ଫଟୋ- ପଦ୍ମଲୋଚନ ମିଶ୍ର

ନୂତନ ଛାତ୍ର କଂଗ୍ରେସ କାର୍ଯ୍ୟକର୍ତ୍ତାମାନଙ୍କୁ ବିଧାୟକଙ୍କ ସମ୍ବର୍ଦ୍ଧନା

ଫଟୋ- ପଦ୍ମଲୋଚନ ମିଶ୍ର

କଟକ(ଏନ୍‌.ଏମ୍‌.): ବାରବାଟୀ-କଟକ ବିଧାନସଭା ମଣ୍ଡଳୀର ନୂତନ ଛାତ୍ର କଂଗ୍ରେସ କମିଟିର ଏକ ସମ୍ବର୍ଦ୍ଧନା ଉତ୍ସବ ସ୍ଥାନୀୟ ସେଲଟର ଛକ ସ୍ଥିତ ବିଧାୟକଙ୍କ ଆବାସିକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କଟକ ନଗର ଛାତ୍ର କଂଗ୍ରେସ କମିଟିର ସଭାପତି ସୌମ୍ୟ ରଞ୍ଜନ ଦାସ ପୌରହିତ୍ୟ କରିଥିଲେ । ଏଥିରେ ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମ ଯୋଗଦେଇ ଛାତ୍ରମାନେ ଦେଶର ଭବିଷ୍ୟତ, ଦେଶକୁ ଏକ ସଠିକ ମାର୍ଗରେ ପରିଚାଳନା ପାଇଁ ନେତୃତ୍ୱ ଦେବାରେ ଶିକ୍ଷିତ ଯୁବକମାନେ ନିର୍ଣ୍ଣାୟକ ଭୂମିକା ନେବା ସଙ୍ଗେ ସଙ୍ଗେ ଦେଶରେ ଗଣତନ୍ତ୍ରର ମୂଲ୍ୟବୋଧକୁ ପ୍ରତିଷ୍ଠା କରି ସାଂପ୍ରଦାୟିକତାବାର ଘୃଣ୍ୟ ବ୍ୟବସ୍ଥା ଠାରୁ ଦେଶକୁ ରକ୍ଷା କରିବାରେ ସହାୟକ ହୋଇପାରିବ ବୋଲି ମତ ବ୍ୟକ୍ତ କରିଥିଲେ । ଏହି ଅବସରରେ ଛାତ୍ର କଂଗ୍ରେସର ନବନିଯୁକ୍ତ କାର୍ଯ୍ୟକର୍ତ୍ତାମାନଙ୍କୁ ବିଧାୟକ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟତମ ଅତିଥି ଭାବେ ନଗର କଂଗ୍ରେସ ସଭାପତି ଗିରିବାଳା ବେହେରା ଯୋଗଦେଇ ଦେଶ ଗଠନରେ ଛାତ୍ରମାନଙ୍କର ଯୋଗଦାନ ସ୍ୱାଧୀନତା କାଳରୁ ରହି ଆସିଛି ସେମାନେ ଏକ ସୁସ୍ଥ ସମାଜ ଗଠନ ପାଇଁ ଉତ୍ତର ଦାୟିତ୍ୱ ବୋଧ ରହିଛି ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନଗର ଛାତ୍ର କଂଗ୍ରେସର ପର୍ଯ୍ୟବେକ୍ଷକ ସନ୍ଦିପ ପଣ୍ଡା, ରାଜ୍ୟ ଯୁବ କଂଗ୍ରେସ ଉପ ସଭାପତି ମହମ୍ମଦ ଅଲିମ, ନଗର ଛାତ୍ର କଂଗ୍ରେସ ସଭାପତି ବିକି ଚକ୍ରବ୍ରର୍ତ୍ତୀ, କଟକ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଆର୍ଯ୍ୟବୀର ଲେଙ୍କା, ବାରବାଟୀ-କଟକ ଯୁବ କଂଗ୍ରେସ ସଭାପତି ସନ୍ତୋଷ କୁମାର ପାତ୍ର, ରାଜ୍ୟ ଛାତ୍ର କଂଗ୍ରେସ ସଂପାଦକ ସାହିଲ ପରଭେଜଙ୍କ ସହିତ ଶତାଧିକ ଛାତ୍ରଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *