ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ବୁଥ୍‌ସ୍ତରୀୟ ଅଧିକାରୀଙ୍କ ଘରକୁ ଘର ବୁଲି ସର୍ବେକ୍ଷଣ

ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ବୁଥ୍‌ସ୍ତରୀୟ ଅଧିକାରୀଙ୍କ ଘରକୁ ଘର ବୁଲି ସର୍ବେକ୍ଷଣ

News by I&PR Odisha

#ଭୁବନେଶ୍ୱର(ଏନ୍‌.ଏମ୍‌.): ଆସନ୍ତାବର୍ଷ ହେବାକୁ ଥିବା ‘ସାଧାରଣ ନିର୍ବାଚନ-୨୦୨୪’କୁ ଆଖି ଆଗରେ ରଖି ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ୩୭୬୦୬ ଜଣ ବୁଥ୍‌ସ୍ତରୀୟ ଅଧିକାରୀମାନେ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି । ଜୁଲାଇ ୨୧ ତାରିଖରୁ ଅଗଷ୍ଟ ୨୧ ତାରିଖ ପର୍ଯ୍ୟନ୍ତ ଏକ ମାସ ଧରି ଘରକୁ ଘର ବୁଲି ନିର୍ଭୁଲ ତଥ୍ୟ ସଂଗ୍ରହ କରିବେ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ପ୍ରକାଶ କରିଛନ୍ତି । ରାଜ୍ୟର ୩୦ ଗୋଟି ଜିଲ୍ଲାରେ ଥିବା ୧୪୭ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀର ବୁଥ୍‌ସ୍ତରୀୟ ଅଧିକାରୀମାନେ ଘରକୁ ଘର ବୁଲି ଭୋଟର ତାଲିକାରେ ଥିବା ତଥ୍ୟଗୁଡ଼ିକର ତନଖି କରିବା ସହ ତାଲିକାରୁ ବାଦ ପଡ଼ିଥିବା ଯୋଗ୍ୟ ବ୍ୟକ୍ତିଙ୍କ ନାମ ଯୋଗ କରିବା, ନୂତନ ଭୋଟର ଯେଉଁମାନଙ୍କ ବୟସ ତା. ୦୧/୧୦/୨୦୨୪ ସୁଦ୍ଧା ୧୮ ବର୍ଷ ପୂର୍ଣ୍ଣ ହେଉଥିବ ସେମାନଙ୍କୁ ତାଲିକାଭୁକ୍ତ କରାଇବା, ସବୁଦିନ ପାଇଁ ନିର୍ବାଚନ ମଣ୍ଡଳୀରୁ ଅନ୍ୟତ୍ର ସ୍ଥାନାନ୍ତରିତ ହୋଇଥିବା ଭୋଟର ଏବଂ ମୃତ ବ୍ୟକ୍ତିଙ୍କ ନାମ ଭୋଟର ତାଲିକାରୁ ବାଦ ଦେବା ସହ ସବୁଦୃଷ୍ଟିରୁ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ସଂପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବେ । ବୁଥ୍‌ସ୍ତରୀୟ ଅଧିକାରୀମାନଙ୍କ ଦ୍ୱାରା ଚାଲୁ ରହିଥିବା ଘରକୁ ଘର ସର୍ବେକ୍ଷଣରେ ରାଜ୍ୟର ନାଗରିକମାନେ ଅଂଶଗ୍ରହଣ କରିବା ସହ ତଥ୍ୟ ସଂଗ୍ରହକାରୀ ଅଧିକାରୀମାନଙ୍କୁ ସହଯୋଗ କରି ସଠିକ ତଥ୍ୟ ପ୍ରଦାନ କରିବା ସହ ଗଣତନ୍ତ୍ରକୁ ସୁଦୃଢ଼ କରିବା ନିମନ୍ତେ ମୁଖ୍ୟ ନିର୍ବାଚନ ଅଧିକାରୀ ସମସ୍ତ ନାଗରିକମାନଙ୍କୁ ନିବେଦନ କରିଛନ୍ତି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *