ପଞ୍ଚକ ଓ ବଡଓଷା ସମୟରେ ଟ୍ରାଫିକ କଟକଣା
କଟକ(ଏନ୍.ଏମ୍.): ଆସନ୍ତ ୧୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଗୁରୁଡିଝାଟିଆ ଥାନା ଅଧୀନସ୍ଥ ଧବଳେଶ୍ୱର ଶୈବ ପୀଠରେ ପଞ୍ଚକ ଓ ବଡଓଷା ପାଳନ କରାଯିବ। ଏହି ସମୟରେ ବିିଭିନ୍ନ ଜିଲ୍ଲାରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ମନ୍ଦିରରେ ପୂଜାର୍ଚ୍ଚନା କରିବା ନିମନ୍ତେ ଏକତ୍ରିତ ହେବାର ଆଶା କରାଯାଏ। ଏଥିନିମନ୍ତେ ମହାନଦୀ ଉପରେ ଥିବା ମଧୁସୂଦନ ବ୍ରିଜ ନିର୍ମାଣ ଫଳରେ ବହୁ ସଂଖ୍ୟାରେ ଭକ୍ତ ବସ୍, କାର, ଦୁଇଚକିଆ ଯାନରେ ଧବଳେଶ୍ୱର ପୀଠକୁ ପ୍ରତ୍ୟହ ଆସୁଛନ୍ତି ତେଣୁ ପଞ୍ଚକ ଓ ବଡଓଷାରେ ଆଶାତୀତ ଭିଡକୁ ଦୃଷ୍ଟିରେ ରଖି ଭାରୀ ଯାନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି। କଟକରୁ ମଧୁସୂଦନ ସେତୁ ଦେଇ ଆଠଗଡ ଯାଉଥିବା ଭାରୀ ଯାନଗୁଡିକୁ ନୂଆପାଟଣା ଛକଠାରୁ ଜାତୀୟ ରାଜପଥ ୫୫ ଦେଇ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଆଠଗଡରୁ ଧବଳେଶ୍ୱର ରାସ୍ତା ଦେଇ କଟକ ଆସୁଥିବା ଭାରୀଯାନଗୁଡିକ କଖଡି ଛକ ଏବଂ ନିଧିପୁର ଛକଠାରୁ ଜାତୀୟ ରାଜପଥ ୫୫ ଦେଇ ଗତିପଥ ପରିବର୍ତନ କରି ଯିବାକୁ ନିର୍ଦ୍ଦେଶ ଦିଆଯାଇଛି।