ନିମପୁର ହାଇସ୍କୁଲ ୧୯୮୪ ବ୍ୟାଚ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ

ନିମପୁର ହାଇସ୍କୁଲ ୧୯୮୪ ବ୍ୟାଚ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ

News by Kanhu Charan Panda (Jagatpur)
Advertisement

#ଜଗତପୁର(ଏନ୍‌.ଏମ୍‌.): ନିମପୁର ହାଇସ୍କୁଲ ୧୯୮୪ବ୍ୟାଚ ଛାତ୍ର ଛାତ୍ରୀଙ୍କର ବନ୍ଧୁମିଳନ ସଭାପତି ଅଲେଖ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଜଗତପୁର ଡାକବଙ୍ଗଳରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ଦିବଙ୍ଗତ ଛାତ୍ର ବିଭୁତି ଭୂଷଣ ପଣ୍ଡାଙ୍କର ହୁଦଘାଟରେ ଗତ ଅକ୍ଟୋବର ମାସରେ ଅକାଳ ବିୟୋଗ ହୋଇଥିବାରୁ ତାଙ୍କ ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା କରାଯାଇଥିଲା । ତାପରେ ଗୀତ ଓ ନାଚ ଭୋଜି ଭାତର ଆୟୋଜନ ହୋଇଥିଲା । ବିଶେଷ କରି ୧୯୮୪ ବ୍ୟାଚ ଛାତ୍ର ସଂଗଠନ ବିଭିନ୍ନ ପ୍ରକାର ସାଂସ୍କୃତିକ ତଥା ସାମାଜିକ କାର୍ଯ୍ୟକ୍ରମ କରି ଅଞ୍ଚଳରେ ପ୍ରଶଂସା ଭାଜନ ହୋଇ ପାରିଛି । ପବିତ୍ର ଶିବରାତ୍ରିରେ କୃଷ୍ଣେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଭଜନ ସମାରୋହ, ଜଳଛତ୍ର ଆଦି କାର୍ଯ୍ୟକ୍ରମ ଉପରେ ସଂଗଠନ ଗୁରୁତ୍ୱ ଦେଇଆସିଛି । ତେଣୁ ୨୦୨୩ରେ ମଧ୍ୟ ଏଭଳି କାର୍ଯ୍ୟ ଜାରି ରହିବ ବୋଲି କର୍ମକର୍ତ୍ତାମାନେ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମରେ ଛାତ୍ର ସଂଗଠନ ଉପସଭାପତି ଦେବେନ୍ଦ୍ର ଦାସ, ଉମାଶଙ୍କର ସାମଲ, ନୃସିଂହ ଚନ୍ଦ୍ର ପରିଡା, ସଂଗ୍ରାମ କର, ଅମର ପଣ୍ଡା, ବିଭୁତି ବାରିକ, ପ୍ରଭାତ ପଣ୍ଡା, ଦେବେନ୍ଦ୍ର ପଣ୍ଡା, ଧନେଶ୍ୱର ମହାନ୍ତି, ସଞ୍ଜୟ ଦାସ, ଅକ୍ଷୟ ବେହେରା, ଗୋବିନ୍ଦ ବେହେରା, ଶଙ୍କର ମଲିକ, ଭାଗିରଥି ପରିଡା, ଅନୂସୟା ସାହୁ, ଦେବୀଦାସ ଗୁପ୍ତା, ଉର୍ମିଳା ପଣ୍ଡା, ବୈଦେହୀ ପଣ୍ଡା, ରଚିତ ସାମଲ, ଅଛୁତା ନାୟକ, ଅଶୋକ ମହାନ୍ତି ଅକ୍ଷୟ ପରିଡା, ମହେଶ୍ୱର ଜେନା ପ୍ରମୁଖ ଯୋଗ ଦେଇଥିଲେ । ପ୍ରତୀକ ପଣ୍ଡା ସଂଗୀତ ପରିବେଶ କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *