ପେଟିନସାହି ଅଞ୍ଚଳରେ ମହିଳା କଂଗ୍ରେସ ବୈଠକ

ପେଟିନସାହି ଅଞ୍ଚଳରେ ମହିଳା କଂଗ୍ରେସ ବୈଠକ


#କଟକ (ଏନ୍‌.ଏମ୍‌.): ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମଙ୍କ ଆହ୍ୱାନ କ୍ରମେ ସିଏମସି ୱାର୍ଡ ନଂ-୨୧ ଅନ୍ତର୍ଗତ ପେଟିନ ସାହି ଅଞ୍ଚଳର ମହିଳାମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ନଗର ମହିଳା କଂଗ୍ରେସ ପୂର୍ବତନ ସଭାନେତ୍ରୀ ଶୈଳବାଳା ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଅଞ୍ଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋକପାତ କରାଯିବା ସହ ଉକ୍ତ ୱାର୍ଡରେ କିପରି ସଂଗଠନକୁ ଆହୁରି ସୁଦୃଢ କରାଯିବ ଏବଂ କିପରି ଭାବେ ଅଧିକରୁ ଅଧିକ ମହିଳାମାନେ ସଙ୍ଗଠନରେ ଯୋଡ଼ି ହେବେ ସେଥିପାଇଁ କାମ କରିବାକୁ ଶ୍ରୀମତୀ ଜେନା ଆହ୍ୱାନ ଦେଇଥିଲେ । ଏହି ୱାର୍ଡ ଅଞ୍ଚଳରେ ବିଧାୟକ ଉନ୍ନୟନ ପାଣ୍ଠିରୁ ହୋଇଥିବା ସମସ୍ତ କାର୍ଯ୍ୟ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ କର୍ପୋରେଟର ଅନିତା ନାୟକ, ଚାରୁଲତା ସାହୁ, ଅମ୍ରିତା ଦାସ, ପଲ୍ଲବୀ ଘୋଷ ପ୍ରମୁଖ ଉପସ୍ଥିତ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *