ଜନ୍ମମାଟିର ମୋହରେ ଇଟାଲିରୁ ଆସି ଓଡିଶା ବୁଲିଲେ ବର୍ଷା

ଜନ୍ମମାଟିର ମୋହରେ ଇଟାଲିରୁ ଆସି ଓଡିଶା ବୁଲିଲେ ବର୍ଷା

ଜନ୍ମମାଟିର ମୋହରେ ଇଟାଲିରୁ ଆସି ଓଡିଶା ବୁଲିଲେ ବର୍ଷା


କଟକ(ଏନ୍‌.ଏମ୍‌.): ଜନ୍ମ ଓଡ଼ିଶାରେ ଆଉ ରହୁଛନ୍ତି ଇଟାଲିରେ। କିନ୍ତୁ ଜନ୍ମମାଟିର ମୋହ ଛାଡି ପାରିନାହାନ୍ତି। ନିଜ ସାଙ୍ଗସାଥୀ ତଥା ଯେଉଁଠାରେ ବଢିଥିଲେ ସେହି ପରିବେଶର ଆକର୍ଷଣରେ ଛୁଟି ଆସିଛନ୍ତି ସୁଦୂର ଇଟାଲିରୁ। ନାଁ ତାଙ୍କର ବର୍ଷା। ୨୦୧୨ ମସିହାରେ ଇଟାଲିର ଦମ୍ପତି ଏନରିକୋ ଭୋଲପ ଏବଂ ପାଟ୍ରିଜିଆ ଜରଜୋଟି ତାଙ୍କୁ ବସୁନ୍ଧରାରୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ। ବର୍ଷା ବର୍ତ୍ତମାନ ଇଟାଲିରେ ଇଟାଲି ସରକାରଙ୍କ ସମାଜସେବା ବିଭାଗରେ ପ୍ରଫେସନାଲ କାଉନସେଲର ଭାବେ କାର୍ଯ୍ୟ କରୁଛନ୍ତି। ବିଶେଷକରି ଛୋଟ ଛୋଟ ପିଲାମାନଙ୍କୁ ମୋବାଇଲ୍ ଏବଂ ଟିଭି ଭଳି ଇଲେକଟ୍ରୋନିକ ଗ୍ୟାଜେଟ କବଳରୁ ମୁକ୍ତ କରି ନିଜ ଭିତରର ଅନ୍ତର୍ନିହିତ ଗୁଣର ବିକାଶ କରିବା ପାଇଁ ପ୍ରୋତ୍ସାହିତ କରୁଛନ୍ତି। ଓଡ଼ିଶା ଆସିବା ଅବସରରେ ସେ, ଆଜି କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କୁ ସାକ୍ଷାତ କରି ନିଜ ପାଠପଢା, ବୃତ୍ତି ଏବଂ ଜନ୍ମଭୂମି ପ୍ରତି ତାଙ୍କର ଆକର୍ଷଣ ତଥା କର୍ତ୍ତବ୍ୟ ବିଷୟରେ ଆଲୋଚନା ସମୟରେ ବେଶ ଭାବପ୍ରବଣ ହୋଇଉଠିଥିଲେ। ଇତିମଧ୍ୟରେ ସେ କନ୍ଧମାଳ ମଧ୍ୟ ଯାଇ ବୁଲି ଆସିଛନ୍ତିି। ଓଡ଼ିଶା ଆସିଥିବା ବର୍ଷା କୌଣସି ହୋଟେଲରେ ନରହି ବସୁନ୍ଧରାର ଅନ୍ତେବାସୀମାନଙ୍କ ସହ ରହିବାକୁ ଉଚିତ ମଣିଛନ୍ତି।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ