ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ

ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ

ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ


କଟକ(ଏନ୍‌.ଏମ୍‌.): ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ-୨୦୨୪ ଆଜି ପ୍ରକାଶ ପାଇଛି। ଏଥର ମୋଟ ୭୯୬ ଜଣ ପିଲା ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୪୪୧ ଜଣ ପାସ୍ କରିଛନ୍ତି। ଅର୍ଥାତ୍ ପାସ୍ ହାର ୫୫.୪% ରହିଛି। ସେହିପରି ଆଜି ଷ୍ଟେଟ ଓପନ୍ ସ୍କୁଲ ସାର୍ଟିଫିକେଟ ପରୀକ୍ଷା (ଏସ୍‌ଓଏସସି) ରେଜଲ୍ଟ ମଧ୍ୟ ପ୍ରକାଶ ପାଇଛି। ଏଥିରେ ସମସ୍ତ ୫ଟି ବିଷୟରେ ୧୬ ହଜାର ୯୦୮ ଜଣ ପରୀକ୍ଷା ଦେଇଥିବା ବେଳେ ୯୪୩୫ ଜଣ ପାସ୍ କରିଛନ୍ତି। ଅର୍ଥାତ୍ ପାସ୍ ହାର ୫୫.୮୭% ରହିଛି। ଯେଉଁ ପରୀକ୍ଷାର୍ଥୀମାନେ ସେମାନଙ୍କ ରେଜଲ୍ଟ ନେଇ ସନ୍ତୁଷ୍ଟ ହେବେ ନାହିଁ, ସେମାନେ ଖାତା ଚେକିଂ ପାଇଁ ଅଗଷ୍ଟ ୨୭ ତାରିଖରୁ ସେପ୍ଟେମ୍ବର ୫ ତାରିଖ ମଧ୍ୟରେ ଅଫ୍ଲାଇନ୍ରେ ଆବେଦନ କରିପାରିବେ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ଼) ପକ୍ଷରୁ କୁହାଯାଇଛି। ଜୋନ୍ ଅଫିସ୍ ଅବା କଟକ ସ୍ଥିତ ବିଏସ୍‌ଇର ମୁଖ୍ୟ କାର୍ଯ୍ୟାଳୟରେ ସେମାନେ ଆବେଦନ କରିପାରିବେ। ଏଥିପାଇଁ ବିଏସ୍‌ଇର ୱେବସାଇଟରେ ଆବେଦନ ଫର୍ମ ଉପଳବ୍ଧ ଅଛି ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ