ପଟ୍ଟାମୁଣ୍ଡାଇ ସ୍ଥିତ ଶ୍ରୀ ଶ୍ରୀ ରାଧାରମଣ ମଠରେ ଧର୍ମୀୟ ସଭା

ପଟ୍ଟାମୁଣ୍ଡାଇ ସ୍ଥିତ ଶ୍ରୀ ଶ୍ରୀ ରାଧାରମଣ ମଠରେ ଧର୍ମୀୟ ସଭା


କେନ୍ଦ୍ରାପଡ଼ା(ଏନ୍‌.ଏମ୍‌.): କେନ୍ଦ୍ରାପଡା ଜିଲ୍ଲାର ପଟାମୁଣ୍ଡାଇ ସ୍ଥିତ ଶ୍ରୀଶ୍ରୀ ରାଧା ରମଣ ମଠ ତରଫରୁ ଏକ ଧର୍ମୀୟ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମଠର ମହନ୍ତ ବାବାଜୀ ଅସୀମାନନ୍ଦ ଦାସ ମହାରାଜ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟଅତିଥି ଭାବେ ଗୋବର୍ଦ୍ଧନ ମଠ ପୁରୀର ରାଷ୍ଟ୍ରୀୟ ସଂଯୋଜକ ପଣ୍ଡିତ ମାତୃପ୍ରସାଦ ମିଶ୍ର ଯୋଗଦେଇ ଧର୍ମ ହିଁ ଜୀବନ ଧାରଣର ମୁଖ୍ୟସ୍ରୋତ ବୋଲି ମତ ପ୍ରକାଶ କରିଥିଲେ । ମୁଖ୍ୟବକ୍ତା ଭାବେ ଡକ୍ଟର ଭାଗ୍ୟଧର ସାହୁ, ସମ୍ମାନିତ ଅତିଥି ଭାବେ ବାବାଜୀ ରାଘବ ଦାସ, ପର୍ଶୁରାମ ଦାସଙ୍କ ସମେତ ଓଡ଼ିଶାର ବିଭିନ୍ନ ମଠ ମନ୍ଦିରରୁ ସାଧୁ ସନ୍ଥ କୁଳିନ ବ୍ରାହ୍ମଣମାନେ ଯୋଗ ଦେଇ ବକ୍ତା ଆସନ ମଣ୍ଡନ କରିବା ସହ ଭଗବାନଙ୍କ କଥାମୃତ ଭାଷଣ ମାଧ୍ୟମରେ ଉପସ୍ଥିତ ଶହଶହ ଭକ୍ତ ମାନଙ୍କୁ ପ୍ରଦାନ କରିଥିଲେ । ବିଭିନ୍ନ ଜିଲ୍ଲାରୁ ମଧ୍ୟ ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗ ଦେଇ ପ୍ରଭୁ ରାଧାରମଣଙ୍କ ଆଶିଷ ଭିକ୍ଷା କରିଥିଲେ । ଏହି ଅବସରରେ ଖବରକାଗଜ ସାଧନାର ସ୍ୱରୂପର ୨୦୨୨ ଇଂରାଜୀ ନୂତନ ବର୍ଷର ଦିନ ନିର୍ଘଣ୍ଟ ସଂକ୍ଷେପ ପଞ୍ଜିକା ଉନ୍ମୋଚନ ହୋଇଥିଲା । ତତସହ ଯାଜପୁର କବି ପ୍ରଫୁଲ୍ଲ ସାହୁଙ୍କ ରଚିତ ଦ୍ୱାରକା ଲୀଳାମୃତ ପୁସ୍ତକ ମହନ୍ତ ମହାରାଜଙ୍କ କରକମଳ ଲୋକାର୍ପିତ ହୋଇଥିଲା ଏବଂ ଲେଖକଙ୍କୁ ପୁଷ୍ପ ଗୁଚ୍ଛ ଉତ୍ତରୀୟ ଟ୍ରଫି ପ୍ରଦାନ କରିବା ସହ ସମ୍ଭର୍ଦ୍ଧିତ କରାଯାଇଥିଲା । ସାଧନାର ସ୍ୱରୂପର ସମ୍ପାଦକ ପଣ୍ଡିତ ଦେବବ୍ରତ ଦ୍ୱେତା ସଭା ସଞ୍ଚାଳନ କରିଥବା ବେଳେ ଅମ୍ବୁଜ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *