ଜାନୁଆରୀ ୧କୁ ବିଶ୍ୱଶାନ୍ତି ପ୍ରାର୍ଥନା ଦିବସ ମାନ୍ୟତା ମିଳୁ

ଜାନୁଆରୀ ୧କୁ ବିଶ୍ୱଶାନ୍ତି ପ୍ରାର୍ଥନା ଦିବସ ମାନ୍ୟତା ମିଳୁ

News by Dillip Kumar Muduli (BBSR)

ଭୁବନେଶ୍ୱର (ଏନ୍‌.ଏମ୍‌.): ବିଶ୍ୱଶାନ୍ତି ପ୍ରାର୍ଥନା ଦିବସ ପରିଚାଳନା ପକ୍ଷରୁ ୧ ଜାନୁଆରୀକୁ ‘ବିଶ୍ୱଶାନ୍ତି ପ୍ରାର୍ଥନା ଦିବସ’ ରୂପେ ମାନ୍ୟତା ମିଳିବା ପାଇଁ ଅଶୋକ ନଗର, ୟୁନିଟ ୨ ଦିବ୍ୟଜୀବନ ସାଂସ୍କୃତିକ କେନ୍ଦ୍ରଠାରେ ଏକ ସର୍ବଧର୍ମ ଶାନ୍ତି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଅନେକ ସଂଗଠନ ତଥା ସଂଘ ତରଫରୁ ପ୍ରତିନିଧିମାନେ ଯୋଗ ଦେଇଥିଲେ । ଏହି ସଭାର ଉଦ୍ଦେଶ୍ୟ ହେଲା ୧ ଜାନୁଆରୀକୁ ବିଶ୍ୱ ନୂଆବର୍ଷ ରୂପେ ପାଳନ ହେଉ । ଏହି ଦିବସକୁ ଅଧିକ ମହତ୍ୱ୍ୱ ପୂର୍ଣ୍ଣ କରିବା ପାଇଁ ଏହାକୁ ବିଶ୍ୱଶାନ୍ତି ପ୍ରାର୍ଥନା ଦିବସ ରୂପେ ପାଳନ କରାଗଲେ ସର୍ବତ୍ର ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବ ତଥା ବ୍ୟକ୍ତିଗତ ପ୍ରାର୍ଥନା ଠାରୁ ସାମୂହିକ ପ୍ରାର୍ଥନା ଦ୍ୱାରା ଅଧିକ ପରିମାଣରେ ଆଧ୍ୟାତ୍ମିକ ଶକ୍ତି ମିଳି ପାରିବ । ବିଶ୍ୱ ନିଜ ପରମ ସ୍ରଷ୍ଟାକୁ ଚିହ୍ନି ପାରିବ ତଥା ବିଶ୍ୱ ଏକତା, ଅଖଣ୍ଡତା ଏବଂ ଭାଇଚାରା ସୃଷ୍ଟି ହୋଇ ପାରନ୍ତା ବୋଲି ଏହି ସଭାରେ ଯୋଗ ଦେଇଥିବା ବିଭିନ୍ନ ପ୍ରତିନିଧିମାନଙ୍କର ମତପ୍ରକାଶ ପାଇଥିଲା । ଏହି ସଭାରେ ସ୍ୱାମୀ ଧର୍ମପ୍ରକାଶନନ୍ଦ, ସ୍ୱାମୀ ଅଦ୍ୟାନନ୍ଦ,ଶ୍ରୀମା ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀ ରାଜା ଯୋଗିନୀ ବ୍ରହ୍ମକୁମାରୀ, ଅଭୟ ନାୟକ, ନିରଞ୍ଜନ ପଣ୍ଡା,ଅହମଦୀୟା ମୁସଲିମ ସଂଗଠନର ମୌଲାନା ଫଜଲ ହକ ଖାନ ଏବଂ ସମିତିର ସଂପାଦକ ସଚ୍ଚିକାନ୍ତ ରଥ ପ୍ରମୁଖ ଯୋଗ ଦେଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *