ନିର୍ମାଣ ଶ୍ରମିକ ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ

ନିର୍ମାଣ ଶ୍ରମିକ ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ

ନିର୍ମାଣ ଶ୍ରମିକ ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ


କଟକ(ଏନ୍‌.ଏମ୍‌.): ନିର୍ମାଣ ଶ୍ରମିକ କଲ୍ୟାଣ ସମାରୋହ ଅବସରରେ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଓଡ଼ିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧିନରେ ପଞ୍ଜିକୃତ ହିତାଧିକାରୀମାନଙ୍କୁ ସହାୟତା ରାଶି ପ୍ରଦାନ କରିଛନ୍ତି। ଏହି କ୍ରମରେ ୬୫ଜଣଙ୍କୁ ମୃତ୍ୟୁକାଳୀନ ସହାୟତା ଆକାରରେ ୧କୋଟି ୩୨ଲକ୍ଷ ଟଙ୍କା, ୬୬ଜଣଙ୍କୁ ଅନ୍ତେଷ୍ଟି କ୍ରିୟା ନିମନ୍ତେ ସହାୟତା ଆକାରରେ ୩ ଲକ୍ଷ ୩୦ହଜାର ଟଙ୍କା, ୨୮୪ଜଣଙ୍କୁ ବିବାହନିମନ୍ତେ ପ୍ରୋତ୍ସାହନ ସହାୟତା ଆକାରରେ ୧କୋଟି ୪୦ ଲକ୍ଷ୨୫ହଜାର ଟଙ୍କା, ୩୨ଜଣଙ୍କୁ ପ୍ରସୂତି କାଳୀନ ସହାୟତା ଆକାରରେ ୩,୨୦,୦୦୦ଟଙ୍କା ଏବଂ ୩୫ଜଣଙ୍କୁ ଶିକ୍ଷା ସହାୟତା ଆକାରରେ ୭,୯୩,୬୦୦ଟଙ୍କା ହିସାବରେ ସମୁଦାୟ ୪୮୨ଜଣଙ୍କୁ ମୋଟ ୨ କୋଟି ୮୬ ଲକ୍ଷ ୬୮ ହଜାର ୬୦୦ ଶହ ଟଙ୍କାର ସହାୟତା ଅର୍ଥ ରାଶି ସେମାନଙ୍କ ସଞ୍ଚୟ ଖାତାକୁ ଅନଲାଇନ ଯୋଗେ ହସ୍ତାନ୍ତର କରାଯାଇଛି। ଏହି ଅବସରରେ ପ୍ରଭାଗୀୟ ଶ୍ରମ ଆୟୁକ୍ତ ହରପ୍ରିୟା ନାୟକ, ଜିଲ୍ଲା ଶ୍ରମ ଅଧିକାରୀ (କଲ୍ୟାଣ) ପ୍ରୀତି ବନ୍ଧନ ଘଡାଇ, ସହକାରୀ ଶ୍ରମ ଅଧିକାରୀ ଡା. ସୀମାନ୍ତ କୁମାର ସାହୁ, ସହକାରୀ ଶ୍ରମ ଅଧିକାରୀ ତୃପ୍ତିମୟୀ ଖଟୁଆ, କଲ୍ୟାଣ ସଂଯୋଜକ ଚନ୍ଦନ କୁମାର ସିଂହ ପ୍ରମୁଖ ଉପସ୍ଥିତ ଥିଲେ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ