ଦ୍ୱାଦଶ ପରୀକ୍ଷା ବାତିଲ ପାଇଁ କଟକ ନଗର ଛାତ୍ର କଂଗ୍ରେସ ପକ୍ଷରୁ ଧନ୍ୟବାଦ

ଦ୍ୱାଦଶ ପରୀକ୍ଷା ବାତିଲ ପାଇଁ କଟକ ନଗର ଛାତ୍ର କଂଗ୍ରେସ ପକ୍ଷରୁ ଧନ୍ୟବାଦ
କଟକ(ଏନ୍‌.ଏମ୍‌.): ମହାମାରୀ କରୋନା ସାରା ଦେଶରେ ଶିକ୍ଷା ବ୍ୟବସ୍ଥାକୁ ପ୍ରଭାବିତ କରିଥିବାରୁ ଛାତ୍ର, ଶିକ୍ଷକ ଓ ଅଭିଭାବକମାନେ ଘୋର ଚିନ୍ତାରେ ଥିଲେ । ଏହି ପରିସ୍ଥିତିରେ ଗମ୍ଭୀରତାକୁ ନେଇ ଛାତ୍ର ଛାତ୍ରୀଙ୍କ ସ୍ୱାସ୍ଥ୍ୟ ଓ ନିରାପତ୍ତା ଆଶଙ୍କା ଥିବାରୁ ସର୍ବ ଭାରତୀୟ ଛାତ୍ର କଂଗ୍ରେସ ସଭାପତି ନୀରଜ କୁନ୍ଦନ ସିବିଏସଇ ଓ ସିଆଇଏସଇ ଦ୍ୱାଦଶ ପରୀକ୍ଷା ଚଳିତ ବର୍ଷ ବାତିଲ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଥିଲେ । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଅଧିନସ୍ଥ ସମସ୍ତ ଦ୍ୱାଦଶ ପରୀକ୍ଷା ବାତିଲ କରିଥିବାରୁ କଟକ ନଗର ଛାତ୍ର କଂଗ୍ରେସ ସଭାପତି ସୌମ୍ୟ ରଞ୍ଜନ ଦାସ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଅଖିଳ ଭାରତ କଂଗ୍ରେସ କମିଟି ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧୀ, ସର୍ବ ଭାରତୀୟ ଛାତ୍ର କଂଗ୍ରେସ ସଭାପତି ନୀରଜ କୁନ୍ଦନ ଓ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ୟାସିର ନବାଜଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଧନ୍ୟବାଦ ଜଣାଇଛନ୍ତି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *