ଜଗତପୁର ବିଦ୍ୟୁତ୍ ଉପଭୋକ୍ତା ସଙ୍ଘ ପକ୍ଷରୁ ୩୦୦ ୟୁନିଟ ବିଜୁଳି ଫ୍ରି ଦାବିରେ ଶକ୍ତିମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ଜଗତପୁର ବିଦ୍ୟୁତ୍ ଉପଭୋକ୍ତା ସଙ୍ଘ ପକ୍ଷରୁ ୩୦୦ ୟୁନିଟ ବିଜୁଳି ଫ୍ରି ଦାବିରେ ଶକ୍ତିମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ଜଗତପୁର ବିଦ୍ୟୁତ୍ ଉପଭୋକ୍ତା ସଙ୍ଘ ପକ୍ଷରୁ ୩୦୦ ୟୁନିଟ ବିଜୁଳି ଫ୍ରି ଦାବିରେ ଶକ୍ତିମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର


ଜଗତପୁର(ଏନ୍‌.ଏମ୍‌.): ଜଗତପୁର ଅଞ୍ଚଳରେ ବିଦ୍ୟୁତ୍ ଉପଭୋକ୍ତା ମାନଙ୍କର ବିଭିନ୍ନ ସମସ୍ୟା ଓ ତାର ସମାଧାନ ଦାବୀରେ “ଜଗତପୁର ବିଦ୍ୟୁତ୍ ଉପଭୋକ୍ତା ସଂଘ”ପକ୍ଷରୁ ସଭାପତି ତୀର୍ଥାନନ୍ଦ ପଣ୍ଡା ଙ୍କ ନେତୃତ୍ୱରେ ମାନ୍ୟବର ଶକ୍ତିମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଏଗାର ଦଫା ଦାବୀପତ୍ର ଜଗତପୁର ସ୍ଥିତ ଟିପିସିଓଡିଏଲ୍ କାର୍ଯ୍ୟାଳୟରେ ସହକାରୀ ଯନ୍ତ୍ରୀ ବିକାଶ ଭୋଇ ଙ୍କ ଜରିଆରେ ପ୍ରଦାନ କରାଯାଇଛି ।ବିଶେଷ କରି ପ୍ରୀ-ପେଡ଼ ମିଟର ପ୍ରଚଳନ ବନ୍ଦ କରିବା,ସର୍ଭିସ୍ ତାର ବଦଳାଇଲେ ସର୍ଭିସ୍ ଚାର୍ଜ ୯୭୨ଟଙ୍କା ପୈଠ କରିବା, କିଲୋୱାଟ ଆଳରେ ଫାଇନ ଆଦାୟ କରିବା,ବିଳମ୍ବିତ ମିଟର ରିଡିଙ୍ଗ କରି ଉପଭୋକ୍ତାଙ୍କୁ ଶୋଷଣ କରିବା,ଇତ୍ୟାଦିକୁ ସଂଘ ପକ୍ଷରୁ ନିନ୍ଦା କରାଯିବା ସହ ଜଗତପୁର ଅଞ୍ଚଳ ରେ ପୂର୍ବ ପ୍ରସ୍ତାବିତ ସ୍ଥାନରେ ନୂତନ ଗ୍ରୀଡ ସ୍ଥାପନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା,ଏବଂ ସର୍ବୋପରି ସରକାର ନିର୍ବାଚନ ସମୟରେ ୩୦୦ୟୁନିଟ ବିଜୁଳି ଫ୍ରି କରିବା କଥା ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରି ଘରୋଇ ଉପଭୋକ୍ତାଙ୍କୁ ୩୦୦ୟୁନିଟ ବିଜୁଳି ଫ୍ରି କରିବାକୁ ଦାବୀ ରଖିଛି ସଙ୍ଘ ।ଏହି ଦାବୀପତ୍ର ପ୍ରଦାନ ସମୟରେ କଟକ-ଚୌଦ୍ୱାର ବିକାଶ ପରିଷଦ ସଭାପତି ମାନସ ପରିଡ଼ା, କଟକ ପୂର୍ବାଞ୍ଚଳ ଶାନ୍ତି କମିଟି କର୍ମକର୍ତ୍ତା ଅଲେଖ ଚନ୍ଦ୍ର ବେହେରା,ବୟୋଜ୍ୟେଷ୍ଠ ମୂରବୀ ଚିରଞ୍ଜୟ ବେହେରା, ହେମରାଜ୍ ବିଶ୍ୱାଳ, ନଗେନ୍ଦ୍ର ମହାପାତ୍ର, ବିଜୟ ମିଶ୍ର, ସଚ୍ଚିଦାନନ୍ଦ ଶୁକ୍ଳ, ଶ୍ରମିକ ନେତା ଲକ୍ଷ୍ମୀଧର ଶରଣ, ରବୀନ୍ଦ୍ର ପଣ୍ଡା, ଶ୍ରୀମନ୍ତ ପଣ୍ଡା,ବରିଷ୍ଠ ନାଗରିକ ସଂଘ କର୍ମକର୍ତ୍ତା ପଦ୍ମନାଭ ବେହେରା, ରମେଶ ଶରଣ, ସାମାଜିକ କର୍ମୀ ଦୁର୍ଯ୍ୟୋଧନ ପ୍ରଧାନ, ଚିତ୍ତ ରଞ୍ଜନ ମହାନ୍ତି, ବିରଞ୍ଚି ସାମଲ, ଗୌରୀଶଙ୍କର ବେହେରା, କ୍ଷୀରୋଦ ସାହୁ, ସୌମ୍ୟରଞ୍ଜନ ପଣ୍ଡା, ବିଜୟ ସାହୁ ଓ ଗୋବର୍ଦ୍ଧନ ସାହୁ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗନେଇଥିଲେ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ