ପୁରୀ ଜିଲ୍ଲାରେ ୪ ପିତୃ ମାତୃ ହୀନ ପିଲାଙ୍କୁ ପିଏମ୍ କେୟାର୍ସରେ ସାମିଲ

ପୁରୀ ଜିଲ୍ଲାରେ ୪ ପିତୃ ମାତୃ ହୀନ ପିଲାଙ୍କୁ ପିଏମ୍ କେୟାର୍ସରେ ସାମିଲ

News by Ajit kumar Mallick

କୋଣାର୍କ (ଏନ୍‌.ଏମ୍‌.): କୋଭିଡ ସଂକ୍ରମଣ ଓ ତଦ୍ ଜନିତ ପ୍ରଭାବରୁ ପୁରୀ ଜିଲ୍ଲାରେ ୪ ଜଣ ନାବାଳକ ପିତୃ ମାତୃ ହୀନ ହୋଇଥିଲେ । ଏହି ପିଲାମାନଙ୍କୁ ଭାରତ ସରକାରଙ୍କ ପିଏମ୍ କେୟାର୍ସ କାର୍ଯ୍ୟକ୍ରମ ରେ ଅନ୍ତର୍ଭୁକ୍ତ କରାଯାଇଛି । ସେମାନଙ୍କ ଭବିଷ୍ୟତ କୁ ସୁରକ୍ଷିତ ରଖିବା ଏବଂ ସେମାନଙ୍କୁ ଯତ୍ନ ଓ ସୁରକ୍ଷା ଯୋଗାଇ ଦେବା ପାଇଁ ୧୦ ଲକ୍ଷ ଟଙ୍କାର କର୍ପସ ପାଣ୍ଠିର ବ୍ୟବସ୍ଥା କରାଯାଇଛି । ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ରାଷ୍ଟ୍ରୀୟ ବିଜ୍ଞାନ କେନ୍ଦ୍ର ଭିଡିଓ କନଫରେନ୍ସ ହଲରେ ଏହି ଉପଲକ୍ଷେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ଯୋଗ ଦେବା ସହ ୪ ପିଲାଙ୍କୁ ୧୦ ଲକ୍ଷ ଟଙ୍କାର ଚେକ୍‌, ପି ଏମ୍ କେୟାର୍ସ ପାଶ୍ ବୁକ, ସାର୍ଟିଫିକେଟ ବା ସ୍ନେହ ପାତ୍ର ଓ ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରିଥିଲେ । ଏହି ଅର୍ଥ ପିଲା ମାନଙ୍କୁ ୧୮ ବର୍ଷ ହେବା ପରେ ଏହି ପାଣ୍ଠିର ଉପଯୋଗ କରିପାରିବେ ଓ ୨୩ ବର୍ଷ ପରେ ଏହି ପାଣ୍ଠିର ପୂର୍ଣ୍ଣ ସହାୟତା ଗ୍ରହଣ କରିପାରିବେ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ ସୂଚନା ଦେଇଥିଲେ । ଅପରପକ୍ଷରେ କୋଭିଡ ପିତୃ ମାତୃ ହୀନ ଶିଶୁଙ୍କ ବ୍ୟତୀତ ଆହୁରି ୧୪ ଜଣ ଶିଶୁ ବିଭିନ୍ନ କାରଣରୁ ଏହି ସମୟ ମଧ୍ୟରେ ପିତାମାତାଙ୍କୁ ହରାଇଛନ୍ତି । ୯୧୩ ଜଣ ଶିଶୁ ଜଣେ ଅଭିଭାବକ ଯିଏକି ପରିବାରର ମୁଖ୍ୟ ରୋଜଗାରକ୍ଷମ ବ୍ୟକ୍ତି ଅଟନ୍ତି ତାଙ୍କୁ ହରାଇଛନ୍ତି ବୋଲି ସୂଚନା ଦେଇ ଏହି ସମସ୍ତ ପିଲାଙ୍କୁ ରାଜ୍ୟ ସରକାରଙ୍କ ଆଶୀର୍ବାଦ ଯୋଜନାରେ ସାମିଲ କରାଯାଉଛି ବୋଲି ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ସୂଚନା ଦେଇଥିଲେ । ଏହି ଯୋଜନା ଅନ୍ତର୍ଗତ ସେମାନଙ୍କୁ ସିଧାସଳଖ ମାସିକ ଆର୍ôଥକ ସହାୟତା ସହ ଶିକ୍ଷା, ସ୍ୱାସ୍ଥ୍ୟ, ପାରିବାରିକ ସମୃଦ୍ଧି କୁ ପ୍ରାଧାନ୍ୟ ଦିଆଯାଉଛି ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି । ପ୍ରାରମ୍ଭରେ ଭିଡିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟ ଅତିଥି ଭାବେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇ ପିତାମାତାଙ୍କ ସ୍ଥାନ କେହି ପୂରଣ କରିପାରିବେ ନାହିଁ ବୋଲି କହିବା ସହ ପିତୃ ମାତୃ ହୀନ ପିଲା ମାନଙ୍କୁ ଆଗକୁ ବଢିବା ଓ ଭବିଷ୍ୟତ ସୁରକ୍ଷା ରଖିବା ପାଇଁ ପି ଏମ୍ କେୟାର୍ସ ସହାୟତା କରିବ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ସ୍ମୃତି ଜୁବିନ ଇରାନୀ ଅଧ୍ୟକ୍ଷତା କରିଥିଲେ । ଜିଲ୍ଲା ସ୍ତରରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଶିଶୁ ମଂଗଳ କମିଟି ଅଧ୍ୟକ୍ଷ ମହାବୀର ରୁଦ୍ର ନାରାୟଣ ସାହୁ, ରାଷ୍ଟ୍ରୀୟ ବିଜ୍ଞାନ କେନ୍ଦ୍ର ଅଧିକାରୀ ବିଶ୍ୱନାଥ ପଣ୍ଡା, ପିଓଏନ୍‌ଆଇସି ସ୍ନିଗ୍ଧାରାଣୀ ସାହୁ, ଆଇନ ପରାମର୍ଶଦାତା ସନ୍ତୋଷ କୁମାର ସାହୁ, କାଉନସେଲର ରୋଜାଲିନ ପାତ୍ର, ଅକ୍ଷୟ କୁମାର ଚୌଧୁରୀ ପ୍ରମୁଖ ଯୋଗ ଦେଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *