ଡେଙ୍ଗୁ ଓ ମ୍ୟାଲେରିଆ ରୋଗର ପ୍ରତିକାର ଦାବିରେ ସିଏମସି କମିଶନରଙ୍କୁ ବିଧାୟକଙ୍କ ପକ୍ଷରୁ ଦାବିପତ୍ର

ଡେଙ୍ଗୁ ଓ ମ୍ୟାଲେରିଆ ରୋଗର ପ୍ରତିକାର ଦାବିରେ ସିଏମସି କମିଶନରଙ୍କୁ ବିଧାୟକଙ୍କ ପକ୍ଷରୁ ଦାବିପତ୍ର

News by Padmalochan Mishra (Cuttack)

#କଟକ(ଏନ୍‌.ଏମ୍‌.): କଟକ ସହରରେ ଡେଙ୍ଗୁ ଓ ମ୍ୟାଲେରିଆ ରୋଗର ପ୍ରତିକାର ନିମନ୍ତେ ବିଧାୟକ ମହମ୍ମଦ ମୋକିମଙ୍କ ଆହ୍ୱାନ କ୍ରମେ ସିଏମସି ପୂର୍ବତନ ବିରୋଧୀ ଦଳ ନେତ୍ରୀ ଗିରିବାଳା ବେହେରାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ସିଏମସି କମିଶନରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସଂପ୍ରତି କଟକ ପୌରାଞ୍ଚଳର ବିଭିନ୍ନ ୱାର୍ଡରୁ ଡେଙ୍ଗୁ ଓ ମ୍ୟାଲେରିଆ ଜ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଛି । କଟକ ସହରକୁ ମଶାମୁକ୍ତ କରିବାରେ ସିଏମସି ସଂପୂର୍ଣ୍ଣ ବିଫଳ ହୋଇଛି । ସାହିବସ୍ତିର ରାସ୍ତାଘାଟ, ନାଳ ଗୁଡିକ ନିୟମିତ ସଫେଇ ହେଉନାହିଁ । କୁଢ କୁଢ ଅଳିଆ ଆବର୍ଜନା ସ୍ଥାନାନ୍ତର ନହୋଇ ପଢି ରହୁଛି । ଡ୍ରେନେଜ ବ୍ୟବସ୍ଥାରେ ସାଂଘାତିକ ଅବ୍ୟବସ୍ଥା କାରଣରେ ବର୍ଜ୍ୟ ଓ ବର୍ଷାଜଳ ନିଷ୍କାସନରେ ବାଧା ସୃଷ୍ଟି ହେଉଛି । ବୁସ କଟିଂରେ ମଧ୍ୟ ଘୋର ଅନିୟମିତତା ଯୋଗୁଁ ମଶା ବଂଶ ବୃଦ୍ଧି ପାଉଛି । ସାହି ବସ୍ତିର ରାସ୍ତା କଡ ଡ୍ରେନ, ନାଳ, ନର୍ଦ୍ଦମା ଓ ସନ୍ତସନ୍ତିଆ ଅଞ୍ଚଳରେ ମଶା ତେଲ, ବ୍ଲିଚିଂ ପାଉଡର ପଡୁନାହିଁ କି ମଶା ଧୂଆଁ ଦିଆ ଯାଉନାହିଁ । ଯାହା ଫଳରେ ବିଭିନ୍ନ ପ୍ରଜାତିର ମଶା ସାଙ୍ଗକୁ ମାରାତ୍ମକ ବିଷାକ୍ତ ମାଇଏନୋଫିଲିସ ଓ ଏଡିସ ମଶାଙ୍କର ବଂଶ ବୃଦ୍ଧି ଘଟି କଟକ ସହରର ବିଭିନ୍ନ ୱାର୍ଡ ଅଞ୍ଚଳ ସମେତ ସିଡିଏ- ମର୍କତ ନଗର ସେକ୍ଟର- ୮, ୯, ୧୦ ଓ ୧୧ ଅଞ୍ଚଳରେ ଘରେ ଘରେ ଜ୍ୱର ଓ ଡେଙ୍ଗୁ, ମ୍ୟାଲେରିଆ ଆକ୍ରାନ୍ତଙ୍କ ସଖ୍ୟ ବୃଦ୍ଧି ପାଇବାରେ ଲାଗିଛି । ଦୈନିକ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଅଙ୍କକୁ ଧରିଲାଣି । ଏହି ପରିପ୍ରେକ୍ଷୀରେ ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମ କ୍ଷୋଭ ପ୍ରକାଶ କରିବା ସହ ଡେଙ୍ଗୁ ନିରାକରଣ ପାଇଁ କେବଳ ଲୋକଦେଖାଣିଆ ଭାବେ ନୁହେଁ ପ୍ରକୃତ କାର୍ଯ୍ୟ କରିବାକୁ ଦାବି କରିଛନ୍ତି । ଏହି କାର୍ଯ୍ୟକ୍ରମରେ କର୍ପୋରେଟର ସନ୍ତୋଷ ଭୋଳ, ଲିଜା ରାଉତ, ସ୍ୱର୍ଣ୍ଣପ୍ରଭା ପସାୟତ, ଭାନୁ ସେନାପତି, ଜେ. କାମେଶ ରାଓ ଓ ଜନାର୍ଦ୍ଦନ ପରିଡା, ବରିଷ୍ଠ ନେତା ଅଶ୍ୱିନୀ ମହାରଣା, ଚାରୁଲତା ସାହୁ, ଅନିତା ନାୟକ, ଶରତ ଚନ୍ଦ୍ର ସେଠୀ, କେଦାର ପୃଷ୍ଟି, ପ୍ରତାପ ପରିଡା, ଟୁକୁନା ସେନାପତି, ବିକି ଚକ୍ରବର୍ତ୍ତୀ, ଅମ୍ରିତା ଦାସ, ଅଜୟ ଗୋଛାୟତ, ଦିଲ୍ଲୀପ ମହାନ୍ତି, ସୁରଜିତ ସାହୁ, ଆର୍ଯ୍ୟବୀର ଲେଙ୍କା, ସନ୍ତୋଷ ପାତ୍ର, ସ୍ମୃତିି ରଞ୍ଜନ ରାଉତ, ସତ୍ୟଶ୍ରୀ ବେହେରା, ସୌମେନ୍ଦ୍ର ପ୍ରିୟଦର୍ଶିନୀ, ଉସ୍ମାନ ଖାନ, ସେକ ଗୁଲାମ ମୋହିଉଦ୍ଦିନ, ଶୋନୁ ସ୍ୱାଇଁ, ଜି. ଭାସ୍କର ରାଓ, ଦୀପକ ସାହୁ, ଦିଲ୍ଲୀପ ସାହୁ, ମାନସ ନାଥ ପ୍ରମୁଖ ଉପସ୍ଥିତ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *