ପ୍ରତିଶ୍ରୁତି ରକ୍ଷା କଲେ ମନ୍ତ୍ରୀ ପ୍ରତାପ ଜେନା: ଖୋଲିଲା ସରକାରୀ ହୋମିଓପ୍ୟାଥିକ ଚିକିତ୍ସାଳୟ

ପ୍ରତିଶ୍ରୁତି ରକ୍ଷା କଲେ ମନ୍ତ୍ରୀ ପ୍ରତାପ ଜେନା: ଖୋଲିଲା ସରକାରୀ ହୋମିଓପ୍ୟାଥିକ ଚିକିତ୍ସାଳୟ

ଫଟୋ- ରମେଶ ଦାସ (ମାହାଙ୍ଗା)

ମାହାଙ୍ଗା(ଏନ୍‌.ଏମ୍‌.): ମାହାଙ୍ଗା ଅଞ୍ଚଳରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉଦ୍ୟମ କ୍ରମେ ଏକ ସରକାରୀ ହୋମିଓପ୍ୟାଥିକ ଚିକିତ୍ସାଳୟ ଆଜି ଉଦ୍‌ଘାଟିତ ହୋଇଯାଇଛି । ଏ ନେଇ ମନ୍ତ୍ରୀ ସ୍ଥାନୀୟ ଅଞ୍ଚଳବାସୀଙ୍କ ଦେଇଥିବା ପ୍ରତିଶୃତି ପାଳନ କରିଛନ୍ତି । ମନ୍ତ୍ରୀ ଶ୍ରୀ ଜେନା ଏକ ବିଶାଳ ଶୋଭାଯାତ୍ରାରେ ଆସି ପାଇକରାପୁର ପଞ୍ଚାୟତର ବିକାଶରେ ଆଉ ଗୋଟିଏ ଫର୍ଦ୍ଦ ଯୋଡିଛନ୍ତି । ଚମ୍ପତିପୁର ଅଞ୍ଚଳରେ ସରକାରୀ ହୋମିଓପ୍ୟାଥି ଚିକିତ୍ସାଳୟ ଖୋଲିବା ଦ୍ୱାରା ଅନେକ ଦିନର ସମସ୍ୟା ଦୂର ହୋଇପାରିବବୋଲି କୁହାଯାଇଛି । ଏହାପରେ ଏହା ପରେ ପରେ ଜିରା-ପାଇକରାପୁରକୁ ସଂଯୋଗ କରିଥିବା ୨୪ ନମ୍ବର ଡ୍ରେନେଜ ଉପରେ ଏକ ସେତୁର ଶୁଭ ଶିଳାନ୍ୟାସ କରି ଏହି ଅଞ୍ଚଳର ବହୁ ଦିନର ସମସ୍ୟାକୁ ସମାଧାନର ବାଟ ଦେଖାଇଛନ୍ତି । ୭୪ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନୂତନ ସେତୁର ଶୁଭ ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ଜିରା ପାଇକରାପୁର ବାସୀଙ୍କୁ ସମ୍ବୋଧିତ କରି କହିଥିଲେ ଆମେ କଥାରେ ନୁହେଁ କାମରେ ବିଶ୍ୱାସ କରୁ । ପ୍ରଗତି ଓ ବିକାଶର ଚିତ୍ରକର ସାଜି ମୁଁ ମାହାଙ୍ଗାକୁ ଏକ ଆଦର୍ଶ ପଞ୍ଚାୟତ ସମିତି ଭାବେ ଦେଖିବାକୁ ଚାହେଁ ବୋଲି କହିଥିଲେ । ଏହି ଅବସରରେ ବ୍ଲକ ଅଧ୍ୟକ୍ଷା ଦୀପା ମଲ୍ଲିକ, ଉପାଧ୍ୟକ୍ଷ ସତ୍ୟ ନାରାୟଣ ମହାନ୍ତି, ମାହାଙ୍ଗା ଗ୍ରାମ ଉର୍ଣ୍ଣୟନ ବିଭାଗ କନିଷ୍ଠ ଯନ୍ତ୍ରୀ ବିଜୟ ସାହୁ, ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ଦାସ, ବ୍ଲକ ବିଜେଡ଼ି ସଭାପତି ରାଜକିଶୋର ଜେନା, ବ୍ଲକ ଯୁବ ବିଜେଡ଼ି ସଭାପତି ଶରତ ମହାପାତ୍ର, ଜିଲ୍ଲା ପରିଷଦ ସଭ୍ୟ ଜଗବନ୍ଧୁ ସେଠୀ, ପାଇକରାପୁର ସରପଞ୍ଚ ରୋମାନ୍ସ ରାଉତ, ସମିତି ସଭ୍ୟା ପୁଷ୍ପଲତା ରାଉତ, କୁସୁପୁର ପଞ୍ଚାୟତର ସରପଞ୍ଚଙ୍କ ପତିନିଧି ଶିବ ଶଙ୍କର ସାହୁ, ସମିତି ସଭ୍ୟାଙ୍କ ପ୍ରତିନିଧି ହେମନ୍ତ ବାବୁ, ହଳଦିଆ ପଞ୍ଚାୟତର ସରପଞ୍ଚ ଜ୍ଞାନ ବାବୁ ପ୍ରମୁଖ ଉପସ୍ଥିତଥିଲେ ।

Leave a Reply

Your email address will not be published. Required fields are marked *