ପାଣ୍ଡିଆନଙ୍କୁ ଘଣ୍ଟ ଘୋଡ଼ାଉଛନ୍ତି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ !

ପାଣ୍ଡିଆନଙ୍କୁ ଘଣ୍ଟ ଘୋଡ଼ାଉଛନ୍ତି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ !

ପାଣ୍ଡିଆନଙ୍କୁ ଘଣ୍ଟ ଘୋଡ଼ାଉଛନ୍ତି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ !
‘ବିଜେଡିର ପରାଜୟ ପାଇଁ ଦୋଷ ଦେବାର ଅଛି ତ ନବୀନ ପଟ୍ଟନାୟକଙ୍କୁ ଦିଅ’


ଭୁବନେଶ୍ୱର/କଟକ(ଏନ୍‌.ଏମ୍‌.): ବିଜେଡିର ପରାଜୟ ପରେ କର୍ମୀ ଓ ନେତାଙ୍କ ମଧ୍ୟରେ କାଦୁଅ ଫିଙ୍ଗା ଚାଲିଛି। କିଛି ବିଜେଡିର ନେତା ଗତ ନିର୍ବାଚନରେ ଟିକେଟ ନପାଇ ଅନ୍ୟଦଳକୁ ଚାଲିଯାଇଥିବା ଚର୍ଚ୍ଚା ହେଉଥିବାବେଳେ ବିଜେଡ଼ିର ନୀତି ଆଦର୍ଶ ଏବଂ ଜଣଙ୍କ ରିମୋର୍ଟରେ ଦଳ ଚାଲିବା ଭଳି ଅଭିଯୋଗ ଆଣି ଦଳ ଛାଡ଼ିଥିବା କହୁଛନ୍ତି। ଆଉ କିଛି ନେତା ଏହାକୁ ଦୃଢତାର ସହ ଖଣ୍ଡନ କରିବା ସହ ସେମାନେ ଦଳ ଠାରୁ ସମସ୍ତ ସୁବିଧା ପାଇ ଦଳକୁ ଗୋଡ଼ରେ ଆଡେଇ ଦେଉଥିବା ବେଇମାନେ ବୋଲି ପାଲଟା ଅଭିଯୋଗ ଆଣିଛନ୍ତି। ତେବେ ବିଜେଡି ମଧ୍ୟରେ ଏଭଳି କନ୍ଦଳକୁ ଦେଖି ଅନ୍ୟ ରାଜନୈତିକ ଦଳ ଖୁବ ମଜା ଉଠାଇଥିବା ଦେଖିବାକୁ ମିଳିଛି। ଗୋଟିଏ ପଟେ ଦୀର୍ଘ ୨୪ ବର୍ଷ ଶାସନ କ୍ଷମତାରେ ଥିବାବେଳେ ମୁହଁ ଖୋଲୁନଥିବା ନେତାମାନେ ବର୍ତ୍ତମାନ ଦଳ ପ୍ରତି ଏଭଳି ବିବୃତି ଦେବା କେତେଦୂର ଯୁକ୍ତିଯୁକ୍ତ ତାହା ମଧ୍ୟ ରାଜନୈତିକ ସମୀକ୍ଷକମାନେ କହିଛନ୍ତି। ପୂର୍ବରୁ ବିଜେଡି ଛାଡ଼ିଥିବା ନେତା ଅମର ଶତପଥୀ ଓ ପ୍ରସନ୍ନ ପାଟ୍ଟଶାଣୀଙ୍କ ବିସ୍ପୋରକ ବୟାନ ସମଗ୍ର ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଥିବାବେଳେ ଏବେ ମୁହଁ ଖୋଲିଛନ୍ତି ପୂର୍ବତନ ବାରବାଟୀ-କଟକ ବିଧାୟକ ତଥା ବର୍ତ୍ତମାନର ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ। ସେ କହିଛନ୍ତି, ବିଜେଡିର ପରାଜୟ ପାଇଁ ପାଣ୍ଡିଆନଙ୍କ ବଦଳରେ ନବୀନ ପଟ୍ଟନାୟକଙ୍କୁ ଦୋଷ ଦିଅ। ପୁଣି କହିଛନ୍ତି ଯେ, ‘ପାଣ୍ଡିଆନ ଆମ ନେତା ନୁହନ୍ତି। ବିଜେଡିର ପରାଜୟ ପାଇଁ ଦୋଷ ଦେବାର ଅଛି ତ ନବୀନ ପଟ୍ଟନାୟକଙ୍କୁ ଦିଅ। ପ୍ରସନ୍ନ ପାଟ୍ଟଶାଣୀ ଏଥର ଟିକେଟ ପାଇଲେ ନାହିଁ ବୋଲି ଏବେ ଏମିତି କହୁଛନ୍ତି। ପ୍ରସନ୍ନ ପାଟ୍ଟଶାଣିଙ୍କୁ ଦଳ ପୂର୍ବରୁ ଅନେକ ଥର ସାଂସଦ କରିଛି, ବହୁତ ଫାଇଦା ସେ ଦଳରୁ ପାଇଛନ୍ତି। ବିଜେଡିରୁ ଏବେ ଯିଏ ଛାଡ଼ି ଚାଲିଗଲେ ବି ଫରକ ପଡିବ ନାହିଁ। ସେ କହିଛନ୍ତି, ଅମର ଶତପଥୀ ବାରମ୍ବାର ଦଳ ପରିବର୍ତ୍ତନ କଲେ ତାଙ୍କ ଭୋଟର ହିଁ ତାଙ୍କୁ ଭଲ ନଜରରେ ଦେଖିବେ ନାହିଁ। ପୂର୍ବରୁ ଏନସିପିରେ ଥିଲା ବେଳେ ବି ସେ ବିଜେଡି ବିରୁଦ୍ଧରେ କହୁଥିଲେ। ପୁଣି କେମିତି ବିଜେଡିକୁ ଫେରିଥିଲେ। ତେବେ ଦେବାଶିଷଙ୍କ ମୁହଁ ଖୋଲିବା ପରେ କଟକ ବିଜେଡିରେ ମଧ୍ୟ ଅସନ୍ତୋଷ ଦେଖିବାକୁ ମିଳିଛି। ନିଜର ଲୋକପ୍ରିୟତା ହରାଇବା ପରେ ବାରବାଟୀ କଟକରେ ବିଜେଡିକୁ ବିପର୍ଯ୍ୟୟ କରାଇଥିବା ଦେବାଶିଷଙ୍କ ମୁଁହରେ ଏସବୁ ଶୋଭା ପାଉନି ବୋଲି ବହୁ କର୍ମୀମାନଙ୍କ ମହଲରେ ଚର୍ଚ୍ଚା ହେଉଛି। ପୁନଶ୍ଚ ଦେବାଶିଷ ଏଥର ନିର୍ବାଚନରେ ନିଜର ସତ୍ତା ହରାଇବା ଭୟରେ ଦଳର ରିମୋର୍ଟ ସାଜିଥିବା ପାଣ୍ଡିଆନ ବାବୁଙ୍କୁ ଧରି ରାଜ୍ୟସଭାକୁ ଯିବା ପରେ ଏବେ ତାଙ୍କୁ ଘଣ୍ଟ ଘୋଡ଼ାଉଥିବା ମଧ୍ୟ ଦଳୀୟ ମହଲରେ ଚର୍ଚ୍ଚା ହେଉଛି। ଏଥି ସହିତ ନବୀନବାବୁଙ୍କ ଭାବମୂର୍ତ୍ତିକୁ ମଧ୍ୟ କଳା କରୁଛନ୍ତି ବୋଲି କିଛି ଦଳୀୟ ଛାମୁଆ କର୍ମୀ କହିଛନ୍ତି।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ