ଜଗତପୁର କାର୍ତ୍ତିକେଶ୍ୱର ମେଲଣ : ମନମୋହିଲା ଅଘୋରୀ ନାଚ

ଜଗତପୁର କାର୍ତ୍ତିକେଶ୍ୱର ମେଲଣ : ମନମୋହିଲା ଅଘୋରୀ ନାଚ

News by Kanhu Charan Panda (Cuttack)

କଟକ(ଏନ୍‌.ଏମ୍‌.): ଜଗତପୁର କାର୍ତ୍ତିକେଶ୍ୱର ମେଲଣ ବହୁ ଆଡମ୍ବର ସହିତ ବିଭିନ୍ନ ପାରମ୍ପରିକ ବାଦ୍ୟର ତାଳେ ତାଳେ ଶାନ୍ତିଶୃଙ୍ଖଳା ସହିତ ଅନୁଷ୍ଟିତ ହୋଇଯାଇଛି । ଏହି ମେଲଣରେ ସର୍ବ ମୋଟ ୮ଗୋଟି ପୂଜାକମିଟର ମେଢ ସ୍ଥାନ ପାଇଥିଲା । ଫକିରପୁର ଗୋପାଳଜୀୟୁ ପୂଜା କମିଟି ଥାନପତି ପୂର୍ଣ୍ଣମୀ ଦିନ ଠାରୁ ଶୋଭାଯାତ୍ରାରେ ବାହାରି ମେଲଣ ପଡିଆରେ ସମସ୍ତ ମେଢ ଗୁଡିକୁ ସ୍ୱାଗତ କରିଥିଲା । ନାନକାର ପୂଜା କମିଟି, ନଜରପୁର ପୂଜା କମିଟି, ବଉଳେଇ ହର ପାର୍ବତୀ ପୂଜା କମିଟି, ତରୋଳ ପୂଜା କମିଟି, ସବର ସହି ବୈକୁଣ୍ଠ ବିହାର ପୂଜା କମିଟି, ଶିକାରୀପୁର ହର ପାର୍ବତୀ ପୂଜା କମିଟି ଓ ଲକ୍ଷ୍ମଣ ପୁର ଲକ୍ଷ୍ମୀବିହାର ପୂଜା କମିଟି ଆଦି ମୋଟ ୮ ଗୋଟି ମେଢ ଏହି ମେଲଣ ପଡିଆରେ ଭାଗ ନେଇଥିଲେ । ମଧ୍ୟାହ୍ନରୁ ୭ ଗୋଟି ପୂଜା କମିଟିର ମେଢ ଗୁଡିକ ସାହି ପରିକ୍ରମା କରି କ୍ରମାନୁସାରେ ହୋଇ ମେଲଣ ପଡିଆକୁ ଯାଇଥିଲେ । ଜଗତପୁର ଶାନ୍ତି କମିଟି ପକ୍ଷରୁ ସମସ୍ତ ପୂଜା କମିଟି ସଭାପତି ଓ ସମ୍ପାଦକ ମାନଙ୍କୁ ସ୍ୱାଗତ କରାଯାଇ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇ ଥିଲା । ଚଳିତବର୍ଷ ଏହି କାର୍ତ୍ତିକେଶ୍ୱର ଭସାଣିରେ ବେଶ ମନଲୋଭା ଥିଲା ଅଘୋରି ନାଚ ତା ସାଙ୍ଗକୁ କାଳୀ ନାଚ । ଏଥି ସହିତ ମାଦଳ ଘଣ୍ଟ ବାଦ୍ୟ, ତାଳମୁଳି, ପଞ୍ଜାବୀ ବାଜା ସହିତ ବିଭିନ୍ନ ବ୍ୟାଣ୍ଡ ପାର୍ଟି ବାଜାର ତାଳେ ତାଳେ ଜଗତପୁର ଅଞ୍ଚଳ ଦୁଲୁକିଥିଲା । କୃଷ୍ଣେଶ୍ୱର ମନ୍ଦିର ପଡିଆରେ ଜଗତପୁର କାର୍ତ୍ତିକେଶ୍ୱର ପୂଜା ଶାନ୍ତି କମିଟି ପକ୍ଷରୁ ମୁଖ୍ୟଅତିଥି ଭାବେ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ, ସିଏମସି ଡେପୁଟି ମେୟର ଦମୟନ୍ତି ମାଝୀ, ୪୮ନମ୍ବର ୱାର୍ଡ କର୍ପୋରେଟର ନଳିନୀ ବେହେରା, ଜଗତପୁର ଥାନା ଭାରପ୍ରାପ୍ତ ଅଧିକାରୀ ରବୀନ୍ଦ୍ର ନାଥ ମେହେରଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଜଗତପୁର କାର୍ତ୍ତିକେଶ୍ୱର ପୂଜା ଶାନ୍ତି କମିଟି ସଭାପତି ତ୍ରିଲୋଚନ ପଣ୍ଡା, ଉପସଭାପତି ନିରଞ୍ଜନ ବିଶ୍ୱାଳ, କାମପାଳ ଶତପଥି, ଅଲେଖ ଚନ୍ଦ୍ର ବେହେରା, ପୂର୍ବତନ କର୍ପୋରେଟର ଆଇନଜୀବୀ ନିରୋଦ ଚନ୍ଦ୍ର ପଣ୍ଡା ପ୍ରମୁଖ ମଞ୍ଚାସିନ ଅତିଥି ଥିବା ବେଳେ କବି ମନୋରଞ୍ଜନ ପଣ୍ଡା, ଅଶୋକ ମିଶ୍ର, ପ୍ରତାପ ପଣ୍ଡା ପ୍ରମୁଖ ମଞ୍ଚ ପରିଚାଳନା କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *