ଜଗତପୁର ଶାନ୍ତି କମିଟି ପକ୍ଷରୁ ୧୯ ଗୋଟି ପୂଜା ମଣ୍ଡପ ପରିଦର୍ଶନ

ଜଗତପୁର ଶାନ୍ତି କମିଟି ପକ୍ଷରୁ ୧୯ ଗୋଟି ପୂଜା ମଣ୍ଡପ ପରିଦର୍ଶନ

News by Kanhu Charan Panda (Cuttack)

କଟକ(ଏନ୍‌.ଏମ୍‌.): କାର୍ତ୍ତିକେଶ୍ୱରପୂଜା ଅବସରରେ ସମଗ୍ର ଜଗତପୁର ଅଞ୍ଚଳରେ ୧୯ ଗୋଟି ମଣ୍ଡପରେ ଠାକୁର ପୂଜା ପାଆନ୍ତି । କେତେକ ମଣ୍ଡପରେ କାର୍ତ୍ତିକେଶ୍ୱର ମୂର୍ତ୍ତି ହେଇଥିବା ବେଳେ ଆଉ କେତେକ ମଣ୍ଡପରେ ମହାଦେବ ମୂର୍ତ୍ତି ପୂଜା ହୋଇଥାଏ । ଦୁଇଟି ପର୍ଯ୍ୟାୟରେ ଯଥା- ପୂର୍ଣ୍ଣମୀ ଓ ଛାଡଖାଇରେ କୃଷ୍ଣେଶ୍ୱର ମନ୍ଦିର ଠାରେ ମେଲଣ ହୋଇଥିବା ବେଳେ ଛାଡ଼ଖାଇ ବାସି ଓ ତାପର ଦିନ ମା’ ଅନ୍ଧାରୀ ଠାକୁରାଣୀଙ୍କ ପୀଠରେ ମେଲଣ ହୋଇଥାଏ । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ “ଜଗତପୁର, ଶାନ୍ତି କମିଟି ପକ୍ଷରୁ ସମସ୍ତ ୧୯ଗୋଟି ପୂଜା ମଣ୍ଡପ ପରିଦର୍ଶନ କରାଯାଇ ଭୋଗ ଶରା ଦିଆଯାଇଛି । ଜଗତପୁର ଶାନ୍ତି କମିଟି ପକ୍ଷରୁ ସଭାପତି ନିରଞ୍ଜନ ବିଶ୍ୱାଳଙ୍କ ସହିତ ସମ୍ପାଦକ ଦିଲ୍ଲୀପ କୁମାର ଜେନା, କୋଷାଧ୍ୟକ୍ଷ ଅଲେଖ ଚନ୍ଦ୍ର ବେହେରା, ବରିଷ୍ଠ ଉପଦେଷ୍ଟା କରୁଣାକର ଦାସ, ଯୁଗ୍ମ ସମ୍ପାଦକ ମାନସ ପରିଡ଼ା, ବିଜୟ କୁମାର୍ ଭୁୟାଁ, ପୂର୍ବତନ କର୍ପୋରେଟର ଦୟାନିଧି ନାୟକ,ଲକ୍ଷ୍ମୀଧର ଶରଣ, କିଶୋର ନାୟକ, ଗୋବର୍ଦ୍ଧନ ସାହୁ, ତିର୍ଥାନନ୍ଦ ପଣ୍ଡା, ହେମରାଜ ବିଶ୍ୱାଳ, ଚିତ୍ତରଞ୍ଜନ ମହାନ୍ତି, ମାଧବାନନ୍ଦ ବିଶ୍ୱାଳ, ରଶ୍ମିକାନ୍ତ ସାମଲ ପ୍ରମୁଖ ଯୋଗଦେଇ ପୁଜା ମଣ୍ଡପ ପରିଦର୍ଶନ କରିବା ସହ ଶାନ୍ତି ଶୃଙ୍ଖଳା ସହିତ ଓ ନିଶାମୁକ୍ତ ଭସାଣି କରିବାକୁ ନିବେଦନ କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *