ଦୁବାଇରେ ଭାରତ ମସଲାକୁ ମିଳିଲା ଜାଗରଣ ଆଚିଭର ଆୱାର୍ଡ

ଦୁବାଇରେ ଭାରତ ମସଲାକୁ ମିଳିଲା ଜାଗରଣ ଆଚିଭର ଆୱାର୍ଡ

News by Padmalochan Mishra (Cuttack)

କଟକ(ଏନ୍‌.ଏମ୍‌.): ମସଲା ଜଗତରେ ମାନ ଏବଂ ଗୁଣବତ୍ତାକୁ ଅକ୍ଷୁର୍ଣ୍ଣ ରଖି କ୍ଷୁଦ୍ର ମସଲା ଉତ୍ପାଦକାରୀ ସଂସ୍ଥା ଭାବେ ବିଶ୍ୱରେ ପହଞ୍ଚି ପାରିଥିବା ‘ଭାରତ ମସଲା’କୁ ଦୁବାଇରେ ସମ୍ମାନିତ ହୋଇଛି । ପୂର୍ବ ଭାରତରେ କ୍ରାଓଜୋନିକ ପଦ୍ଧତିରେ ମସଲା ଉତ୍ପାଦନ କରି ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା ଭାରତ ମସଲାକୁ ଏକ୍ସଲେନ୍ସ ଜାଗରଣ ଆଚିଭର ଆୱାର୍ଡ ୨୦୨୨ରେ ସମ୍ମାନିତ କରାଯାଇଛି । ଦୁବାଇ ଠରେ ଅନୁଷ୍ଠିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଜୟ ଭାରତ ସ୍ପାଇସେସ୍ ପ୍ରାଇଭେଟ୍ ଲିମିଟେଡ୍ (ଭାରତ ମସଲା)ର ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ କୁମାର ପଣ୍ଡାଙ୍କୁ ୟୁନାଇଟେଡ୍ ଆରବ ଏମିରେଟ୍ସର ଗୁଡ୍‌ଉଇଲ ଆମ୍ବାସଡର ସଭାନେତ୍ରୀ ଓମେନ ଆଣ୍ଡ ୟୁଥ୍ ଏମ୍ପପାୱାରମେଣ୍ଟ ଆସୋସିଏସନ ତଥା ହେଡ୍ ଅଫ ପ୍ରୋଟୋକଲ ଆଣ୍ଡ ଡିପ୍ଲୋମାସି ଏଏସିଆଇଡି ଲୈଲା ରେହାଲ ଏଇ ଆଫାନି ମୁଖ୍ୟଅତିଥି ଭାବେ ଯୋଗଦେଇ ଜାଗରଣ ଆଚିଭର ଆୱାର୍ଡ ସମ୍ମାନ ପ୍ରଦାନ କରିଛନ୍ତି । ହିନ୍ଦୀ ସମ୍ବାଦପତ୍ର ଦୈନିକ ଜାଗରଣ ପକ୍ଷରୁ ଆୟୋଜିତ ଏହି ରଙ୍ଗାରଙ୍ଗ ଉତ୍ସବରେ ଓଡିଶାରୁ ଜନ୍ମ ନେଇଥିବା ଏକ କ୍ଷୁଦ୍ର ମସଲା ଉତ୍ପାଦକାରୀ ସଂସ୍ଥା ନିଜର ବ୍ୟବସାୟକୁ କିଭଳି ବିଶ୍ୱରେ ପହଞ୍ଚାଇବା ସହ ୟୁନାଇଟେଡ୍ ଆରବ ଏମିରେଟ୍ସର କୁଏତ୍‌, ବାହାରିନ, କାତାର, ସାଉଦିଆରବ ଓ ଓମାନ ଭଳି ରାଜ୍ୟକୁ ସ୍ୱତନ୍ତ୍ର ଭାବେ ଏକ୍ସପୋର୍ଟ କରିପାରୁଛି ତାହା ପ୍ରଶଂସନୀୟ ବୋଲି ଉପସ୍ଥିତ ସମ୍ମାନୀୟ ଅତିଥି ମାନବସମ୍ବଳ ଓ ଶ୍ରମ ମନ୍ତ୍ରୀ ଅବଦଲା ମନମୁଦ, ସଫିର କର୍ପୋରେଟ୍ ସର୍ଭିସର ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅବଦୁଲାଜିଜ୍ ଅହମ୍ମଦ କହିଥିଲେ । ସମ୍ମାନିତ ଅବସରରେ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପଣ୍ଡା କହିଥିଲେ ଯେ, ଅଗଣିତ ଗ୍ରାହକ ମାନେ କିଭଳି ସ୍ୱାସ୍ଥ୍ୟକର ଓ ଉତ୍ତମ ମାନର ସାମଗ୍ରୀ ପାଇପାରିବେ ସେଥିପ୍ରତି କମ୍ପାନୀ ସବୁବେଳେ ଧ୍ୟାନ ଦେଇଆସିଛି । କମ୍ପାନୀର କଳେବର ବୃଦ୍ଧି ସଂଗେ ସଂଗେ ନିଯୁକ୍ତି ସୃଷ୍ଟି କରିବା ଏବଂ ସିଏସଆର ଆକଫିଭିଟିଜ୍ ବଜାୟ ରଖିବା ମୂଳ ଲକ୍ଷ୍ୟ ବୋଲି ସେ କହିଥିଲେ । ଦୈନିକ ଜାଗରଣର ନିର୍ଦ୍ଦେଶକ ଶୈଳେସ ଗୁପ୍ତାଙ୍କଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଅନ୍ୟାନ୍ୟ ବ୍ୟବସାୟିକ ଅନୁଷ୍ଠାନ ମାନେ ଭାଗ ନେଇଥିଲେ । ଏହି ଉତ୍ସବରେ ଯୋଗ ଦେବା ଅବସରରେ ଶ୍ରୀ ପଣ୍ଡା କୁଏତ୍‌, ବାହାରିନ, କାତାର, ଓମାନର ଇମ୍ପୋର୍ଟର ଉମର ସଜିନଙ୍କ ସହ ଏକ ସୌହାର୍ଦ୍ୟପୂର୍ଣ୍ଣ ବ୍ୟବସାୟିକ ଆଲୋଚନା କରିଥିଲେ । ୟୁନାଇଟେଡ୍ ଆରବ ଏମିରେଟ୍ସର ବିଭିନ୍ନ ରାଜ୍ୟ ସମେତ ୧୬ଟି ଗଲପ୍ପ କଣ୍ଟ୍ରିକୁ କିଭଳି ଭାରତ ମସଲାର ଉତ୍ପାଦନ ସାମଗ୍ରୀ ବହୁଳ ମାତ୍ରାରେ ଇମ୍ପୋର୍ଟ ହୋଇପାରିବ ସେ ସମ୍ବନ୍ଧରେ ଆଲୋଚନା କରିଥିଲେ । ଏହି ଆଲୋଚନା ବେଳେ ଭାରତ ମସଲାର ଏକ୍ସପୋର୍ଟ ମ୍ୟାନେଜର ରଶ୍ମିରଞ୍ଜନ ପରିଡା ଉପସ୍ଥିତ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *