ନୂତନ ବିଶୁଦ୍ଧ ପାନୀୟଜଳ ପ୍ରକଳ୍ପର ଶୁଭ ଉଦ୍ଘାଟନ କଲେ ବିଧାୟିକା ସୋଫିଆ

#Cuttack #କଟକ(ଏନ୍.ଏମ୍.): ସ୍ଥାନୀୟ ଚହଟା ଲେନ–୩ ସ୍ଥିତ ଗ୍ରାମଦେବୀ ମନ୍ଦିର ନିକଟରେ ସର୍ବସାଧାରଣଙ୍କ ପାଇଁ ଏକ ଥଣ୍ଡା ଓ ସ୍ୱଚ୍ଛ ପାନୀୟଜଳ ପ୍ରକଳ୍ପର ଶୁଭ ଉଦ୍ଘାଟନ ବିଧାୟିକା ସୋଫିଆ ଫିର୍ଦୋଷଙ୍କ ଦ୍ୱାରା ଅନୁଷ୍ଠିତ ହୋଇଛି। ଉଦ୍ଘାଟନ କାର୍ଯ୍ୟକ୍ରମରେ ସ୍ଥାନୀୟ ବାସିନ୍ଦାମାନେ ଉପସ୍ଥିତ ଥିଲେ। ଏହି ପ୍ରକଳ୍ପ ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ସହିତ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଗ୍ରୀଷ୍ମ ଦିନରେ ଥଣ୍ଡା ଓ ସୁରକ୍ଷିତ ପାନୀୟଜଳ ଯୋଗାଇବ। ଏପରି ଜନହିତକର ପଦକ୍ଷେପ ପାଇଁ ସ୍ଥାନୀୟ ଲୋକମାନେ ବିଧାୟିକାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସ୍ନାଗ୍ରାମ ମହାନ୍ତି, ଗଙ୍ଗାଧର ସାମଲ, ଏସ.କେ. ରଥ, ଅଜୟ ନାୟକ, ପ୍ରଦୀପ ଶତପଥି, ପଞ୍ଚାନନ ମିଶ୍ର, ଗିରି ବାବୁ, ନରନ ସାହୁ, ନେତ୍ରମଣି ସାହୁ, ବିକ୍ରମ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।
