ନଭେମ୍ବର ୨ରୁ ୧୦ ଅନୁଷ୍ଠିତ ହେବ ସାତସାହି କଟକ ନୃତ୍ୟୋତ୍ସବ

ନଭେମ୍ବର ୨ରୁ ୧୦ ଅନୁଷ୍ଠିତ ହେବ ସାତସାହି କଟକ ନୃତ୍ୟୋତ୍ସବ

News by Umakanta Jena (Cuttack)

#କଟକ (ଏନ୍‌.ଏମ୍‌.): କଟକ ନୃତ୍ୟୋତ୍ସବ କମିଟି ଆନୁକୁଲ୍ୟରେ ଆୟୋଜିତ ଏହି ନୃତ୍ୟୋତ୍ସବ ଜରିଆରେ ସହରର ପୁରାତନ ଐତିହ୍ୟ ସଂସ୍କୃତି ସମେତ ରାଜ୍ୟର ବିବିଧ ଲୁପ୍ତପ୍ରାୟ କଳା ଓ ସଂସ୍କୃତି ପୁନରୁଦ୍ଧାର ଏବଂ ବିକାଶ କରିବା ସହିତ ଦେଶ ବିଦେଶର କୋଣ ଅନୁକୋଣର କଳାକାରମାନଙ୍କୁ ସେମାନଙ୍କ ପ୍ରତିଭା ସୁଯୋଗ ଦିଆଯାଇଥାଏ । ଚଳିତ ବର୍ଷ ନୃତ୍ୟୋତ୍ସବୁ ନଭେମ୍ବର ୨ ତାରିଖ ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ପାଳନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ଦିନ ମଧ୍ୟରେ ୭୫ ଉର୍ଦ୍ଧ୍ୱ ସାଂସ୍କୃତିକ ଦଳ ଯଥା ଶାସ୍ତ୍ରୀୟ ନୃତ୍ୟ, ଓଡିଶୀ, ଭାରତନାଟ୍ୟମ, ମଣିପୁରୀ, କୁଚିପୁଡି ପରିବେଷଣ କରିବା ସାଙ୍ଗରେ ସମ୍ବଲପୁରୀ, ଗୋଟିପୁଅ ନାଚ, ଛଉନୃତ୍ୟ ପରିବେଷଣ କରିବାର ବ୍ୟବସ୍ଥା ରହିଛି । ନୃତ୍ୟୋତ୍ସବର ଚତୁର୍ଥ ସନ୍ଧ୍ୟାରେ ବରିଷ୍ଠ ସିନେ ନିର୍ଦ୍ଦେଶକ ଚଣ୍ଡୀ ପରିଜାଙ୍କୁ ଜାତୀୟ ସିନେରତ୍ନ ସମ୍ମାନ ଓ ପଞ୍ଚମ ସନ୍ଧ୍ୟାରେ ବିଶିଷ୍ଟ କଣ୍ଠଶୀଳ୍ପି ଅନିନ୍ଦିତା ଦାସଙ୍କୁ ଜାତୀୟ ସଙ୍ଗୀତ ରତ୍ନ ସମ୍ମାନ ପ୍ରଦାନ କରାଯିବ ବୋଲି ସ୍ଥାନୀୟ ବାରବାଟୀ ଷ୍ଟାଡ଼ିୟମସ୍ଥିତ ଓସିଏ କନଫରେନ୍ସ ହଲରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଏହି ସମ୍ମିଳନୀରେ ସିଏମସି ମେୟର ତଥା ମହୋତ୍ସବ କମିଟି ଅଧ୍ୟକ୍ଷ ସୁବାସ ଚନ୍ଦ୍ର ସିଂହ, ସଭାପତି ରବିନାରାୟଣ ନନ୍ଦ, କାର୍ଯ୍ୟକାରୀ ସଭାପତି ଡଃ ଦୁର୍ଗାଚରଣ ଦାସ, ଉପସଭାପତି ମଧୁସ୍ମିତା ବାରିକ, ସୁଧାକର କୁମାର, ରୂପକ ମିଶ୍ର, କୋଷାଧ୍ୟକ୍ଷ ଉଲ୍ଲାସ ସେନ, ପୃଷ୍ଠପୋଷକ ସୁନୀଲ ମୁରାରକା, ପଦ୍ମଲୋଚନ ମିଶ୍ର, ବବିତା ସ୍ୱାଇଁ, ସହିତା ମହାନ୍ତି ପଦ୍ମାଳୟା ବ୍ରହ୍ମଚାରୀ, ରଶ୍ମିରଞ୍ଜନ ତ୍ରିପାଠୀ, ସ୍ନେହାଶିଷ ଦାସ, ପାର୍ଥସାରଥୀ ସ୍ୱାଇଁ, ଜିତେନ୍ଦ୍ର ପ୍ରସାଦ, ବିନୋଦ କୁମାର ଦାସ, ରାଜେଶ ଦାସ, ବିଶ୍ୱଜିତ୍ ସେନାପତି, ସୁବାଶିଷ ଦାସ ସୁଶାନ୍ତ ପାତ୍ର, ଅଚ୍ୟୁତାନନ୍ଦ ସ୍ୱାଇଁ ଏବଂ ସାଧାରଣ ସମ୍ପାଦକ ଦୀପେଶ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ADVERTISEMENT

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *