ଧର୍ମାଗତପୁରରେ ଧର୍ମୀୟଚେତନା

ଧର୍ମାଗତପୁରରେ ଧର୍ମୀୟଚେତନା

ଧର୍ମାଗତପୁରରେ ଧର୍ମୀୟଚେତନା


କଟକ(ଏନ୍‌.ଏମ୍‌.): ଗାଁର ନାଁ ଧର୍ମାଗତପୁର। ଗାଁ ଭିତରେ ରହିଛନ୍ତି ଅନେକ ଦେବାଦେବୀ। ଗାଁରେ ପାଳିତ ହୋଉଛି ବିଭିନ୍ନ ଧାର୍ମୀକ ପର୍ବପର୍ବାଣୀ। କାର୍ତ୍ତିକର ରାହାସ କୁହନ୍ତୁ ଅବା ଜାଗରର ଶିବରାତ୍ରୀ। ଦୋଳର ଫଗୁ ଖେଳ କୁହନ୍ତୁ ଅବା ଚୈତ୍ରର ଝାମୁ ବା ପାଟୁଆ ଯାତ୍ରା। ଏତିକିରେ ସରିନାହିଁ ଧର୍ମାଗତପୁରର ଧାର୍ମିକ ଚେତନାର ପ୍ରଭାବ। କାଳୀ ପୂଜା କୁହନ୍ତୁ ଅବା ଗଣେଶ ପୂଜା। ଅଥବା ରଜରେ ମାଁକ୍ଷେତ୍ରପାଳିନୀଙ୍କ ପୀଠରେ ରଜ ସଂକ୍ରାନ୍ତି। ଯାହାକି ବେଶ ଧୁମଧାମରେ ପାଳିତ ହେଉଛି ପ୍ରତିବର୍ଷ। କିନ୍ତୁ ଏହାରି ଭିତରେ ହରିନାମ ସଂକୀର୍ତ୍ତନରୁ ବି ବାଦ ପଡିନି ଗାଁ। ଗାଁର ପ୍ରାୟ ୫ଟି ସ୍ଥାନରେ ଆୟୋଜିତ ହେଉଛି ନାମଯଜ୍ଞ। ଯାହାକି ଗୁମ୍ପା ଏକାଦଶୀରୁ ଆରମ୍ଭ ହୋଇ ଦୋଳ ପୂର୍ଣ୍ଣିମା ପର୍ଯ୍ୟନ୍ତ ହୋଇଥାଏ। ଏହି ପରିପ୍ରେକ୍ଷୀରେ ଗାଁ ମଧ୍ୟସ୍ଥ ମା’କାଳୀ ଠାକୁରାଣୀଙ୍କ ପୀଠରେ ଆୟୋଜିତ ହୋଇଛି ନିତାଇ ଗୌର ରାଧେଶ୍ୟାମ ନାମ ସଂକୀର୍ତ୍ତନ। ଗାଁ ଲୋକମାନଙ୍କ ସହଯୋଗରେ ସୋମବାର କଳସ ଯାତ୍ରା କରାଯାଇଥିଲା। ମଙ୍ଗଳବାର ଅହୋରାତ୍ର ନାମ ସଂକୀର୍ତ୍ତନ କରାଯାଇଥିଲା। ଆଉ ବୁଧବାର ନଗର ଭ୍ରମଣ ସହ ଦଧିହାଣ୍ଡି ଭଙ୍ଗା କାର୍ଯ୍ୟକ୍ରମ ହୋଇଥିଲା। ବୈଦିକ ବ୍ରାହ୍ମଣଙ୍କ ଦ୍ୱାରା ପୂଜାପାଠ କରାଯାଇଥିଲା। ସ୍ଥାନୀୟ ଳୋକମାନେ ହରିନାମରେ ଉଦବୁଦ ହେବା ସହ ପ୍ରସାଦ ସେବନ କରିଥିଲେ। ଏକ ଆଧ୍ୟାତ୍ମିକ ପରିବେଶରେ କାର୍ଯ୍ୟକ୍ରମ ସମ୍ପାଦନ ହୋଇଥିଲା। ବିଶେଷ କରି ଯୁବପୀଢୀଙ୍କର ନାମଯଜ୍ଞ ପ୍ରତି ବେଶ ଆଗ୍ରହ ଦେଖିବାକୁ ମିଳିଥିଲା। ଯାହାକି ଏକ ଶୁଭ ଲକ୍ଷଣ ବୋଲି ବରିଷ୍ଠମାନେ କହିଛନ୍ତି। ଯାହାକି ଆଗାମୀ ଦିନରେ ନୂଆପିଢୀଙ୍କୁ ଏଭଳି କାର୍ଯ୍ୟକ୍ରମ କରିବା ଲାଗି ପ୍ରେଣାଣ ଦେବ ଏଥିରେ ସନ୍ଦେହ ନାହିଁ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ