ନରସିଂହପୁର (ଏନ୍.ଏମ୍.): କଟକ ଜିଲ୍ଲା ବଡ଼ମ୍ବା ବନାଞ୍ଚଳ ଗୋପପୁର ସନ୍ନିକଟ ବାସୁଦେବ ହାଇସ୍କୁଲ ପଛ ପାଖରେ ଆଜି ପ୍ରତ୍ୟୁଷରୁ ପାଣି ପିଇବା ପାଇଁ ଏକ ପାଞ୍ଚ ବର୍ଷର ହରିଣ ଛୁଆ ଗୋପପୁର ଗାଁ ଆଡ଼କୁ ଆସୁଥିବା ବେଳେ ଦୃଭାଗ୍ୟ ବଶତଃ ପାଞ୍ଚ ଛ ଟି ବୁଲା କୁକୁରଙ୍କ ହାବୁଡ଼ରେ ପଡ଼ି ଯାଇଥିଲା। ହରିଣଟି ନିଜ ଜୀବନ ବଞ୍ଚାଇବା ପାଇଁ ଚେଷ୍ଠା କରି ନିକଟରେ ଥିବା ଲୋକମାନଙ୍କ ପାଖ କୁ ଦୌଡ଼ିବାକୁ ଚେଷ୍ଟା କରି ତୁଷାର୍ତ ହରିଣଟି ନିଜ ଜୀବନ କୁ ବଞ୍ଚାଇ ପାରିଛି। ସ୍କୁଲ ପାଖରେ ଥିବା ଯୁବକ ମାନେ ହରିଣ ଟିକୁ ସୁରକ୍ଷା ଦେବାକୁ ଯାଇ କୁକୁର ମାନଙ୍କୁ ଘଉଡାଇବା ସହ କ୍ଷତାକ୍ତ ହରିଣ ଟିକୁ ଧରି ସଙ୍ଗେ ସଙ୍ଗେ ଗୋପପୁର ବିଟ ଫରେଷ୍ଟର ମହେଶ୍ୱର ପ୍ରଧାନ ଙ୍କୁ ଖବର ଦେଇଥିଲେ।ଖବର ପାଇ ସଙ୍ଗେ ସଙ୍ଗେ ଫରେଷ୍ଟର ହରିଣ ଟିକୁ ଉଦ୍ଧାର କରି ନିକଟସ୍ଥ ପ୍ରାଣୀ ଚିକିତ୍ସାଳୟ କୁ ଅଧିକ ଚିକିତ୍ସା ପାଇଁ ନେଇଛନ୍ତି। ତେବେ ହରିଣ ଟିର ଗୋଡ଼ ଓ ମୁଣ୍ଡ ରେ ଆଘାତ ଦେଇଛନ୍ତି ବୁଲା କୁକୁର ମାନେ। ତେବେ ବଡ଼ମ୍ବା ନରସିଂହପୁର ବନାଞ୍ଚଳ ରେ ଗ୍ରୀଷ୍ମ ଋତୁରେ ବନ୍ୟପ୍ରାଣୀ ମାନଙ୍କ ପାଇଁ ପିଇବା ପାଣି ଜଙ୍ଗଲରେ ବାଧକ ସାଜିଛି, ଯାହାଫଳରେ ଜୀବଜନ୍ତୁ ମାନେ ଗ୍ରାମଭିମୁଖୀ ହୋଇ କେତେବେଳେ ଶିକାରୀଙ୍କ ହାବୁଡ଼ରେ ତ କେତେବେଳେ ବୁଲା କୁକୁରଙ୍କ ହାବୁଡ଼ରେ ପଡ଼ୁଛନ୍ତି। ତେଣୁ ବନବିଭାଗ ପକ୍ଷରୁ ତୁରନ୍ତ ଜୀବଜନ୍ତୁ ଙ୍କ ପାଇଁ ପାନୀୟ ସୁବିଧା କରିବାକୁ ଦାବି କରିଛନ୍ତି ବନ୍ୟପ୍ରାଣିବିତ ।
ନରସିଂହପୁରରେ ହରିଣ ଛୁଆକୁ ଉଦ୍ଧାର କଲା ବନବିଭାଗ
🤖 AI Quick Summary
Click the button to generate AI summary.
