ଜାମଦାରେ ନିଆରା ଚଇତି ପର୍ବ

ଜାମଦାରେ ନିଆରା ଚଇତି ପର୍ବ

News by Akshya Biswal (Rairangpur)

#ରାଇରଙ୍ଗପୁର(ଏନ୍‌.ଏମ୍‌.): ମୟୂରଭଞ୍ଜ ଜିଲ୍ଲା ଜାମଦା ଅଞ୍ଚଳରେ ଚଇତି ପର୍ବ ଅନୁଷ୍ଠିତ ହୋଇଯାଇଛି । ଜାମଦା, ତାଳଗାଁ, ପାସନା, ବେଲପୋଷି ଶୈବ ପୀଠରେ ବାବା ଭୋଳାନାଥଙ୍କର ପୂଜାର୍ଚ୍ଚନା କରାଯାଇଥିଲା । ପାଟଭକ୍ତା ଜାମଦା ବସଷ୍ଟାଣ୍ଡରୁ ବାହାରି ରାମେଶ୍ୱର ବାବା ଜାମଦା ପର୍ଯ୍ୟନ୍ତ ଯାଇଥିଲେ । ପୂଜକ ଧ୍ରୁବ ଚରଣ ଶତପଥୀ, ଅଜୟ ପ୍ରଧାନ, ମନୋଜ ଦାସ, ବାବୁଲୁ ବେହେରା, ଶିବ ବେହେରା, ସରୋଜ ଦାସ, ବାବାଜୀ ପରାମାଣିକ, ସୁମନ୍ତ ଦାସ, ଦୀପକ ଦାସ, ବିରେନ ପ୍ରଧାନ ପ୍ରମୁଖ ରାମେଶ୍ୱର ଶୈବ ପୀଠରେ ଚଇତି ପର୍ବକୁ ପରିଚାଳନା କରିଥିବାବେଳେ ଧବଳେଶ୍ୱର ପୀଠ ତାଳଗାଁରେ ପଣ୍ଡିତ ନବ କିଶୋର ଶତପଥୀ, ଭଜ ମଣ୍ଡଳ, ଅମିତ ମଣ୍ଡଳ, ବସନ୍ତ ନନ୍ଦ ପ୍ରମୁଖ ଶ୍ରଦ୍ଧାଳୁମାନେ ପୂଜାର୍ଚ୍ଚନା କରିଥିଲେ । ଓଡ଼ିଆ ନବ ବର୍ଷ ଉପଲକ୍ଷେ ତାଳଗାଁ ସରପଞ୍ଚ ଡମ୍ବୁରୁଧର ହେମ୍ବ୍ରମ ଏବଂ ତାଙ୍କର ସହଧର୍ମିଣୀ ଶାନ୍ତି ହେମ୍ବ୍ରମ ମନ୍ଦିରରେ ପୂଜାର୍ଚ୍ଚନା କରିବା ପୂର୍ବକ ଜନସାଧାରଣଙ୍କର ପ୍ରତିଟି ଦିବସ ଆନନ୍ଦମୟ ହେଉ ବୋଲି ପ୍ରଭୁଙ୍କୁ ଗୁହାରି ଜଣାଇଥିଲେ । ଏହି ଅବସରରେ ରାତ୍ରୀକାଳୀନ ଛଉ ନାଚ ଅନୁଷ୍ଠିତ ହୋଇଥିଲା ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *