ଜବତ ବାଣ ନିଷ୍କ୍ରିୟ କଲା ବେଳେ ବିସ୍ପୋରଣ: ଜଣେ ହାବିଲଦାର ମୃତ

ଜବତ ବାଣ ନିଷ୍କ୍ରିୟ କଲା ବେଳେ ବିସ୍ପୋରଣ: ଜଣେ ହାବିଲଦାର ମୃତ

ଜବତ ବାଣ ନିଷ୍କ୍ରିୟ କଲା ବେଳେ ବିସ୍ପୋରଣ: ଜଣେ ହାବିଲଦାର ମୃତ


କଟକ(ଏନ୍‌.ଏମ୍‌.): ବେଆଇନ ବାଣ ଜବତ ବେଳେ ପୁଲିସ ପକ୍ଷରୁ ଏହାକୁ ନିଷ୍କ୍ରିୟ କରାଯାଉଥିଲା । ମାତ୍ର ଏହି ସମୟରେ ଭୟଙ୍କର ବିସ୍ପୋରଣ ଘଟି ଜଣେ ହାବିଲଦାରଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏମିତି ଏକ ଅଘଟଣ ଘଟିଛି କଟକ ସଦର ଥାନା ଅଞ୍ଚଳରେ । ମୃତ ହାବିଲଦାରଙ୍କ ନାମ ପ୍ରଦୀପ ମଲ୍ଲିକ । ତାଙ୍କ ଘର କଟକର ପୀର ବଜାର ଅଞ୍ଚଳରେ ବୋଲି ଜଣାପଡ଼ିଛି । ସେ ବାଣ ନିଷ୍କ୍ରିୟକାରୀ ୩ ଜଣିଆ ଟିମରେ ସାମିଲ ହୋଇଥିଲେ ଓ ଏହାର ନେତୃତ୍ୱ ନେଉଥିଲେ ।
କଟକ ସଦର ଥାନାର ଏକ ପରିତ୍ୟକ୍ତ ଘରେ ଏହି ଜବତ ବୋମା ରଖାଯାଇଥିଲା । ଜବତ ବାଣଗୁଡ଼ିକୁ ନିଷ୍କ୍ରିୟ କରିବାକୁ ଗୋପାଳପୁର ନିକଟ ନଦୀପଠାରୁ ଅଣାଯାଇଥିଲା । ସେଠାରେ ନିଷ୍କ୍ରିୟ ପ୍ରକ୍ରିୟା ଚାଲିଥିବା ବେଳେ ବୋମା ଫୁଟି ଯାଇଥିଲା ଓ ହାବିଲଦାର ପ୍ରଦୀପ ମଲ୍ଲିକଙ୍କ ମୃତ୍ୟୁ ଘଟିଥିଲା ବୋଲି ସୂଚନା ମିଳିଛି । ବାଣଗୁଡ଼ିକରେ ନିଆଁ ଲଗାଯାଇଥିଲା ବୋଲି ସୂଚନା ମିଳିଛି । ଅନ୍ୟପକ୍ଷରେ ତାହା ବୋମା ନଥିଲା ବୋଲି କହିଛନ୍ତି କଟକ ଏଡିସିପି ଅନୀଲ ମିଶ୍ର । ସେ କହିଛନ୍ତି ଯେ ତାହା ବୋମା ନଥିଲା । ତାହା ବାଣ ଥିଲା । ତେବେ କେଉଁ ପରିସ୍ଥିତିରେ ଓ କେମିତି ଏହି ଘଟଣା ଘଟିଲା, ତା’ର ତଦନ୍ତ କରାଯିବ । ଯେଉଁ ବିସ୍ଫୋରକ ଫୁଟି ଜଣେ ହାବିଲଦାରଙ୍କର ମୃତ୍ୟୁ ଘଟିଲା, ତାହା ବୋମା ଥିଲା କି ବାଣ ଥିଲା ସ୍ପଷ୍ଟ ହୋଇପାରିନି । ଏହା ବି କୁହାଯାଉଛି, ବିଭିନ୍ନ ସମୟରେ ଜବତ କରାଯାଇଥିବା ବାଣଗୁଡ଼ିକୁ ନିଷ୍କ୍ରିୟ କରିବାକୁ ନଦୀପଠାକୁ ଅଣାଯାଇଥିଲା । ସେଗୁଡ଼ିକରେ ନିଆଁ ଲଗାଇ ଦିଆଯାଇଥିଲା । କିଛି ଲୋକଙ୍କ କହିବାନୁଯାୟୀ ବାଣଗୁଡ଼ିକ ଭିତରେ କିଛି ବୋମା ଥିଲା । ତେଣୁ ଏଭଳି ଏକ ଅଘଟଣ ଘଟିଗଲା । ତେବେ ବାଣ ହେଉ ଅବା ବୋମା, ସେଗୁଡ଼ିକୁ ନିଷ୍କ୍ରିୟ କରିବା ପାଇଁ ରହିଥିବା ଗାଇଡ୍ଲାଇନକୁ ପାଳନ କରାଯାଇଥିଲା ନା ନାହିଁ, ସେଗୁଡ଼ିକୁ ନିଷ୍କ୍ରିୟ କରିବାକୁ କିଏ ନିର୍ଦ୍ଦେଶ ଦେଇଥିଲେ, ଏବେ ସେ ସବୁ ପ୍ରଶ୍ନ ଉଠୁଛି । ପୁଲିସର ତଦନ୍ତ ପରେ ଏହା ସାମ୍ନାକୁ ଆସିପାରେ । ଘଟଣାସ୍ଥଳରେ ବରିଷ୍ଠ ପୁଲିସ୍ ଅଧିକାରୀଙ୍କ ସହିତ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଯାଞ୍ଚ କରୁଛନ୍ତି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ