ନବଦିନାତ୍ମକ ରାଷ୍ଟ୍ରୀୟ ରାମାୟଣ ମହୋତ୍ସବ ଉଦ୍‌ଯାପିତ

ନବଦିନାତ୍ମକ ରାଷ୍ଟ୍ରୀୟ ରାମାୟଣ ମହୋତ୍ସବ ଉଦ୍‌ଯାପିତ


ପୁରୀ(ଏନ୍‌.ଏମ୍‌.): ନବଦିନାତ୍ମକ ରାଷ୍ଟ୍ରୀୟ ରାମାୟଣ ମହୋତ୍ସବ ଉଦଯାପିତ ହୋଇଯାଇଛି । ଅନ୍ତିମ ଦିବସରେ ଗୋମାତା ପୂଜନ ଓ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଶାରଦା ଦେବୀ ରୋଡ଼ ସ୍ଥିତ ଶାରଦା ଗାର୍ଡେନ ପରିସରରେ ନବ ଦିନାତ୍ମକ ରାଷ୍ଟ୍ରୀୟ ରାମାୟଣ ମହୋତ୍ସବର ଉଦଯାପନୀ ଉତ୍ସବ ଅବସରରେ ଟ୍ରଷ୍ଟ ଦ୍ୱାରା ପରିଚାଳିତ ଗୋବିନ୍ଦ ଗୋଧାମ ଗୋଶାଳାରେ ଭକ୍ତ ଏବଂ ଶ୍ରୋତା ମିଳିତ ଭାବେ ଗୋମାତା ପୂଜନ ଓ ପୂର୍ଣ୍ଣାହୁତି ସହିତ ଉଦଯାପନୀ ହୋଇଯାଇଛି । ଉଦଯାପନୀ ଦିବସରେ ପ୍ରତିଦିନ ପରି ପୂର୍ବାହ୍ନ ଠାରୁ ଅପରାହ୍ନ ପର୍ଯ୍ୟନ୍ତ ତେଲେଙ୍ଗାନାର ସୁରେଶ ସାରଡ଼ା, ଶରତ ସାରଡ଼ା ରାମାୟଣ ପାଠ କରିଥିଲେ । ସମାପନ ସମାରୋହରେ ଗୁଜୁରାଟର ଆଇରନ୍ ଟ୍ରିଆଙ୍ଗଲ୍ ଲିମିଟେଡ଼୍ କମ୍ପାନୀର କାର୍ଯ୍ୟକାରୀ ନିର୍ଦ୍ଦେଶକ ବରଦା ପ୍ରସାଦ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଏଭଳି ଉତ୍ତମ ଏବଂ ଉର୍ଣ୍ଣତ ମାନର ଗୋମାତାଙ୍କ ସେବା ଦେଖି ନିଜର ଖୁସି ବ୍ୟକ୍ତ କରିଥିଲେ । ଟ୍ରଷ୍ଟ ତରଫରୁ ଗୋବିନ୍ଦ ଗୋଧାମ ଗୋଶାଳାରେ ଶ୍ରୀ ମହାପାତ୍ରଙ୍କୁ ଗୋ-ସେବକ ସମ୍ମାନ ପ୍ରଦାନ କରାଯାଇଥିଲା । ମହୋତ୍ସବର ମାର୍ଗଦର୍ଶକ ତଥା ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ରଜତ କୁମାର ପ୍ରତିହାରୀ ଅତିଥିଙ୍କୁ ସ୍ୱାଗତ କରିଥିବା ବେଳେ ଟ୍ରଷ୍ଟର ପ୍ରତିଷ୍ଠାତା ତଥା ସମ୍ପାଦକ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା ଜୀ ମହାରାଜ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ସାମ୍ବାଦିକ ତଥା ଟ୍ରଷ୍ଟର ମୁଖ୍ୟ ପ୍ରବକ୍ତା ବିଷ୍ଣୁଦତ୍ତ ଦାସ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ଉତ୍ସବରେ ଟ୍ରଷ୍ଟର ଜ୍ୟୋତିଷ ଆଚାର୍ଯ୍ୟ ନିତ୍ୟାନନ୍ଦ କର, ଗୋ ସେବକ ଆଇନଜୀବୀ ସଂଗ୍ରାମ କେଶରୀ ଶତପଥି, ବଳରାମ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *