ତବରେଜ ପୁଣିଥରେ ହେଲେ ଭାରତୀୟ ଛାତ୍ର ସଂସଦର ରାଜ୍ୟ ସଂଯୋଜକ

ତବରେଜ ପୁଣିଥରେ ହେଲେ ଭାରତୀୟ ଛାତ୍ର ସଂସଦର ରାଜ୍ୟ ସଂଯୋଜକ


କଟକ(ଏନ୍‌.ଏମ୍‌.): ଭାରତୀୟ ଛାତ୍ର ସଂସଦର ରାଜ୍ୟ ସଂଯୋଜକ ରୂପେ ପୁଣି ଥରେ ଇଂ. ତବରେଜ ଖାନ ନିର୍ବାଚିତ ହୋଇଛନ୍ତି । ତବରେଜ ଏହା ପୂର୍ବରୁ ଭାରତୀୟ ଛାତ୍ର ସଂସଦର ପ୍ରତିନିଧି ଭାବେ ଦିଲ୍ଲୀ ବିଜ୍ଞାନ ଭବନରେ ଆୟୋଜିତ ଛାତ୍ର ସଂସଦର ରାଜ୍ୟ ସଂଯୋଜକ ରୂପେ ଯୋଗ ଦେଇଥିଲେ । ଇଂ. ଖାନ୍ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଂପାଦକ ଅଛନ୍ତି । ଏହି ନିଯୁକ୍ତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜୁଜନତା ଦଳର ରାଜ୍ୟ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ରାଜ୍ୟସଭା ସାଂସଦ ମୁନା ଖାଁ, ଚାନ୍ଦବାଲି ବିଧାୟକ ଓ ବିଜୁ ଯୁବଜନତା ଦଳର ରାଜ୍ୟ ସଭାପତି ଡକ୍ଟର ବ୍ୟୋମକେଶ ରାୟ, ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, ପୂର୍ବତନ ବିଧାୟକ ତଥା ବିଜୁଜନତା ଦଳର କଟକ ଜିଲ୍ଲା ସଭାପତି ଦେବାଶିଶ ସାମନ୍ତରାୟ, ବାଙ୍କୀ ବିଧାୟକ ତଥା ବିଜୁଛାତ୍ରଜନତା ଦଳର ରାଜ୍ୟ ସଭାପତି ଦେବୀରଞ୍ଜନ ତ୍ରିପାଠୀ, ବିଧାୟକ ଶୋଭିକ ବିଶ୍ୱାଳ, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ଓଟିଟିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଓ ରାଜ୍ୟ କ୍ଷୁଦ୍ରଶିଳ୍ପ ଅଧକ୍ଷ ଚିନ୍ମୟ କୁମାର ସାହୁଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *