ନିଗମାନନ୍ଦ ବିଦ୍ୟାପୀଠରେ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ

ନିଗମାନନ୍ଦ ବିଦ୍ୟାପୀଠରେ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ

News by Smruti Ranjan Tripathy (Choudwar)

#ଚୌଦ୍ୱାର(ଏନ୍‌.ଏମ୍‌.): ସ୍ଥାନୀୟ ଚୌଦ୍ୱାର ମ୍ୟୁନିସପାଲଟି ପକ୍ଷରୁ ୧୬ ନମ୍ବର ୱାର୍ଡ ସ୍ଥିତ ନିଗମାନନ୍ଦ ବିଦ୍ୟାପୀଠ ପରିସରରେ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ । ବିଶିଷ୍ଟ ଅତିଥି ଭାବେ ଚୌଦ୍ୱାର ହିନ୍ଦ୍ ସେବକ ସଂଘ ଅଧ୍ୟକ୍ଷ ଦାମୋଦର ସାହୁ ଯୋଗ ଦେଇଥିବାବେଳେ, ସମ୍ମାନିତ ଅତିଥି ଭାବେ କଟକ ଜିଲ୍ଲାର ପ୍ରକଳ୍ପ ନିର୍ଦ୍ଦେଶକ ହେମନ୍ତ କୁମାର ସ୍ୱାଇଁ ଯୋଗ ଦେଇଥିଲେ । ତେବେ ଯୁବପିଢିଙ୍କୁ ସଂଗଠିତ ଓ ସଶକ୍ତ କରିବାକୁ ଓଡ଼ିଶା ସରକାରଙ୍କ ପକ୍ଷରୁ ଏକ ନୂଆ ସାମାଜିକ, କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଛାତ୍ରଛାତ୍ରୀ କେବଳ ଯେ ଶିକ୍ଷା ନୁହେଁ, ନିଜର ଅନ୍ତର୍ନିହିତ କଳା ସାଙ୍ଗକୁ କିଭଳି ନିଜକୁ ସାମାଜିକ କାମରେ ନିୟୋଜିତ କରି ସମାଜ ଓ ଦେଶ ତଥା ରାଜ୍ୟ ଗଠନରେ ନିଜକୁ ସାମିଲ କରି ପାରିବେ ଏନେଇ ଅତିଥିମାନେ ମତବ୍ୟକ୍ତ କରିଥିଲେ । ତେବେ ଚୌଦ୍ୱାର ମ୍ୟୁନିସପାଲଟିର ୨୩ ଗୋଟି ସ୍ପୋର୍ଟସ କ୍ଲବକୁ ଏହି କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଥିବାବେଳେ ଚୌଦ୍ୱାର ଅଞ୍ଚଳର ୧୯ଗୋଟି ୱାର୍ଡରୁ ସମସ୍ତ ଯୁବକ, ଯୁବତୀମାନେ ଭାଗ ନେଇପାରିବେ ତେଣୁ ଏଭଳି କାର୍ଯ୍ୟକ୍ରମ ଜାରି ରହିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଓ କ୍ରୀଡା କ୍ଷେତ୍ରରେ ରାଜ୍ୟର ସ୍ୱତନ୍ତ୍ର ପରିଚୟ ଉପରେ ବିଧାୟକ ଶ୍ରୀ ବିଶ୍ୱାଳ ନିଜର ଭାଷଣରେ ମାଧ୍ୟମରେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଚୌଦ୍ୱାର ନଗରପାଳ ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ଉପ ନଗରପାଳ ଶୁଭେନ୍ଦୁ ସାମଲ, ବିଧାୟକଙ୍କ ପ୍ରତିନିଧି ବିଷ୍ଣୁଚରଣ ପରିଡ଼ା, ସାଂସଦଙ୍କ ପ୍ରତିନିଧି ପ୍ରେମଚାନ୍ଦ ନାୟକ, ୪ ନମ୍ବର ୱାର୍ଡର କାଉସିଲର ଅଜୟ କୁମାର ବେହେରା,୧୦ ନମ୍ବର ୱାର୍ଡର କାଉସିଲର ବିଜୟ କୁମାର ମଲ୍ଲିକ,୧୨ ନମ୍ବର ୱାର୍ଡ କାଉସିଲର ସୁବ୍ରତ କୁମାର ସାମଲ,୧୭ ନମ୍ବର ୱାର୍ଡ କାଉସିଲର ଆଶୁତୋଷ ଦାସ,୧୬ ନମ୍ବର ୱାର୍ଡର କାଉସିଲର ଅଜୟ କୁମାର ବେହେରା, ଚୌଦ୍ୱାର ଯୁବନେତା ଅର୍ଜୁନ ପଣ୍ଡା, କଟକ ଜିଲ୍ଲା ବିଜୁଛାତ୍ରଦଳ କାର୍ଯ୍ୟକାରୀ ସଭାପତି ସିଦ୍ଧାର୍ଥ ନାୟକ, ଚୌଦ୍ୱାର ମହିଳା ବିଜେଡି ସଭାନେତ୍ରୀ କବିତାରାଣୀ ଲେଙ୍କା ତଥା ବହୁ ବିଜେଡି ନେତା, ଓ କର୍ମୀଙ୍କ ସହ ପୌର ପରିଷଦର ସମସ୍ତ ବିଭାଗର ଅଧିକାରୀମାନଙ୍କ ସମେତ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ ଓ ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ । ଚୌଦ୍ୱାର ପୌରପାଳିକାର ନିର୍ବାହୀ ଅଧିକାରୀ ସଞ୍ଜିବ କୁମାର ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *