ପୁରୀ ବାଣ ଦୁର୍ଘଟଣା କ୍ଷତିଗ୍ରସ୍ତ ରୋଗୀଙ୍କୁ ଏସସିବିରେ ସାକ୍ଷାତ କଲେ ସିଏମସି ମେୟର

ପୁରୀ ବାଣ ଦୁର୍ଘଟଣା କ୍ଷତିଗ୍ରସ୍ତ ରୋଗୀଙ୍କୁ ଏସସିବିରେ ସାକ୍ଷାତ କଲେ ସିଏମସି ମେୟର

ପୁରୀ ବାଣ ଦୁର୍ଘଟଣା କ୍ଷତିଗ୍ରସ୍ତ ରୋଗୀଙ୍କୁ ଏସସିବିରେ ସାକ୍ଷାତ କଲେ ସିଏମସି ମେୟର


କଟକ(ଏନ୍‌.ଏମ୍‌.): ଶ୍ରୀକ୍ଷେତ୍ରରେ ପୁରୀରେ ଘଟିଯାଇଥିବା ଦୁଃଖଦପୂର୍ଣ୍ଣ ଘଟଣାର ପୁନରାବୃତ୍ତି ନହେଉ । ପ୍ରଭୁ ଜଗନ୍ନାଥ ସମସ୍ତଙ୍କୁ ତୁରନ୍ତ ସୁସ୍ଥ କରିଦିଅନ୍ତୁ । ଏଭଳି କାମନା କରିଛନ୍ତି ସିଏମସି ମେୟର ସୁବାସ ଚନ୍ଦ୍ର ସିଂହ । ପୁରୀ ବାଣ ଦୁର୍ଘଟଣାରେ ଆହତମାନେ କଟକ ବଡ଼ମେଡ଼ିକାଲ(ଏସସିବି)ରେ ଚିକିତ୍ସିତ ହେଉଥିବା ବେଳେ ସେମାନଙ୍କୁ ସାକ୍ଷାତ କରିଛନ୍ତି ମେୟର । ଏଥି ସହିତ ଚିକିତ୍ସିତ ହେଉଥିବା ରୋଗୀ ଓ ସେମାନଙ୍କ ପରିବାର ଲୋକଙ୍କୁ ସାକ୍ଷାତ କରି ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ । ଏହାପରେ ମେୟର ଶ୍ରୀ ସିଂହ ଆହତଙ୍କ ଚିକିତ୍ସା କରୁଥିବା ଡାକ୍ତରୀ ଟିମ ସହିତ ମଧ୍ୟ ଆଲୋଚନା କରିଛନ୍ତି । ଆଜି ସୁଦ୍ଧା ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲରେ ୭ ଜଣ ରୋଗୀ ଚିକିତ୍ସହିତ ହେଉଛନ୍ତି । ୪ ଜଣ ବର୍ଣ୍ଣ ୟୁନିଟର ଆଇସିୟୁରେ ଚିକିତ୍ସିତ ହୋଉଥିବା ବେଳେ ୩ ଜଣ ସର୍ଜରୀ ୱାର୍ଡରେ ରହି ଚିକିତ୍ସିତ ହେଉଛନ୍ତି । ବର୍ଣ୍ଣ ୟୁନିଟ ଆଇସିୟୁରେ ୪ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତ୍ୱର ରହିଛି । ବର୍ଣ୍ଣ ବିଭାଗର ମୁଖ୍ୟ ପ୍ରଫେସର ବିଭୁତି ନାୟକଙ୍କ ସହିତ ମେୟର ଚିକିତ୍ସିତ ରୋଗୀଙ୍କ ସ୍ଥିତି ଓ ଚିକିତ୍ସାର ଅଗ୍ରଗତି ସମ୍ପର୍କରେ ପୁଙ୍ଖନୁପୁଙ୍ଖ ଆଲୋଚନା କରିଥିଲେ । ତେବେ ୨ ଜଣଙ୍କ ସ୍ଥିତି ଗମ୍ଭୀର ଥିବା ଜାଣିବାକୁ ପାଇଥିଲେ । ଏସସିବିରେ ଚିକିତ୍ସା ପାଇଁ ୪ଜଣିଆ ଟିମ ଗଠିତ ହୋଇ ୨୪ ଘଣ୍ଟିଆ ଅନୁଧ୍ୟାନ କରାଯାଉଛି । ପ୍ରଫେସର ଡାକ୍ତର ବିଭୁତି ନାୟକଙ୍କ ସମେତ ମେଡିସିନ ବିଭାଗର ମୁଖ୍ୟ ପ୍ରଫେସର ଜୟନ୍ତ ପଣ୍ଡା, ସର୍ଜରୀ ବିଭାଗର ମୁଖ୍ୟ ପ୍ରଫେସର ଜୟନ୍ତ ବିଶ୍ୱାଳ, ଆନେସ୍ଥେସିଆ ବିଭାଗ ମୁଖ୍ୟ ପ୍ରଫେସର ଦେବପ୍ରସାଦ ମହାନ୍ତିଙ୍କୁ ନେଇ ଗଠିତ ଟିମ ଚିକିତ୍ସାର ପୁର୍ଣ୍ଣ ଦାୟୀତ୍ୱ ନେଇ କାର୍ଯ୍ୟ କରୁଛନ୍ତି । ଏହି ଅବସରରେ ମେୟର ଶ୍ରୀ ସିଂହଙ୍କ ସହିତ ରାଜୀବ ମହାନ୍ତି, ଦେବେନ୍ଦ୍ର ପାଣିଗ୍ରାହୀ, ସକିଲ ଅକତର, ଦୀପ୍ତି ରଞ୍ଜନ ରାୟ, ଶ୍ରୀକାନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ