ଟାଟା ପାୱାରର ଉପଭୋକ୍ତା ଶୋଷଣ ନୀତି ବିରୁଦ୍ଧରେ ‘କଟକ-ଚୌଦ୍ୱାର ବିକାଶ ପରିଷଦ’ ପକ୍ଷରୁ ପ୍ରତିବାଦ
ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ
ଜଗତପୁର(ଏନ୍.ଏମ୍.): ଓଡ଼ିଶାରେ ଟାଟା କମ୍ପାନୀ ବିଦ୍ୟୁତ୍ ବିତରଣ ଦାୟିତ୍ୱ ନେବା ପରେ ସାଧାରଣ ଉପଭୋକ୍ତା ଅଧିକ ସେବା ପାଇବେ ବୋଲି ଧାରଣା ଥିଲା। ମାତ୍ର ଯଥା ପୂର୍ବମ୍ ତଥା ପରମ୍ ଢଙ୍ଗରେ ଚାଲିଛି ଟାଟା ପାୱାର। ଚଳିତ ମାସରେ ଅନେକ ଉପଭୋକ୍ତାଙ୍କର ସଚଳ ମିଟରକୁ ଅଚଳ ଦେଖାଇ ଆଭରେଜ୍ ବିଲ କରି ଶୋଷଣ କରୁଛି ଟାଟା ପାୱାର। ଭଲ ଥିବା ପୁରୁଣା ମିଟରକୁ ବଦଳାଇ ପ୍ରୀ-ପେଡ ମିଟର ବସାଇବାକୁ ଯୋଜନା କରାଯାଉଛି। ପ୍ରିପେଡ ମିଟର ଲାଗିଲେ ସାଧାରଣ ଗରିବ, ଖଟିଖିଆ, ମୂଲିଆ, ସାଧାରଣ ଉପଭୋକ୍ତା ହଇରାଣ ହେବେ। ପ୍ରୀପେଡ ମିଟର କୁ ବିରୋଧ କରି “କଟକ-ଚୌଦ୍ୱାର ବିକାଶ ପରିଷଦ “ପକ୍ଷରୁ ସଭାପତି ମାନସ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଜଗତପୁର ଗୋଲେଇଛକ ସ୍ଥିତ ଟିପିସିଓଡିଏଲ୍ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କଟକ ଜିଲ୍ଲା ବିଦ୍ୟୁତ୍ ଉପଭୋକ୍ତା ମଞ୍ଚ ସଭାପତି ପ୍ରତ୍ୟୁଷ ସାହୁ,ଜଗତପୁର ବିଦ୍ୟୁତ୍ ଉପଭୋକ୍ତା ସଂଘ ସଭାପତି ତୀର୍ଥାନନ୍ଦ ପଣ୍ଡା, ଟାଙ୍ଗୀ-ଚୌଦ୍ୱାର ବିଦ୍ୟୁତ୍ ଉପଭୋକ୍ତା ମଞ୍ଚ ସଭାପତି ଜୟ ସିଂହ, ୪୪ମଣ୍ଡଳ ରାଜଦୋଳ ସମିତି ସର୍ବାଧିକାରି ଦୀପକ ମଙ୍ଗରାଜ, ବରିଷ୍ଠ ନାଗରିକ ସଂଘ ସମ୍ପାଦକ ପଦ୍ମନାଭ ବେହେରା, ଜଗତପୁର ଟ୍ରକ୍ ମାଲିକ ସଙ୍ଘ ସଭାପତି ଦିଲ୍ଲୀପ ଜେନା, ବିଶିଷ୍ଟ ବାମପନ୍ଥୀ ନେତା ଉଦୟ କେଶରୀ ବର୍ମା, ବରିଷ୍ଠ କଂଗ୍ରେସ ନେତା ଅଲେଖ ଚନ୍ଦ୍ର ବେହେରା, ଜିଲ୍ଲା କଂଗ୍ରେସ ନେତା ଶିଶିର ରଥ, ମନୋଜ ବିଶ୍ୱାଳ, ନିର୍ମଳ ସ୍ୱାଇଁ, ୱାର୍ଡ କଂଗ୍ରେସ ସଭାପତି ରସ୍ମିକାନ୍ତ ସାମଲ, ୱାର୍ଡ ବିଜେଡି ସଭାପତି ବିଜୟ ଭୂୟାଁ, ନାରୀ ନେତ୍ରୀ ମୋନାଲିସା ଦାସ, ବସ୍ତିସଂଘ ନେତା ଚିତ୍ତରଞ୍ଜନ ମହାନ୍ତି, ଯୁବନେତା ସଚ୍ଚିଦାନନ୍ଦ ରାଉତଙ୍କ ସମେତ ବୟୋଜ୍ୟେଷ୍ଠ ମୁରବୀ ବିଳାସ ବିଶ୍ୱାଳ, ଚିରଞ୍ଜୟ ବେହେରା, ବିଜୟ ମିଶ୍ର, ଶିବ ପ୍ରଧାନ, ସୁବାସ ସବୁଦ୍ଧିରାୟ, ଅଜୟ କୁମାର ଦାସ, ଶ୍ରମିକ ନେତା ଲକ୍ଷ୍ମୀଧର ଶରଣ, ମାଧବ ବିଶ୍ୱାଳ, ଅଶୋକ ମିଶ୍ର, ରବୀନ୍ଦ୍ର ପରିଡ଼ା, ପ୍ରମୁଖ ଯୋଗଦେଇ ଉପଭୋକ୍ତା ମାରଣ ନୀତି କୁ ସମାଲୋଚନା କରିଥିଲେ। ବିଶେଷ କରି ପ୍ରିପେଡ ମିଟର ପ୍ରଚଳନ ବନ୍ଦ କରିବା, ଆଭରେଜ୍ ବିଲ ନକରି ମିଟର ରିଡିଂ ଅନୁଯାୟୀ ବିଲ କରିବା, ଉପଭୋକ୍ତାଙ୍କୁ ୩୦୦ୟୁନିଟ ବିଜୁଳି ଫ୍ରି ମିଳିବ ବୋଲି ନିର୍ବାଚନ ସମୟରେ ଦିଆଯାଇଥିବା ପ୍ରତିଶ୍ରୁତିକୁ ପାଳନ କରିବା ସମେତ ୮ଦଫା ଦାବି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଦ୍ୟୁତ୍ ବିଭାଗ ଜେନେରାଲ ମ୍ୟାନେଜରଙ୍କ ଜରିଆରେ ପ୍ରଦାନ କରାଯାଇଥିଲା। କିଶୋର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।