ଜଗତପୁର କେନ୍ଦ୍ରାପଡ଼ା କେନାଲ ବନ୍ଧ ରାସ୍ତା ମରାମତି କେବେ?

ଜଗତପୁର କେନ୍ଦ୍ରାପଡ଼ା କେନାଲ ବନ୍ଧ ରାସ୍ତା ମରାମତି କେବେ?
୧୦ ବର୍ଷରୁ ଉର୍ଦ୍ଧ୍ୱ ହେବ କଦର୍ଯ୍ୟମୟ ରାସ୍ତା ଉପରେ ନିରର୍ଭର କରୁଛନ୍ତି ଗ୍ରାମବାସୀ

News by Kanhu Charan Panda (Jagatpur)

#ଜଗତପୁର(ଏନ୍‌.ଏମ୍‌.): ରାଜ୍ୟସରକାର ଜନସାଧାରଣଙ୍କ ବିଭିନ୍ନ ସମସ୍ୟାର ସମାଧାନ ତଥା ଜନହୀତକର କାର୍ଯ୍ୟ ପାଇଁ ବଦ୍ଧପରିକର ଅଛନ୍ତି । ରାଜ୍ୟରେ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ସହାୟତା ପ୍ରଦାନ କରିବା ସହ ଶିକ୍ଷା, ସ୍ୱାସ୍ଥ୍ୟ ତଥା ଗମନାଗମନର ସୁବିଧା ପାଇଁ ବିଭିନ୍ନ ପ୍ରକଳ୍ପ କରି ଦେଶର ସ୍ୱତନ୍ତ୍ର ସ୍ଥାନରେ ରହିଛନ୍ତି ମୁଖ୍ୟମନ୍ତ୍ରୀ । ମାତ୍ର କିଛି ସ୍ଥାନୀୟ ରାଜନେତା ଓ ପ୍ରଶାସନିକ ଅଧିକାରୀଙ୍କ ଯୋଗୁଁ ବିଭିନ୍ନ ସ୍ଥାନରେ ରାଜ୍ୟସରକାରଙ୍କୁ ନିନ୍ଦିତ ହେବାକୁ ପଡ଼ୁଛି ବୋଲି ବହୁ ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି । ଜଗତପୁର ମହାନଦୀ ବ୍ୟାରେଜ ଠାରୁ କେନ୍ଦ୍ରାପଡ଼ା କେନାଲ ଜିରୋ ପଏଣ୍ଟରୁ ଆରମ୍ଭ ହୋଇ ପୁରୁଣା ଶିଳ୍ପାଞ୍ଚଳ ପ୍ରର୍ଯ୍ୟନ୍ତ ପ୍ରାୟ ୩ କିଲୋମିଟର ଏହି କେନାଲ ବନ୍ଧ ରାସ୍ତା ସମ୍ପୂର୍ଣ୍ଣ କଦର୍ଯ୍ୟ ମୟ ହୋଇ ମରଣଯନ୍ତା ପାଲଟି ଯାଇଛି । ଏପରିକି ରାସ୍ତା ଅବସ୍ଥା ଦୀର୍ଘ ୧୦ ବର୍ଷ ହେବ ପଡିରହିଥିଲେ ମଧ୍ୟ ଏଯାଏ ତାର ଅବସ୍ଥାରେ କୌଣସି ପରିବର୍ତ୍ତନ ନହେବା ଦୁର୍ଭାଗ୍ୟ ଜନକ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ସ୍ଥାନୀୟ ଶିକାରୀପୁର, ଭୂବନପୁର ଓ ଫକୀରପୁରର ଗ୍ରାମବାସୀ ଏହି ବିପର୍ଯ୍ୟସ୍ତ ରାସ୍ତା ଉପରେ ନିର୍ଭର କରି ଚଳିଥାନ୍ତି । ଏଥିସହିତ ଏହି କେନାଲ ବନ୍ଧ ରାସ୍ତା ଦେଇ ୩ଟି ସ୍କୁଲ ଓ କଲେଜ ଛାତ୍ର ଛାତ୍ରୀ ଏବଂ ଦୁଇ ଦୁଇଟି ମେଡିକାଲକୁ ଯିବା ପାଇଁ ଲୋକେ ନାନାଦି ସମସ୍ୟାର ସମ୍ମୁଖିନ ହେଉଛନ୍ତି । ଗତ ୨ ବର୍ଷ ପୂର୍ବେ ଏହି କେନାଲ ବନ୍ଧ ରାସ୍ତା ଉପରେ କିଛି ନାଲି ମହରମ ତ କେଉଁଠି ସିମେଣ୍ଟ ଗୁଣ୍ଡ ତ ଆଉ କେଉଁଠି ବାଲି ପକାଇ ଦେଇଥିଲେ ବିଭାଗୀୟ ଅଧିକାରୀ । ଏଥି ଯୋଗୁଁ ଟିକେ ପବନ ହେଲା ମାତ୍ରେ ରାସ୍ତାରୁ ନାଲି ମାଟି ଓ ଧୂଳି ବାଲି ଉଡି ଘର ଭିତରେ ପସୁଥିବାର ଅଭିଯୋଗ ହୋଇଥାଏ । ତେବେ ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ସିଏମସି ୪୮ ନମ୍ବର ୱାର୍ଡ ଜଗତପୁର ଅଞ୍ଚଳରେ ନୂଆ ନୁଆ ଫଳକ ଦେଖିବାକୁ ମିଳୁ ଥିବାବେଳେ କାମତ ଦୂରର କଥା ଏହି ଅଞ୍ଚଳରେ ରାସ୍ତା ଘାଟ ଅବସ୍ଥା ଦେଖିଲେ ସହଜରେ ବୁଝାପଡ଼ିବ ଯେ ପ୍ରଶାସନିକ ଅଧିକାରୀଙ୍କ ପାରିବା ପଣିଆ । ଦୀର୍ଘ ବର୍ଷ ଧରି ମରଣଯନ୍ତା ପାଲଟିଥିବା ରାସ୍ତା ମରାମତି ଦୂରରେ ଥାଉ ରାସ୍ତାରେ ମାଟି ମୁଠାଏ ବି ପଡୁନାହିଁ । କେବଳ ନିର୍ବାଚନ ପାଖେଇ ଆସିବାରୁ ତରବରିଆ ଭାବେ ନୂଆ ନୂଆ ଫଳକ ଲଗାଇ ଫଟୋ ଉଠାଇବା ଏକ ପ୍ରକାର ଟ୍ରେଣ୍ଡ ହୋଇଗଲାଣି ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି । କଟକ ମହାନଗର ନିଗମ ୪୮ ନମ୍ବର ୱାର୍ଡର କେନ୍ଦ୍ରାପଡ଼ା କେନାଲ ବନ୍ଧ ରାସ୍ତା ପ୍ରାୟ ୧୦ ବର୍ଷ ଧରି ମରାମତି ହୋଇନାହିଁ । ତେଣୁ ସ୍ଥାନୀୟ ପ୍ରଶାସନ ଓ ଲୋକପ୍ରତିନିଧିମାନେ ଅଞ୍ଚଳବାସୀଙ୍କୁ ଲଲିପପ୍ ଭଣ୍ଡାଉଥିବା ଅଞ୍ଚଳର ବୁଦ୍ଧିଜୀବୀମାନେ ପ୍ରକାଶ କରିଛନ୍ତି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *