ନୀଳମଣି ବିଶ୍ୱାଳଙ୍କ ଏକାଦଶାହ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି

କଟକ (ଏନ୍.ଏମ୍.) : ଚୌଦ୍ୱାର-କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ବାପା ସ୍ୱର୍ଗତ ନୀଳମଣି ବିଶ୍ୱାଳଙ୍କ ଏକାଦଶାହ ଉପଲକ୍ଷେ ମହାନଦୀ ବିହାରସ୍ଥିତ ବାସଭବନଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଶ୍ରଦ୍ଧାଞ୍ଜଳି ସଭାରେ ସ୍ୱର୍ଗତ ବିଶ୍ୱାଳଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନିରବ ପାର୍ଥନା କରାଯାଇଥିଲା । ପରେ ପରେ ଗୀତା, ବାଇବେଲ, କୋରାନ ଆଦି ପାଠ କରାଯାଇଥଲା । ଉକ୍ତ ସଭାରେ ବଡମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର ଯୋଗଦେଇ ସ୍ୱର୍ଗତ ବିଶ୍ୱାଳଙ୍କ ଜୀବନୀ ଏବଂ ତାଙ୍କ କର୍ମମୟ ଜୀବନର ସଂର୍ଘଷ ଓ ସମାଜସେବା କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନ ବିଷୟରେ ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକଙ୍କ ସହଧର୍ମିଣୀ ଲକ୍ଷ୍ମୀ ବିଳାଶିନୀ ବିଶ୍ୱାଳ, ଚୌଦ୍ୱାର-କଟକର ବିଧାୟକ ସୌଭିକ ବିଶ୍ୱାଳ, ମହାନଦୀ ବିହାର ବରିଷ୍ଠ ମୁରବୀ ଗୋପାଳ କୃଷ୍ଣ ବେହେରା, ଏମଡିଏର ସଭାପତି ରବିନାରାୟଣ ଶତପଥୀ, ଗୁରୁଦ୍ୱାରର ମୁଖ୍ୟ ସୁକଦେବ ସିଂହ, ପୂର୍ବଚଂଳ ଶାନ୍ତି କମିଟିର ସଭାପତି ବିଜୟ କୁମାର ସାହୁ, ମହାନଦୀ ବିହାର ବରିଷ୍ଠ ନାଗରିକ ମଞ୍ଚ ସଭାପତି ରବିନ୍ଦ୍ର ପ୍ରସାଦ ତ୍ରିପାଠୀ, ଚୌଦ୍ୱାର-କଟକ ବିଜେଡି କମିଟିର କାର୍ଯ୍ୟକାରୀ ସଭାପତି ଇଂ. ସୁବ୍ରତ ଘଡାଇ ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ବିଶ୍ୱାଳଙ୍କ ଜିବନୀ ଉପରେ ପର୍ଯ୍ୟବେଶିତ ‘ବାପାଙ୍କ ସ୍ମୃତିରେ’ ପୁସ୍ତକକୁ ଉନ୍ମୋଚନ କରିଥିଲେ । କୋଭିଡ କଟକଣା ଅନୁଯାଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *