ଡ୍ରିମସ କୋଭିଡ଼୍ କେୟାର ସେଣ୍ଟରରେ ଅଘଟଣ : ଯୁବକଙ୍କ ବେକରେ ପଶିଲା ଛୁରୀ

ଡ୍ରିମସ କୋଭିଡ଼୍ କେୟାର ସେଣ୍ଟରରେ ଅଘଟଣ : ଯୁବକଙ୍କ ବେକରେ ପଶିଲା ଛୁରୀ
ଘଟଣା ସମ୍ପର୍କରେ ଜିଲା୍ଲ କୋଭିଡ଼୍ ନୋଡ଼ାଲ ଅଧିକାରୀଙ୍କ ରପୋର୍ଟ ତଲବ
କଟକ(ଏନ.ଏମ.): କଟକ ଜିଲ୍ଲା ଟାଙ୍ଗୀ ସ୍ଥିତ ଡ୍ରିମସ କୋଭିଡ଼୍ କେୟାର ସେଣ୍ଟରେ ଆଜି ସକାଳେ ଜଣେ ଆକ୍ରାନ୍ତ ଯୁବକଙ୍କ ବେକରେ ଛୁରୀ ଭୁଷି ହୋଇଯିବା ଭଳି ଘଟଣା ଘଟିଥିବା ଜଣାପଡ଼ିଛି । ଯୁବକଙ୍କ ବେକରେ ଛୁରୀ ପଶି ରହିବା ପରେ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଏସସିବିକୁ ଅଣାଯାଇ ଅସ୍ତ୍ରୋପଚାର ପରେ ଆଇସିୟୁରେ ରହିଥିବା ଜଣାପଡ଼ିଛି । ଗୁରତର ଯୁବକ ଜଣକ ଚୌଦ୍ୱାର ଦେବୀ ନଗରର ସୁକୁମାର ସୁବୁଦ୍ଧିରାୟ ବୋଲି ଜଣା ପଡ଼ିଛି ।
ମିଳିଥିବା ସୂଚନା ଅନୁଯାୟୀ ଶ୍ରୀ ସୁବୁଦ୍ଧିରାୟ କରୋନା ଆକ୍ରାନ୍ତ ହେବା ପରେ ଘରେ ସଂଗରୋଧରେ ରହିଥିଲେ ଓ ପରେ ଗତ ୨୮ ତାରିଖରେ ଟାଙ୍ଗୀ ସ୍ଥିତ ଡ୍ରିମସ କୋଭିଡ଼୍ କେୟାର ସେଣ୍ଟରରେ ଭର୍ତ୍ତି ହୋଇଥିଲେ । ଆରୋଗ୍ୟ ହେବା ପରେ ଆଜି ତାଙ୍କର ସେଠାରୁ ଡିସଚାର୍ଜ ହେବାର ଥିଲା । ତେବେ ଆଜି ସକାଳେ ହଠାତ୍ ତାଙ୍କ ବେକରେ ଛୁରୀ ପଶି ଯାଇଥିବା ଦେଖା ଯାଇଥିଲା । ସଂପୃକ୍ତ ଯୁବକ ଜଣକ ଛୁରୀରେ ଆତ୍ମହତ୍ୟା କରିବାକୁ ଚ୍ୟେଷ୍ଟା କରୁଥିବାବେଳେ ତାଙ୍କୁ ରୋକାଯାଇଥିଲା ଓ ବେକରେ ଛୁରୀ ଲାଗିଥିବା ଅବସ୍ଥାରେ ତାଙ୍କୁ ଏସସିବିକୁ ଅଣାଯାଇଥିବା କୋଭିଡ଼୍ କେୟାର ସେଣ୍ଟର ଦାୟିତ୍ୱରେ ଥିବା ଅଧିକାରୀ କହିଛନ୍ତି । ଅନ୍ୟ ପକ୍ଷରେ ଏସସିବିରେ ତାଙ୍କର ଅସ୍ତ୍ରୋପଚାର କରାଯାଇ ଛୁରୀ ବାହାର କରାଯିବା ପରେ କୋଭିଡ଼୍ ୱାର୍ଡ଼ର ଆସିୟୁରେ ରଖାଯାଇଛି । ଏବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି ଏସସିବି ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି ।
ଅନ୍ୟପକ୍ଷରେ ଡ୍ରିମସ କୋଭିଡ଼ କେୟାର ସେଣ୍ଟରରେ ଅବ୍ୟବସ୍ଥା ଲାଗି ରହୁଥିବା ନେଇ ଅନେକ ସମୟରେ ଅଭିଯୋଗ ହେଉଛି । କେଉଁ ପରିସ୍ଥିତିରେ ଓ କିପରି ସଂପୃକ୍ତ ଯୁବକଙ୍କ ବେକରେ ଛୁରୀ ପଶିଲା ତାହାକୁ ନେଇ ସନେ୍ଦହ ଓ ସଂଶୟ ଲାଗି ରହିଛି । ସେଣ୍ଟର ପକ୍ଷରୁ ସେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିଲା ବୋଲି କୁହାଯାଉଥିବା ବେଳେ ସେ କାହିଁକି ଆତ୍ମହତ୍ୟା ଉଦ୍ୟମ କଲେ ବୋଲି ପରିବାର ପକ୍ଷରୁ ପ୍ରଶ୍ନ କରାଯାଉଛି । ତାଙ୍କର ଚୌଦ୍ୱାର ମହାବିଦ୍ୟାଳୟ ସମ୍ମୁଖରେ ଏକ ବଡ଼ ଅଟୋମୋବାଇଲ ସ୍ପେୟାର ପାର୍ଟସ ଦୋକାନ ରହିଛି । ତେଣୁ ଆର୍ଥିକ ଅବସ୍ଥା ଖରାପ ନଥିବାବେଳେ ତାଙ୍କ ଉପରେ ସେଭଳି କୌଣସି ଚାପ ନଥିବା ପରିବାର ପକ୍ଷରୁ କୁହାଯାଇଛି । ତେବେ କୌଣସି କାରଣରୁ କେହି ତାଙ୍କୁ ଆକ୍ରମଣ କରିଥାଇ ପାରନ୍ତି ବୋଲି ପରିବାର ପକ୍ଷରୁ ଅଭିଯୋଗ କରାଯିବା ସହ ସେଣ୍ଟରର ସିସିଟିଭି ଫୁଟେଜ ଯାଞ୍ଚ କରାଯାଇ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବାକୁ ଦାବି କରାଯାଇଛି ।ଏହି ଘଟଣା ପରେ ଡ୍ରିମସ କୋଭିଡ କେୟାର ସେଣ୍ଟର ଦାୟିତ୍ୱରେ ଥିବା ଡାକ୍ତରଙ୍କ ଠାରୁ ଏକ ପୁଙ୍ଖାନୁ ପୁଙ୍ଖ ରିପୋର୍ଟ ମଗାଯାଇଥିବା ଜିଲ୍ଲା କୋଭିଡ଼୍ ନୋଡ଼ାଲ ଅଧିକାରୀ ଡାକ୍ତର ଉମେଶ ରାୟ କହିଛନ୍ତି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *