ଜଗତପୁର ବଲ ବ୍ୟାଡମିଣ୍ଟନ ଗ୍ରୀଷ୍ମ କାଳୀନ ପ୍ରଶିକ୍ଷଣ ଶିବିର ଉଦଯାପିତ

ଜଗତପୁର ବଲ ବ୍ୟାଡମିଣ୍ଟନ ଗ୍ରୀଷ୍ମ କାଳୀନ ପ୍ରଶିକ୍ଷଣ ଶିବିର ଉଦଯାପିତ


ଜଗତପୁର(ଏନ୍‌.ଏମ୍‌.): କଟକ ଜିଲ୍ଲା ବଲ ବ୍ୟାଡମିଣ୍ଟନ ଆସୋସିଏସନ ଏବଂ ଜଗତପୁର ବଲ ବ୍ୟାଡମିଣ୍ଟନ କ୍ଲବ ମିଳିତ ଆନୁକୂଲ୍ୟରେ ଗ୍ରୀଷ୍ମ କାଳୀନ (ଦେୟମୁକ୍ତ) ବାଳକ/ବାଳିକା ବଲ ବ୍ୟାଡମିଣ୍ଟନ ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଜଗତପୁର ଗ୍ରାମ ଖେଳ ପଡିଆରେ ଆଜି ଉଦଯାପିତ ହୋଇଯାଇଛି । ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଉପ ଅଗ୍ନିଶମ ଅଧିକାରୀ ଶରତ ଚନ୍ଦ୍ର ମଲ୍ଲିକ, ମୁଖ୍ୟବକ୍ତା ଭାବେ ସିଏମସି ୪୮ନମ୍ବର ୱାର୍ଡ଼ କର୍ପୋରେଟର ନଳିନୀ ବେହେରା, ସମ୍ମାନିତ ଅତିଥି ଭାବେ ଜିଲ୍ଲା ସମ୍ପାଦକ ଅଜୟ କୁମାର ସାହୁ, କ୍ରୀଡା ଶିକ୍ଷକ ମିତାଲି ପୁହାଣ, ଆଶିଷ ଭୂୟାଁ, ତାପସ କୁମାର ସ୍ୱାଇଁ ପ୍ରମୁଖ ଯୋଗ ଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିବା ସହ ଜାତୀୟ ପ୍ରତିଯୋଗିତାରେ ଭାଗ ନେଇଥିବା ପ୍ରତିଯୋଗୀମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରି ସମ୍ମାନିତ କରିଥିଲେ । ସମାଜସେବୀ ନିର୍ମଳ ଚନ୍ଦ୍ର ପଣ୍ଡା ସଭାପତିତ୍ୱ କରିଥିବାବେଳେ ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ । ଜଗତପୁର ବଲ ବ୍ୟାଡମିଣ୍ଟନ କ୍ଲବର ସାଂଗଠନିକ ସମ୍ପାଦକ ରଞ୍ଜନ କୁମାର ନାୟକ ଧନ୍ୟବାଦ ଦେଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *