ନମିତା ଆର୍ଟ ଗ୍ୟାଲେରୀରେ ରହିଛି ଆଦିବାସୀ କଳା ସଂସ୍କୃତିର ପ୍ରତିଛବି

ନମିତା ଆର୍ଟ ଗ୍ୟାଲେରୀରେ ରହିଛି ଆଦିବାସୀ କଳା ସଂସ୍କୃତିର ପ୍ରତିଛବି

News by Smruti Ranjan Tripathy (Cuttack)

#କଟକ(ଏନ୍‌.ଏମ୍‌.): ସ୍ଥାନୀୟ ଟାଉନହଲ ଠାରେ ନମିତା ଆର୍ଟ ଗ୍ୟାଲେରୀ ଉଦ୍‌ଘାଟିତ ହୋଇଯାଇଛି । ବିଶେଷ କରି ହସ୍ତଶିଳ୍ପକୁ ପ୍ରୋତ୍ସାହିତ କରିବା ନିମନ୍ତେ ନମିତା ସାହୁଙ୍କ ଏଭଳି ପ୍ରୟାସକୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି । ଶ୍ରୀମତୀ ସାହୁଙ୍କ ଦ୍ୱାରା ଆଦିବାସୀ ଆର୍ଟ ଗ୍ୟାଲେରୀକୁ ନ୍ୟାୟମୂର୍ତ୍ତି ଡକ୍ଟର ବି.ପି.ଚୌଧୁରୀ ଉଦ୍‌ଘାଟନ କରି ମହିଳାମାନେ ଘରେ ପାଉଥିବା ସମୟକୁ ଅଯଥାରେ ଅପଚୟ ନକରି ଯଦି ନିର୍ଦ୍ଦିଷ୍ଟ କୌଣସି ଢଙ୍ଗରେ ବ୍ୟବହାର କରାଯାଏ ତେବେ ନିଜର ତଥା ପରିବାରର ଆର୍ଥିକ ଓ ସାମାଜିକ ବିକାଶ ହୋଇ ପାରିବ ବୋଲି ମତପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ହିନ୍ଦୀ ବିଏଡ଼ କଲେଜର ଅଧ୍ୟକ୍ଷ ସତ୍ୟନାରାୟଣ ପଣ୍ଡା, ଶିଳ୍ପୀ ବଳଦେବ ମହାରଥା, ଡକ୍ଟର ଅନନ୍ତ ସାହୁ, ସ୍ଥାପତ୍ୟ ରବିନାରାୟଣ ରଥ, ଜନାର୍ଦ୍ଦନ ପରମଗୁରୁ, ସମାଜସେବୀ ସ୍ମିତା ମୂଳିଆ, ସତ୍ୟନାରାୟଣ ସାହୁ, ଅମିତ ସାହୁଙ୍କ ସମେତ ବହୁ ବୁଦ୍ଧିଜୀବୀ ଉପସ୍ଥିତଥିଲେ । କାର୍ଯ୍ୟକ୍ରମକୁ ଶିକ୍ଷାବିତ ପ୍ରାଧ୍ୟାପକ ଡକ୍ଟର ସେକ କଲିମୁଲ୍ଲା ପରିଚାଳନା କରିଥିଲେ । ତେବେ ନମିତା ଜଣେ ସାଧାରଣ ଗୃହିଣୀ ହୋଇ ମଧ୍ୟ ତାଙ୍କ ଭିତରେ ଥିବା ପ୍ରତିଭାକୁ ଆର୍ଟ ମାଧ୍ୟମରେ ପରିପ୍ରକାଶ କରିବା ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି । ପୁନଶ୍ଚ ସମ୍ପ୍ରତି ଆଧୁନିକତାର ଦ୍ୱାହୀ ଦେଇ ସମାଜରେ ବିଭିନ୍ନ କଳା ଆଜି ବୁଡ଼ିବାକୁ ବସିଥିବାବେଳେ ନମିତାଙ୍କ ପ୍ରୟାସ ଆଦିବାସୀ କଳା ସଂସ୍କୃତିକୁ ଏହା ଉଦ୍‌ଯିବିତ ରଖିବାରେ ସହାୟକ ହୋଇପାରିବ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ । ତେବେ ଏହି କାର୍ଯ୍ୟକ୍ରମ ଆଜି ଓ କାଲି ଦୁଇ ଦିନ ଧରି ଜନସାଧାରଣଙ୍କ ପାଇଁ ଖୋଲା ରହିବ ବୋଲି ସୂଚନା ଦେବା ସହ ନମିତା ସାହୁ କୃତଜ୍ଞତା ଜ୍ଞାପନ କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *