ଥାନାରେ ନ୍ୟାୟ ନପାଇ ଆତ୍ମାହୁତି ଘଟଣା: ଆଇଆଇସି ନିଲମ୍ବିତ

ଥାନାରେ ନ୍ୟାୟ ନପାଇ ଆତ୍ମାହୁତି ଘଟଣା: ଆଇଆଇସି ନିଲମ୍ବିତ

News by Biswajit Dalai (Salepur)

କିଶନନଗର(ଏନ୍‌.ଏମ୍‌.): ଥାନାରୁ ନ୍ୟାୟ ନପାଇ ଆତ୍ମାହୁତି ଉଦ୍ୟମ କରିବା ଏବଂ ଚିକିତ୍ସାସମୟରେ ମୃତ୍ୟୁବରଣ କରିବା ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ତେବେ ଏହି ଘଟଣା ଦିନକୁ ଦିନ ବିବାଦୀୟ ମୋଡ଼ ନେବା ପରେ ଆଜି ଡିଜିପି କିଶନର ନଗର ଥାନା ଆଇଆଇସିଙ୍କୁ ନିଲମ୍ବିତ କରିଛନ୍ତି । ସୂଚନା ଅନୁଯାୟୀ ଚଳିତ ମାସ ଗତ ୨୩ ତାରିଖ ଦିନ କିଶନନଗର ଥାନା ସମ୍ମୁଖରେ ଦେହରେ ପେଟ୍ରୋଲ ଢ଼ାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ ଗୁଣନିଧି ବିଶୋଇ । ଜମିଜମା ବିବାଦକୁ ନେଇ ସେ ଥାନାର ବାରମ୍ବାର ଦ୍ୱାରସ୍ଥ ହେଉଥିଲେ । ହେଲେ ତାଙ୍କୁ ନ୍ୟାୟ ମିଳୁନଥିଲା ବୋଲି ଅଭିଯୋଗ ହୋଇଥିଲା । ଶେଷରେ ସେ ନିଜ ଦେହରେ ପେଟ୍ରୋଲ ଢ଼ାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଗୁରୁତର ଅବସ୍ଥାରେ ପ୍ରଥମେ ଏସସିବି ମେଡ଼ିକାଲ ଓ ପରେ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠି ତାଙ୍କର ମୃତ୍ୟୁ ହୋଇଥିଲା । ଏଥିରେ କିଶନନଗର ଥାନା ଆଇଆଇସିଙ୍କ କାର୍ଯ୍ୟରେ ଅବହେଳା ଯୋଗୁଁ ସେ ଆତ୍ମହତ୍ୟା କରିଥିଲେ ବୋଲି ମୃତକଙ୍କ ପୁଅ ଅଭିଯୋଗ କରିଥିଲେ । ଏହି ଘଟଣାକୁ ବିଚାରକୁ ନେଇ ଘଟଣାର ତଦନ୍ତ କରି କିଶନନଗର ଥାନା ଆଇଆଇସି ସସ୍ମିତା ରଣାଙ୍କୁ ଡିଜିପି କାଯ୍ୟରୁ ନିଲମ୍ୱିତ କରିଛନ୍ତି । ଆଇଆଇସିଙ୍କର ମନମୁଖୀ କାର୍ଯ୍ୟ ଓ କାର୍ଯ୍ୟରେ ଅବହେଳା ପାଇଁ ଗୋଟେ ନୀରିହ ଲୋକ ଆତ୍ମହତ୍ୟା କରିଥିବା ଚର୍ଚ୍ଚାର ବିଷୟ ହୋଇଥିଲା । ଏଭଳି ଘଟଣାରେ ଆଇଆଇସିଙ୍କର ନିଲମ୍ବନ ପରେ ମୃତକ ଗୁଣନିଧିଙ୍କ ପରିବାରକୁ କିଛିଟା ଆସ୍ୱସ୍ତି ମିଳିଥିବା କୁହାଯାଉଛି । ତେବେ କିଶନ ନଗର କାହିଁକି ସମ୍ପୂର୍ଣ୍ଣ ରାଜ୍ୟରେ ପୁଲିସ କର୍ମତତ୍ପରତା ଦେଖାଇବା ଏବଂ ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ ଉପରେ ଓଡ଼ିଶା ପୁଲିସ କାର୍ଯ୍ୟ କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେବ ସହ ଡିଜିପି ଏଭଳି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନେଇଥିବାରୁ ସାଧାରଣରେ ସ୍ୱାଗତ କରାଯାଇଛି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *