ଠିକା ମଜଦୁର ସଂଘର ଚେତାବନୀ:୨୫ରୁ ଠିକା ଶ୍ରମିକଙ୍କ ରାଜ୍ୟବ୍ୟାପୀ ଆନ୍ଦୋଳନ

ଠିକା ମଜଦୁର ସଂଘର ଚେତାବନୀ:୨୫ରୁ ଠିକା ଶ୍ରମିକଙ୍କ ରାଜ୍ୟବ୍ୟାପୀ ଆନ୍ଦୋଳନ

News by Smruti Ranjan tripathy (Cuttack)

#କଟକ(ଏନ୍‌.ଏମ୍‌.): ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଓଡ଼ିଶା ଠିକା ମଜଦୁର ମହାସଂଘ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ବକ୍ସିବଜାର ସ୍ଥିତ ପାନ୍ଥନିବାସ ଠାରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ଅଗଷ୍ଟ ୨୫ ତାରିଖ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ଏକ ସପ୍ତାହ ଧରି ରାଜ୍ୟବ୍ୟାପୀ ଏହି ଆନ୍ଦୋଳନ କରାଯିବ । ରାଜ୍ୟର ସମସ୍ତ ଜିଲ୍ଲା ଶ୍ରମଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଜିଲ୍ଲା ଶ୍ରମ ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯିବବୋଲି ସୂଚନା ଦିଆଯାଇଛି । ତେବେ ଏହି ଦାବିଗୁଡ଼ିକ ମଧ୍ୟରେ ମୁଖ୍ୟତଃ ଠିକା ପ୍ରଥା ଉଚ୍ଛେଦ କରାଯିବା ସହିତ ଅନ୍ୟ ରାଜ୍ୟ ଭଳି ଆମ ରାଜ୍ୟରେ ସ୍ଥାୟୀ ନିଯୁକ୍ତି କରାଯିବା, ସମାନ କାମକୁ ସମାନ ବେତନ ପ୍ରଦାନ କରାଯିବା, ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶକୁ କଡ଼ାକଡ଼ି ଭାବରେ ପାଳନ କରାଯିବା, ଠିକା କର୍ମଚାରୀମାନଙ୍କୁ ସାପ୍ତାହିକ ଛୁଟିର ହାଜିରା ପ୍ରଦାନ କରାଯିବା, ଅବସରକାଳୀନ ସମୟ ସୀମା ୫୮ ବର୍ଷରୁ ୬୦ ବର୍ଷକୁ ବୃଦ୍ଧି କରାଯିବା, ଠିକା କର୍ମଚାରୀମାନଙ୍କୁ ସର୍ବନିମ୍ନ ମାସିକ ବେତନ ୨୧ ହଜାର ଟଙ୍କା ପ୍ରଦାନ କରାଯିବା ଆଦି ଦାବି ଅର୍ନ୍ତଭୁକ୍ତ ଅଟେ । ଏହି ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ମଜଦୁର ସଂଘର ରାଜ୍ୟ ସାଧାରଣ ସମ୍ପାଦକ ବିନୟ କୁମାର ତ୍ରିପାଠୀ, ଉପସାଧାରଣ ସମ୍ପାଦକ ସାନ୍ତନୁ କୁମାର ମହାପାତ୍ର, ନିଖିଳ ଓଡ଼ିଶା ବିଦ୍ୟୁତ୍ କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ସତ୍ୟବ୍ରତ ପରିଡ଼ା, ରାଜ୍ୟ କମିଟି ସଦସ୍ୟ ବସନ୍ତ କୁମାର ସାହୁ, ଓଡ଼ିଶା ଠିକା ମଜଦୁର ମହାସଂଘର ସଭାପତି ଅଶୋକ କୁମାର ସ୍ୱାଇଁ, ବିଭୂତି ଭୂଷଣ ମହାପାତ୍ର ଏବଂ ସାଧାରଣ ସମ୍ପାଦକଙ୍କ ସମେତ ବହୁ କର୍ମକର୍ତ୍ତା ଆଦି ଉପସ୍ଥିତ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *