ନ୍ୟାଯ୍ୟଦାବି ନେଇ ଧାରଣା ଦେଲେ ଗ୍ରୁପ ଫୋର ସିକ୍ୟୁରିଟି କର୍ମଚାରୀ

ନ୍ୟାଯ୍ୟଦାବି ନେଇ ଧାରଣା ଦେଲେ ଗ୍ରୁପ ଫୋର ସିକ୍ୟୁରିଟି କର୍ମଚାରୀ

News by Dillip Kumar Muduli (BBSR)

ଭୁବନେଶ୍ୱର(ଏନ୍‌.ଏମ୍‌.): କର୍ମଚାରୀମାନଙ୍କୁ ନିଯୁକ୍ତି ସମୟରେ ସଂସ୍ଥା ପକ୍ଷରୁ ଯେଉଁ ପ୍ରତିଶ୍ରୁତି ଦେଇଥିବାବେଳେ ତାହାକୁ ପାଳନ ନକରିବା ନେଇ ଗ୍ରୁପ ଫୋର ସିକ୍ୟୁରିଟି କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ତେଜିବାରେ ଲାଗିଛି । କର୍ମଚାରୀମାନେ ନିଜର ୧୦ଦଫା ଦାବ ନେଇ ଗ୍ରୁପ ଫୋର୍ ସିକ୍ୟୁରିଟି ଶ୍ରମିକ ୟୁନିଅନ କର୍ମଚାରୀ ୬ ଦିନ ଧରି ଭୁବନେଶ୍ୱର ସ୍ଥିତ କେ-୬ ବିଜେପି ନଗର ସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ଠାରେ ଧାରଣାରେ ବସିଛନ୍ତି । ତେବେ ପୂର୍ବରୁ ଏହି ସମସ୍ୟାଗୁଡିକୁ ନେଇ ବିବାଦ ଉଠୀ ଥିବାବେଳେ ଏହାକୁ ନେଇ କାର୍ଯ୍ୟାଳୟ ଅଫିସର୍ ମାନଙ୍କ ସହିତ ଆଲୋଚନା କରି ଶ୍ରମ କାର୍ଯ୍ୟଳୟ ଭୁବନେଶ୍ୱରଙ୍କ ନିକଟରେ ଗତ ଏପ୍ରିଲ ୨୨ତାରିଖ ଦିନ ଏକ ଚୁକ୍ତି ସ୍ୱାକ୍ଷର ହେବା ସହିତ ତୁରନ୍ତ ଏହାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ମଧ୍ୟ ଦିଆଯାଇଥିଲା । କିନ୍ତୁ କିଛିଦିନ ଗଲାପରେ ପୂର୍ବଭଳି କାର୍ଯ୍ୟକଳାପ ଜାରୀ ରହିବାରୁ ସମସ୍ତ କର୍ମଚାରୀ ବାଧ୍ୟ ହୋଇ ଏଭଳି ପଦକ୍ଷେପ ନେଇଛନ୍ତି । ଯଦି ଏହାର ତୁରନ୍ତ ସମାଧାନ ନହୁଏ ତେବେ ଆଗକୁ ଏଭଳି ଆନ୍ଦୋଳନ ଜାରି ରହିବ ବୋଲି ସଂଗଠନର ସଭାପତି ନବକିଶୋର ମହାନ୍ତି ଓ ସାଧାରଣ ସମ୍ପାଦକ ଦିବ୍ୟ ରଂଜନ ସେଠୀ ଚେତାବନୀ ଦେଇଛନ୍ତି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *