ଟେକ୍ନୋ ୱାର୍ଲ୍ଡ କଲେଜରେ ନେତାଜୀ ଜୟନ୍ତୀ

ଟେକ୍ନୋ ୱାର୍ଲ୍ଡ କଲେଜରେ ନେତାଜୀ ଜୟନ୍ତୀ

News by Akshya Biswal (Rairangpur)

#ରାଇରଙ୍ଗପୁର(ଏନ୍‌.ଏମ୍‌.): ଦେଶର ସ୍ୱାଧୀନତା ପାଇଁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଅବଦାନ ଅତୁଳନୀୟ । ତାଙ୍କର ଆହ୍ୱାନ ଆଜିବି ଯୁବମାନସରେ ଦେଶ ପ୍ରେମ ଭରିଦିଏ ବୋଲି ଟେକ୍ନୋୱାର୍ଲ୍ଡ ଆବାସିକ ମହାବିଦ୍ୟାଳୟ ଠାରେ ଆୟୋଜିତ ଜୟନ୍ତୀ ସାମାରୋହରେ ମତ ପ୍ରକାଶ ପାଇବା ସହ ତାଙ୍କ ପରି ଦେଶପ୍ରେମୀ ଓ ସ୍ୱାଭିମାନୀ ଭାରତୀୟର ଆଦର୍ଶ ଓ ଧ୍ୟେୟ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଓଡ଼ିଶା ସମେତ ସଲଂଗ୍ନ ପଡୋଶୀ ରାଜ୍ୟ ଝାଡଖଣ୍ଡ ଓ ପଶ୍ଚିମବଙ୍ଗରେ ସୁନାମ ଅର୍ଜନ କରିଥିବା ରାଇରଙ୍ଗପୁର ସ୍ଥିତ ଅଗ୍ରଣି ଆବାସିକ ବିଜ୍ଞାନ କଲେଜ ଟେକ୍ନୋୱାର୍ଲ୍ଡ ଠାରେ ଆୟୋଜିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀରେ କଲେଜର ଅଧ୍ୟକ୍ଷ ପ୍ରଫେସର ଲଳିତ ମୋହନ ପ୍ରଧାନ ସଭାପତିତ୍ୱ କରିଥିଲେ । ମୁଖ୍ୟଅତିଥି ଭାବେ ଟେକ୍ନୱାର୍ଲ୍ଡ ଗ୍ରୁପର ପ୍ରାକ୍ତନ ନିର୍ଦ୍ଦେଶକ ଇଂ. ଉମାକାନ୍ତ ମହାନ୍ତ ଯୋଗଦେଇ ନେତାଜୀଙ୍କ ଆଦର୍ଶ ଦେଶବାସୀଙ୍କୁ ସାହସୀ, ଦେଶ ପ୍ରେମୀ ଓ ସୁନାଗରିକ ହେବା ପାଇଁ ପ୍ରେରଣା ଯୋଗାଉଥିବା କହିଥିଲେ । ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସ୍ତମ୍ଭକାର ଲଳିତ ମହାନ୍ତ ଯୋଗଦେଇ ମୁକ୍ତି ପଥିକ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଭାରତର ସ୍ୱାଧୀନତା ଆକାଂକ୍ଷାର ମୂର୍ତ୍ତିମନ୍ତ ବୋଲି ବର୍ଣ୍ଣନା କରିଥିଲେ । ସମ୍ମାନିତ ଅତିଥି ଭାବେ ଆଇନଜୀବୀ ଭାରତର ଭବାନୀ ଶଙ୍କର ମହାନ୍ତି, ଅଜୟ କୁମାର ମହାପାତ୍ର, ତାପସ ମହାନ୍ତ, ଅଧ୍ୟାପକ ରଜତ ମହାନ୍ତ, ଗୌତମ ମହାନ୍ତ, ରମାକାନ୍ତ ମହାନ୍ତ, ସୂର୍ଯ୍ୟକାନ୍ତ ମହାନ୍ତ, ପ୍ରଦ୍ୟୁମ୍ନ ଦତ୍ତ, ଅବିନାଶ ବାରିକ୍‌, ଭାସ୍କର ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ନେତାଜୀଙ୍କ ଜୀବନାଦର୍ଶ ସମ୍ପର୍କରେ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ । ଦାରା ସିଂ ଧନ୍ୟବାଦ ଅର୍ପଣ କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *