ଥାନା ପରିସରରେ ଆତ୍ମହତ୍ୟା ଉଦ୍ୟମକୁ ନେଇ ତାତିଲେ ଅଞ୍ଚଳବାସୀ: ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଥାନା ପରିସରରେ ଆତ୍ମହତ୍ୟା ଉଦ୍ୟମକୁ ନେଇ ତାତିଲେ ଅଞ୍ଚଳବାସୀ: ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

News by Basanta Rath

କିଶନନଗର(ଏନ୍‌.ଏମ୍‌.): ଥାନାରେ ଅଭିଯୋଗ କରି ବାରମ୍ବାର ଦୌଡ଼ି ଦୌଡ଼ି ନ୍ୟାୟ ପାଇବାରୁ ବଞ୍ôଚତ ହେବା ପରେ ଜଣେ ବ୍ୟକ୍ତି ଥାନା ପରିସରରେ ଆତ୍ମାହୁତି ଉଦ୍ୟମ କରିବା ରାଜ୍ୟ ସରକାର ଓ ପ୍ରଶାସନର ଅବହେଳାକୁ ସ୍ପଷ୍ଟ କରୁଛି ବୋଲି ସ୍ଥାନୀୟ କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି । ଏହି ଅଞ୍ଚଳରେ ପୁଲିସ ଅଧିକାରୀ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ରିମୋର୍ଟରେ କଣ୍ଟ୍ରୋଲ ହେଉଥିବା ଯୋଗୁଁ ଅଞ୍ଚଳରେ ଅରାଜକତା ବୃଦ୍ଧି ପାଉଥିବା ଭଳି ସଂଗିନ ଅଭିଯୋଗ ଆଣିଛି କଂଗ୍ରେସ । ଏହାର ପ୍ରତିବାଦରେ ଆଜି କଂଗ୍ରେସର ଶତାଧିକ କର୍ମୀ ଓ ଅଞ୍ଚଳବାସୀ କିଶନନଗର ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଏଭଳି ଅଭାବନୀୟ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରାଯାଇଛି । ଗତକାଲି ଯେଉଁଭଳି ଭାବେ ଜଣେ ବ୍ୟକ୍ତି ଥାନା ସମ୍ମୁଖରେ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିବା ଏବଂ ଗୁରୁତର ଅବସ୍ଥାରେ ଏବେ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଥିବା ଘଟଣାରେ ଥାନା ଅଧିକାରୀଙ୍କୁ ବହିଷ୍କାର କରାଯିବା ସହ ସିସିଟିଭିକୁ ଯାଞ୍ଚ କରିବା ଦାବି କରାଯାଇଛି । ସୁଚନା ଯୋଗ୍ୟ ଯେ, ଗତ କାଲି ଇସାଣିବରମପୁର ଗାଁର ଗୁଣନିଧି ବିଶୋଇ ଥାନାକୁ ଆସିଥିଲେ । ଗତ ସପ୍ତାହ ତଳେ ସେ ଜମିଜମା ମାମଲା ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏନେଇ ଏକ ମାମଲା ମଧ୍ୟ ରୁଜୁ ହୋଇଥିଲା ମାତ୍ର କୌଣସି ନ୍ୟାୟ ନପାଇ ଆତ୍ମହତ୍ୟା କରି ପ୍ରାୟ ୮୦ ଭାଗ ପୋଡି ହୋଇ ଥିଲେ । ଯଦି ଆସନ୍ତା କାଲି ସୁଦ୍ଧା ଯଦି କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନଯାଏ । ତେବେ ସମଗ୍ର ଆଠ ଗୋଟି ପଞ୍ଚାୟତର ଲୋକେ ଧାରଣାରେ ବସିବା ସହ ରାସ୍ତା ରୋକ ପାଇଁ ସ୍ଥାନୀୟ ବାସିନ୍ଦା ଦିଲ୍ଲୀପ ମହାନ୍ତି, ଉତ୍କଳବିକାଶ ପରିଷଦ କର୍ମକର୍ତ୍ତା ସଞ୍ଜୟ ସହୁ, କଂଗ୍ରେସ ନେତା ପ୍ରତାପ ମଲ୍ଲିକ ପ୍ରମୁଖ ଚେତାବନୀ ଦେଇଛନ୍ତି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *