ନ୍ୟାଯ୍ୟ ଦାବି ନେଇ ନରସିଂହପୁରରେ ଗର୍ଜ୍ଜିଲେ ୪୦୦ଅଙ୍ଗନବାଡ଼ି କର୍ମୀ 

ନ୍ୟାଯ୍ୟ ଦାବି ନେଇ ନରସିଂହପୁରରେ ଗର୍ଜ୍ଜିଲେ ୪୦୦ଅଙ୍ଗନବାଡ଼ି କର୍ମୀ 

News by Maheswar Behera (Athagarh)

ନରସିଂହପୁର(ଏନ୍‍.ଏମ୍‍.): ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଲ ଓଡିଶା ଅଙ୍ଗନୱାଡି ଲେଡିଜ ୱାର୍କରସ ଆସୋସିଏସନ,ନରସିଂହପୁର ଶାଖା ପକ୍ଷରୁ ବିଭିନ୍ନ ଦାବି ନେଇ ସ୍ଥାନୀୟ ସିଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ହୋଇଯାଇଛି । ଏହି ଅବସରରେ ନରସିଂହପୁର ଅଞ୍ଚଳରେ କାର୍ଯ୍ୟରତ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ଗଣଧାରଣାରେ ବସିବା ସହ ନ୍ୟାର୍ଯ୍ୟ ଦାବି ପୂରଣ ନେଇ ସ୍ମାରକପତ୍ର ପ୍ରଦାନ କରିଥିଲେ । ତେବେ ଏହି ଦାବି ଗୁଡ଼ିକ ମଧ୍ୟରେ ଅଙ୍ଗନୱାଡି କର୍ମଚାରୀଙ୍କୁ ସରକାରୀ କର୍ମଚାରୀ ଘୋଷଣା କରିବା, ଅଙ୍ଗନୱାଡି କର୍ମଚାରୀଙ୍କୁ ମାସିକ ୧୮ହଜାର ଟଙ୍କା ଓ ସହାୟିକାମାନଙ୍କୁ ୯ହଜାର ଟଙ୍କା ବେତନ ପ୍ରଦାନ କରିବା, ଅଙ୍ଗନୱାଡି କର୍ମଚାରୀଙ୍କର ଇପିଏଫ, ଇଏସଆଇସି ଏବଂ ଗ୍ରାଚୁଇଟ ଲାଗୁ କରିବା, ନୂତନ ଶିକ୍ଷା ନୀତିରେ ଅଭିଜ୍ଞତା ଓ ଯୋଗ୍ୟତା ଅନୁଯାୟୀ ଓ ବୟସ ସୀମା ନରଖି ସମସ୍ତ ଅଙ୍ଗନୱାଡି କର୍ମଚାରୀଙ୍କୁ ପରି ପ୍ରାଇମେରୀ ଶିକ୍ଷୟତ୍ରୀ ମାନ୍ୟତା ପ୍ରଦାନ କରିବା, ସହାୟିକା ମାନଙ୍କୁ ଅଗ୍ରାଧିକାର ଭିତ୍ତିରେ କର୍ମଚାରୀ ଭାବେ ପ୍ରମୋସନ କରିବା ଆଦି ଦାବି ରହିଛି । ତେବେ ଏହି ଦାବିକୁ ନେଇ ଆଗାମୀ ଦିନରେ ଭୁବନେଶ୍ୱରରେ ବିକ୍ଷୋଭ ଅନୁଷ୍ଠିତ ହେବ ବୋଲି ଅଲ ଓଡିଶା ଅଙ୍ଗନୱାଡି ଲେଡିଜ ୱାର୍କରସ ଆସୋସିଏସନର ସଭାନେତ୍ରୀ ସୁମିତା ମହାପାତ୍ର ଓ ଭାରତୀୟ ମଜଦୁର ସଙ୍ଘର ରାଜ୍ୟ ସଭାପତି ପୃଥ୍ୱୀରାଜ ପଣ୍ଡା ସୂଚନା ଦେଇଛନ୍ତି । ଏହି ଗଣଧାରଣ କାର୍ଯ୍ୟକ୍ରମରେ ନରସିଂହପୁର ଅଲ ଓଡିଶା ଅଙ୍ଗନୱାଡି ଲେଡିଜ ୱାର୍କରସ ଆସୋସିଏସନର ସଭାନେତ୍ରୀ କଲ୍ୟାଣୀ ମହାନ୍ତି, ସମ୍ପାଦିକା ରିତାରାଣୀ ରଥ, ୱାର୍କର ଗୀତା ନାୟକ, ମଧୁମିତା ସାହୁ, ଅର୍ଣ୍ଣପୁର୍ଣ୍ଣା ପଣ୍ଡା, ରୋଜି ନାୟକ, ରିନା ରାଣୀ ସାହୁ, ବାସନ୍ତୀ ଦାସ, ଅଞ୍ଜଳି ଶତପଥୀ, ଶ୍ୱେତପଦ୍ମା ସାହୁ, ମେନକା ରାଉତ ପ୍ରମୁଖ ନେତୃତ୍ୱ ନେଇଥିବାବେଳେ ନରସିଂହପୁର ବ୍ଲକରୁ ୪୦୦ ଉର୍ଦ୍ଧ୍ୱ ଅଙ୍ଗନବାଡ଼ି କର୍ମଚାରୀ ଓ ସହାୟିକା ଉପସ୍ଥିତ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *