ଦୈନିକ ଖବର କାଗଜ ସର୍କାରର ଲୋକାର୍ପଣ ଉତ୍ସବ
ସଙ୍କଟମୟ ସ୍ଥିତିରେ ଗଣମାଧ୍ୟମ: ପ୍ରଭୁ ଚାୱାଲା
ଚତୁର୍ଥସ୍ତମ୍ଭ ନୁହେଁ ଗଣତନ୍ତ୍ରର ତୃତୀୟ ନୟନ ହେଉ ଗଣମାଧ୍ୟମ: ସୌମ୍ୟରଞ୍ଜନ
ଭୁବନେଶ୍ୱର(ଏନ୍.ଏମ୍.): ଗତ ଚାରି ଦଶନ୍ଧି ଭିତରେ ଗଣମାଧ୍ୟମରେ ଅନେକ ପରିବର୍ତ୍ତନ ଘଟିଛି। ଛାପା ଗଣମାଧ୍ୟମରୁ ବୈଦ୍ୟୁତିକ ଗଣମାଧ୍ୟମ ଓ ପରେ ସାମାଜିକ ଗଣମାଧ୍ୟମରେ ଆଜି ପହଞ୍ଚିଛି ଗଣମାଧ୍ୟମ ସଂସ୍ଥା। ପରିବର୍ତ୍ତୀତ ପରିସ୍ଥିତିରେ ଖବରକାଗଜର ପାଠକ ସଂଖ୍ୟା ହ୍ରାସ ପାଉଥିବା ବେଳେ ଟେଲିଭିଜନର ଦର୍ଶକ ସଂଖ୍ୟା ପ୍ରାୟ ୮୦ ଭାଗ ହ୍ରାସ ପାଇ ସାରିଲାଣି। ତଥାପି ଆଞ୍ଚଳିକ ଗଣମାଧ୍ୟମର ଆବଶ୍ୟକତା ରହିଛି। ମୁଖ୍ୟକଥା ହେଲା ଗଣମାଧ୍ୟମ ନିଜର ବିଶ୍ୱାସନୀୟତା ହରାଇବା ଯୋଗୁଁ ଏକ ସଙ୍କଟମୟ ପରିସ୍ଥିତିରେ ପଡ଼ିଛି ବୋଲି ଦି ନିୟୁ ଇଣ୍ଡିଆନ ଏକ୍ସପ୍ରେସର ସମ୍ପାଦକୀୟ ନିର୍ଦ୍ଦେଶକ ପ୍ରଭୁଦୟାଲ ଚାୱଲା ମତ ପ୍ରକାଶ କରିଛନ୍ତି। ବୁଧବାର ଶ୍ରୀ ଚାୱାଲା ହୋଟେଲ ତାଜ ଭିଭାନ୍ତରେ ଦୈନିକ ଖବରକାଗଜ ଓ ଡିଜିଟାଲ ଟିଭି ସର୍କାରର ଲୋକାର୍ପଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥେôଲ ଯେ, ଗଣମାଧ୍ୟମ ଡରିବା କଥା ନେୁହଁ କି ଡରାଇବା କଥା ନେୁହଁ। ସବେୁବେଳ କିଭଳି ଖବରପରିବେଷଣ େବେଳ ନିରେପକ୍ଷତା ବଜାଇ ରହିବ ସେ ଦିଗକୁ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି। ଅୋମ ଯାହା ଦେଖିବା ଓ ଯାହା ଶୁଣିବା ତାହା ହିଁ ଜନସାଧାରଣଙ୍କ ନିକଟେର ପହଞ୍ଚାଇବାକୁ ହେବ। ଯଦି ସର୍କାର ଏହି ଗୁରୁଦାୟିତ୍ୱ ନିର୍ବାହ କରିପାରିବ େତେବ ନିଶ୍ଚିତ ଭୋବ ଲୋକଙ୍କ ଆସ୍ଥାଭାଜନ ହୋଇପାରିବ ବୋଲି ଶ୍ରୀ ଚାୱାଲା କହିଛନ୍ତି। ସେହିପରି ଏହି ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଇଷ୍ଟଣ୍ଣ ମିଡ଼ିଆ ଗ୍ରୁପର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ଗଣମାଧ୍ୟମ ଚତୁର୍ଥସ୍ତମ୍ବ ବୋଲି ନିଜକୁ ବିଚାର ନ କରି ତୃତୀୟ ନୟନ ଭାବେ କାର୍ଯ୍ୟ କରିବା ଉଚିତ । ସରକାରର ଦୁଇଟି ନୟନ ହେଲା ଦଳର କର୍ମୀ ଓ ସରକାରୀ କର୍ମଚାରୀ । ଅନେକ ସମୟରେ ସେମାନେ ସରକାରଙ୍କୁ ଠିକ କଥା କହି ନଥାନ୍ତି । ଏହି ଶୂନ୍ୟସ୍ଥାନ ଗଣମାଧ୍ୟମ ପୂରଣ କରିବା ଉଚିତ। ଏହି ଦିଗରେ ନୂଆ କରି ଜନ୍ମ ନେଇଥିବା ସର୍କାର ଖବରକାଗଜ କାର୍ଯ୍ୟ କରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ଏହା ସହିତ ସେ କହିଛନ୍ତି ଯେ, ପୃଷ୍ଠାର ସଂଖ୍ୟାକୁ ନେଇ ଖବରକାଗଜର ଗୁରତ୍ୱ ବିଚାର କରାଯାଏ ନାହିଁ। ବରଂ ଯେତିକି ପୃଷ୍ଠାର କାଗଜ ହେଉନା କାହିଁକି ତାହାର ଖବରର ଗୁଣବତ୍ତା ଲୋକଙ୍କ ଦ୍ୱାରା ଆଦୃତ ହୁଏ । ତେଣୁ ସେ ସର୍କାର ଖବରକାଗଜକୁ ଉଚ୍ଚକୋଟିର ଖବର ପରିବେଷଣ କରିବାକୁ ପରାମର୍ଶ ଦେଇଛନ୍ତି । ଅନ୍ୟତମ ଅତିଥି ରାଜ୍ୟର ପୂର୍ବତନ ମୁଖ୍ୟ ଶାସନ ସଚିିବ ବିଜୟ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ତାଙ୍କର ଶାସନକାଳର ଅନୁଭୁତିରୁ ଗଣମାଧ୍ୟମ ବିଷୟରେ ପରାମର୍ଶ ଦେଇ କହିଥିଲେ ଯେ, ଗଣମାଧ୍ୟମ ନିରପେକ୍ଷ ଭାବେ କାର୍ଯ୍ୟକରିଲେ ଲୋକଙ୍କ ଦ୍ୱାରା ଆଦୃତ ହେବ। ଏହି ପରିପ୍ରେକ୍ଷୀରେ ସେ ସମ୍ବାଦର ଉଦାହରଣ ଦେଇଥିଲେ। ଯେତେ ବୈଦ୍ୟୁତିକ ଓ ସାମାଜିକ ଗଣମାଧ୍ୟମର ପ୍ରସାର ହେଲେ ବି ଖବରକାଗଜର ଗୁରୁତ୍ୱ ସବୁ ସମ୍ରୟରେ ରହିଛି। କାରଣ ଖବରକାଗଜ ହିଁ ସତ୍ୟାସତ୍ୟ ଅନୁସନ୍ଧାନ କରି ଖବର ଲୋକଙ୍କୁ ପରିବେଷଣ କରିଥାଏ। ସର୍କାର ଗ୍ରୁପର ମୁଖ୍ୟ ତଥା ସର୍କାର ଖବରକାଗଜର ପ୍ରତିଷ୍ଠାତା ଜଗଦୀଶ ନାୟକ ମିଡ଼ିଆକୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ବୋଲି ବର୍ଣ୍ଣନା କରି ଏହା ଦାୟିତ୍ୱ ସହାକାରେ ସବୁ ଖବରକୁ ଲୋକଙ୍କ ପାଖରେ ପହଞ୍ଚାଇବା ଉଚିତ ବୋଲି କହିଥିଲେ । କେଉଁ ଖବର ପରିବେଷଣ କରାଯିବ, କେତିକି କରାଯିବ ଏବଂ କେଉଁଠି ତାହାକୁ ବନ୍ଦ କରାଯିବ ତାହା ଗୋଟାଏ ଦାୟିତ୍ୱବାନ ଗଣମାଧ୍ୟମ ସଂସ୍ଥାର କର୍ତ୍ତବ୍ୟ ବୋଲି ସେ କହିଥିଲେ। ବିଭିନ୍ନ ଘଟଣା ସମ୍ପର୍କୀତ ଖବରକୁ ବିନା ପକ୍ଷପାତିତାରେ ସର୍କାର ଗ୍ରୁପ ପରିବେଷଣ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ। ସର୍କାର ଖବରକାଗଜର ମୁଖ୍ୟ ସମ୍ପାଦକ ପ୍ରକାଶ ରଥ କହିଥିଲେ ଯେ, ସର୍କାର ଖବରକାଗଜ ସର୍ବଦା ନିର୍ଭିକ ଭାବରେ ଲୋକଙ୍କ ଅସୁବିଧାକୁ ସରକାରଙ୍କ ପାଖରେ ପହଞ୍ଚାଇବ । ସର୍କାର ଗ୍ରୁପର ଅନୁଭୂତି ସମ୍ପନ୍ନ ଟିମ ଖବର ଗୁଡ଼ିକୁ ଅତି ରଞ୍ଜିତ ନ କରି ବା ଶସ୍ତା ଖବରକୁ ପରିବେଷଣ ନ କରି ଲୋକଙ୍କ ହିତ ସମ୍ବଳିତ ଖବର ଗୁଡ଼ିକ ପରିବେଷଣ କରିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ଖବରକାଗଜର ସମ୍ପାଦକ ରବି ନାରାୟଣ ଜେନା କହିଥିଲେ ଯେ, ସମସ୍ତ ପରାମର୍ଶକୁ ବିଚାରକୁ ନେଇ ସର୍କାର ଖବରକାଗଜ ଦାୟିତ୍ୱ ସମ୍ପନ୍ନ ଭାବେ କାର୍ଯ୍ୟ ନିର୍ବାହ କରିବ। ଏହି ଉତ୍ସବରେ ମୁଖ୍ୟ ସମ୍ପାଦକ ପ୍ରକାଶ ରଥ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ ରବି ନାରାୟଣ ଜେନା ଧନ୍ୟବାଦ ୍ରଅର୍ପଣ କରିଥିଲେ । ଖବରକାଗଜର ଉଦଘାଟନ ହେବା ସହିତ ଅତିଥି ପ୍ରଭୁ ଚାୱାଲା, ବିଜୟ ପଟ୍ଟନାୟକ, ଅଭିନେତ୍ରୀ ଅର୍ଚ୍ଚିତା ସାହୁ, ଭୌମିକା ଦାଶ, ଶିବାନୀ ସଙ୍ଗୀତା, ରିୟା ଦେ, ଶୀତଲ ପାତ୍ର, ଦେବାଶିଷ ପାତ୍ର, ଶୁଭାଶିଷ ମିଶ୍ର ଏବଂ ଗାୟିକା ରଶ୍ମିତା ଦାଶଙ୍କୁ ସେମାନଙ୍କର ଅବଦାନ ପାଇଁ ସମ୍ମାନିତ କରାଯାଇଥିଲା । ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ସାମ୍ବାଦିକତା କ୍ଷେତ୍ରରେ ଜୀବନବ୍ୟାପୀ ସମର୍ପଣ ପାଇଁ ଲାଇଫ ଟାଇମ ଆଚିମେଣ୍ଟ ଆୱାଡରେ ସମ୍ମାନିତ କରାଯାଇଥିଲା।