ଜଗତପୁରରେ ଅପର୍ଣ୍ଣା ଫାର୍ମା ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର

ଜଗତପୁରରେ ଅପର୍ଣ୍ଣା ଫାର୍ମା ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର

News by Kanhu charan Panda (Jagatpur)

#ଜଗତପୁର(ଏନ୍‌.ଏମ୍‌.): ଜଗତପୁର ଆଇବି ରୋଡରେ ଥିବା ଅପର୍ଣ୍ଣା ଫାର୍ମା ଆନୁକୁଲ୍ୟରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଟିତ ହୋଇଯାଇଛି । ମେଡିସିନ ବିଭାଗର ଡକ୍ଟର ଏସ.ଏ କଲିମ ଏହି ଶିବିରକୁ ଉଦଘାଟନ କରିଥିଲେ । ଅପର୍ଣ୍ଣା ଫାର୍ମାର ପରିଚାଳକ ପିତାମ୍ବର ମୁଦୁଲି ଶିବିରକୁ ପରିଚାଳନା କରିଥିଲେ । ଏହି ଶିବିରରେ ଡାକ୍ତର ଏସ.ଏ କଲିମ ମେଡିସିନ ବିଭାଗ, ଡାକ୍ତର ପରବେଜ କଲିମ ଏ.ଭି. ମେଡିସିନ ବିଭାଗ, ଡାକ୍ତର ଆଶିସ କୁମାର ସ୍ୱାଇଁ ଦନ୍ତ ବିଭାଗ ଦ୍ୱାରା ରୋଗୀମାନଙ୍କର ରୋଗ ଚିକିତ୍ସା କରାଯାଇଥିଲା । ଏହି ଶିବିରରେ ଶତାଧିକ ବ୍ୟକ୍ତି ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଶିବିରରେ ରକ୍ତଚାପ, ଡାଇବେଟିସ ପରିକ୍ଷା ସହ ବିଭିନ୍ନ ରୋଗର ଚିକିତ୍ସା ପାଇଁ ଡାକ୍ତରମାନେ ପରାର୍ମଶ ଦେଇଥିଲେ । ଡାକ୍ତର ଏସ.ଏ କଲିମ ମେଡିସିନ ବିଷେଶଜ୍ଞ ପ୍ରତି ସପ୍ତାହ ମଙ୍ଗଳବାର, ଶନିବାର, ଗୁରୁବାର ସଂନ୍ଧ୍ୟା ୬ଟା ରୁ ୮ଘଟିକା ଏବଂ ରବିବାର ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ରୋଗୀମାନଙ୍କର ଜଗତପୁର ଆଇବି ରୋଡ ସ୍ଥିତ ଅପର୍ଣ୍ଣା ଫାର୍ମାରେ ରୋଗ ପରୀକ୍ଷା କରିବା ସହ ଚିକିତ୍ସା ମାଗଣାରେ କରାଯିବ ବୋଲି ସୂଚନା ଦିଆଯାଇଛି । ଏହି ଶିବିରରେ ସାନ୍ତ୍ୱନୁ ମିଶ୍ର, ନିରଞ୍ଜନ ମୁଦୁଲି, ଆକୁଲା ନନ୍ଦ ମୁଦୁଲି,ରତିଶ ରାଉତ, କଳ୍ପନା ମୁୁଦୁଲି ପ୍ରମୁଖ ସହଯୋଗ କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *