ଓ କେଉଁ କାଗଜପତ୍ର ସବୁ ଆବଶ୍ୟକ ଯଥା ଆଧାର କାର୍ଡ , ଜବ କାର୍ଡ, ଫଟୋ, ବ୍ୟାଙ୍କ୍ ପାସବୁକ୍ , କିମ୍ବା ସରକାରଙ୍କ ଦ୍ୱାରା ପ୍ରଦପ୍ତ ହେବାକୁ ଥିବା ସ୍ୱତନ୍ତ୍ର ଆପ ମାଧ୍ୟମରେ କିଭଳି ଆବେଦନ କରିପାରିବେ, ସେ ବିଷୟରେ ଆଲୋଚନା ସହିତ କେତେ ସହାୟତା ମିଳିବ, ପ୍ରୋତ୍ସାହନ କେତେ ମିଳିବ ଓ କିଭଳି ଏହାର ଚୟନ କରାଯିବ ସମସ୍ତ ବିଷୟରେ ଉପସ୍ଥିତ ଲୋକ ମାନଙ୍କ ଦ୍ୱାରା ପ୍ରଶ୍ନ ଉତ୍ତର ଦ୍ୱାରା ଆଲୋଚନା କରାଯାଇଥିଲା।ତେବେ ଏହି ଯୋଜନାରେ କେନ୍ଦ୍ର ସରକାରଙ୍କ ପୂର୍ବ ଅପେକ୍ଷା ନିୟମକୁ ଟିକେ ପରିବର୍ତ୍ତନ କରାଯିବା ସହ ନୂତନ ନିୟମ ଯଥା ବାର୍ଷିକ ଆୟକୁ୧୦ ହଜାରରୁ ୧୫ହଜାର ବଢ଼ଯିବା ସହ ନିଜର ମୋଟରସାଇକେଲ କିମ୍ବା ଫ୍ରିଜ୍‌,ଟେଲିଫୋନ୍ ମଧ୍ୟ ଥିଲେ ଆବେଦନ କରିହେବ ଓ ନିଜେ ସିଧାସଳଖ ଆବେଦନ କରିପାରିବେ ଏଭଳି କିଛି ନିୟମ କୋହଳ ହୋଇଥିବା ଜଣାପଡିଛି । ତେବେ ଏହିକାର୍ଯ୍ୟ କ୍ରମରେ ସ୍ଥାନୀୟ ସରପଞ୍ଚ ଶୈଳବାଳା ନାୟକ, ସମିତିସଭ୍ୟା ବନ୍ଦନା ସ୍ୱାଇଁ, ରବୀନ୍ଦ୍ର ପଣ୍ଡା, ଦୁଃଶାସନ ଦଳାଇ,ନକୁଳ ମଲ୍ଲିକ,ଅଜୟ ନାୟକ,ରଞ୍ଜନ ସ୍ୱାଇଁ,ରଞ୍ଜନ ବେହେରା,ସସ୍ମିତା ମଲ୍ଲିକ,ସୀମା ବେହେରା, ସୁଷମା ଦଳାଇ,ବିଜୟ ନାୟକ, ପ୍ରକାଶ ବେହେରା ଙ୍କ ସମେତ ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ଥିଲେ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ